ଢେଙ୍କାନାଳ :11/10-ଆଜି ଅପରାହ୍ନରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ସସ୍ମିତା ସାହୁଙ୍କ ଅଧ୍ୟକ୍ଷତା ରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହେଇଯାଇଛି l କାର୍ଯ୍ୟକ୍ରମ ରେ ଯୋଗ ଦେଇ ଶ୍ରୀମତୀ ସାହୁ କହିଥିଲେ ଯେ, ନାରୀ ହେଉଛି ସମାଜର ମେରୁଦଣ୍ଡ l ନାରୀଙ୍କ ଅନୁପସ୍ଥିତିରେ ସମାଜ ର ବିକାଶ ଅସମ୍ଭବ l ମହିଳା ମାନଙ୍କ ପାଇଁ ରାଜ୍ୟ ସରକାର ବହୁତ ଯୋଜନା ମାନ ପ୍ରଣୟନ କରିଛନ୍ତି, ଯେପରିକି ସଂପୂର୍ଣ୍ଣା, ଖୁସି, ବିଜୁ କନ୍ୟା ରତ୍ନ ଯୋଜନା l
କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମିତା ଶର୍ମା ଯୋଗ ଦେଇ ଏହି ଦିବସ ର ମହାନତା ସମ୍ପର୍କ ରେ କହିଥିଲେ l ଏହି ଦିବସ ପାଳନ ପାଇଁ ଡ଼ିସେମ୍ବର 19,2011 ରେ ମିଳିତ ଜାତିସଙ୍ଘର ସାଧାରଣ ସଭା ରେ ଅକ୍ଟୋବର 11କୁ ଅନ୍ତର୍ଜାତୀୟ ବାଳିକା ଦିବସ ରୂପେ ପାଳନ କରିବାକୁ ନିଶ୍ଚିତ କରାଯଇଥିଲା l ସେ ଆହୁରି ମଧ୍ୟ ବାଳିକା ମାନଙ୍କର ସଠିକ ପୋଷଣ ବିଷୟରେ କହିଥିଲେ l ଏହି ଅବସରରେ ଜିଲ୍ଲାର ସଫଳ ପାର୍ବତୋରୋହୀ ସୁଶ୍ରୀ ବିଭାରଣୀ ପାତ୍ର ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା l ସେ କିଛି ଦିନ ପୂର୍ବେ ଆଫ୍ରିକା ର କିଲ୍ଲୀମଞ୍ଜର ପର୍ବତ ସଫଳତାର ସହ ଆରୋହଣ କରିଥିଲେ l ଏହାସହ ସେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଦୁଃସାହାସିକ କ୍ରୀଡାରେ ଅନେକ ପୁରସ୍କାର ପାଇଛନ୍ତି l
ଏହିପ୍ରରିପ୍ରେକ୍ଷୀରେ ଆୟୋଜିତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ସୁସନ୍ଧ୍ୟା ମହାନ୍ତି ଏବଂ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରୀ ମାନେ ଯୋଗଦେଇଥିଲେ l