କପିଳାସ ରାସ୍ତାରେ ୮ ଘଣ୍ଟା ପାଇଁ ଯାନବାହନ ଚଳାଚଳ ବନ୍ଦ !

ଢେଙ୍କାନାଳ ଜିଲ୍ଲାର କପିଳାସ ରାସ୍ତାରେ ଆଜି ୮ ଘଣ୍ଟା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ଏକ୍ସାଇଜ୍ କନଷ୍ଟେବଲ୍, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ପରୀକ୍ଷାର୍ଥୀଙ୍କ ଚାଲିବା ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।ଭୋର ୪ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନିରୁପମା ହୋଟେଲଠାରୁ କପିଳାସ, ବାଣିଆ ଓ ସୋରିଷପଦା ରାସ୍ତାରେ ଦୁଇଚକିଆ, ଚାରିଚକିଆ ଗାଡ଼ି ଓ ବସ୍ ଚଳାଚଳ ବନ୍ଦ ରହିବ।ଏହି ସମୟରେ ଢେଙ୍କାନାଳରୁ ଭୁବନ ଯାଉଥିବା ଯାତ୍ରୀମାନେ […]

Continue Reading

ବିରାଶାଳ ସାପ୍ତାହିକ ହାଟରେ ଖୁଲମଖୁଲା ଜୁଆ ଖେଳ ଅଭିଯୋଗ !

SLUG: ଯେଉଁ ହାଟକୁ ଲୋକେ ନିଜ ପରିବାର ପାଇଁ ପନିପରିବା, ଲୁଗାପଟା ଓ ଘରକରଣା ସାମଗ୍ରୀ କିଣିବାକୁ ଆସୁଛନ୍ତି, ସେହି ହାଟ ଏବେ ଜୁଆ ଖେଳର ଆଡ଼ା ପାଲଟିଥିବା ଅଭିଯୋଗ ହୋଇଛି। ଜୁଆ ଖେଳରେ ସପ୍ତାହକର ପରିଶ୍ରମର ରୋଜଗାର ହରାଉଛନ୍ତି ଅନେକ ଲୋକ। ଫଳରେ ପରିବାରରେ ଦେଖାଦେଉଛି ଅଶାନ୍ତି। ଏଭଳି ଏକ ଗମ୍ଭୀର ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବିରାଶାଳ ସାପ୍ତାହିକ ହାଟରୁ। ଏହି ଅଭିଯୋଗ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଏବେ […]

Continue Reading

ହିନ୍ଦୋଳ ଜଙ୍ଗଲରୁ ୧୫ ଶାଳଗଣ୍ଡି ବୋଝେଇ ପିକ୍‌ଅପ୍ ଜବତ, ଅଭିଯୁକ୍ତ ଫେରାର..

ଜଙ୍ଗଲରୁ ୧୫ ଶାଳଗଣ୍ଡି ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ ତଣ୍ଟିଚିରା ଗ୍ରାମ୍ୟ ଜଙ୍ଗଲ ବନବିଭାଗ ଓ ହିନ୍ଦୋଳ ପୋଲିସ ୧୫ଟି ଶାଳଗଣ୍ଡି ବୋଝେଇ ପିକ୍‌ଅପ୍ ଜବତ କରିଛି। ଜବତ ଗାଡିର ନମ୍ବର ଓଡି-୦୫-ଏଡବ୍ଧ -ଏଡବ୍ଲ୍ୟୁ-୫୩୫୧ । ତଣ୍ଟିଚିରା ସଂଲଗ୍ନ ଶାଳ ଜଙ୍ଗଲରୁ ଅବାଧ ଗଛ କାଟି କାଠ ଚୋରାଚାଲାଣ ହେଉଥିବା ନେଇ ବନବିଭାଗ ଓ ପୋଲିସକୁ ସୂଚନା ମିଳିଥିଲା। ଗୁରୁବାର ବିଳମ୍ବିତ ରାତିରେ ଖଜୁରିଆକଟା ସେକ୍ସନ ବନବିଭାଗ ହିନ୍ଦୋଳ […]

Continue Reading

ମା’ ମଙ୍ଗଳା ପୂଜା କମିଟି ପକ୍ଷରୁ ଖୁଦୁରୁକୁଣୀ ଓଷା ପାଳିତ..

ଢେଙ୍କାନାଳ ସହରସ୍ଥିତ ଦୋଳମଣ୍ଡପ ସାହିର ମା’ମଙ୍ଗଳା ପୂଜା ମଣ୍ଡପ ଠାରେ ଖୁଦୁରୁକୁଣୀଓଷା ପାଳିତ ହୋଇଯାଇଅଛି । ଦୀର୍ଘ ୫ବର୍ଷ ଧରି ଏହି ପୂଜା ଜାକଜମକରେ ପାଳିତ ହୋଇଆସୁଥ‌ିବାବେଳେ ଚଳିତବର୍ଷ ଏକ ନିଆରା ଢଙ୍ଗରେ ପାଳିତ ହେଉଅଛି । ୪ପାଳି ଧରି ଏହି ଓଷା ପାଳନ ହୋଇଆସୁଥିବାବେଳେ ଆଜି ଅନ୍ତିମଦିବସରେ ପ୍ରାତଃ ସମୟରୁ ମା’ଖୁଦୁରୁକୁଣୀକୁ ସ୍ଥାପନ କରି ବାଲୁଙ୍କା ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ମା’ଙ୍କରଆଳତି କରାଯିବା ସହ ଖୁଦୁରୁକୁଣୀଙ୍କ ଓଷା ବହି ପଠନ କରାଯାଇଥିଲା । ରାତ୍ର […]

Continue Reading

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର କଟୁଛି ବିଦ୍ୟୁତ୍‌: ଟର୍ଚ୍ଚ ଲାଇଟ୍‌ରେ ରୋଗୀସେବା !

🚨 📍 ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ବିଦ୍ୟୁତ୍‌ କାଟ୍‌କୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ବିଦ୍ୟୁତ୍‌ ଚାଲିଗଲେ ବିକଳ୍ପ ବ୍ୟବସ୍ଥା ଥାଇ ମଧ୍ୟ ଡିଜି ଚାଲୁ ନଥିବା ଅଭିଯୋଗ ହୋଇଛି। ଫଳରେ ଡାକ୍ତରଖାନାର ବିଭିନ୍ନ ସ୍ଥାନ ଅନ୍ଧାରରେ ରହୁଥିବା ଦେଖିବାକୁ ମିଳୁଛି।🔦 ସବୁଠାରୁ ଚିନ୍ତାଜନକ ଚିତ୍ର ଦେଖିବାକୁ ମିଳିଛି ଡ୍ରେସିଂ ରୁମ୍‌ରେ। ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ବିଦ୍ୟୁତ୍‌ ନଥିବା ବେଳେ ଦୁଇଜଣ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ କ୍ଷତ ଡ୍ରେସିଂ […]

Continue Reading

ଢେଙ୍କାନାଳ ମହିଷାପାଟରେ ଫାଟିଲା ଓଲା ସ୍କୁଟର,ନିଆଁ ଲାଗି ଜଳିଗଲା ଗାଡ଼ି

ଢେ଼ଙ୍କାନାଳ ସଦର : ଢେ଼ଙ୍କାନାଳ ମହିଷାପାଟ ୫୫ ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଏକ ଓଲା ଇଲେକ୍ଟ୍ରିକ୍ ସ୍କୁଟରରେ ହଠାତ୍ ବିସ୍ଫୋରଣ ହୋଇ ନିଆଁ ଲାଗିଯାଇଛି। ସ୍କୁଟରଟି ସମ୍ପୂର୍ଣ ଜଳି ନଷ୍ଟ ହୋଇଯାଇଛି। ସୂଚନା ଅନୁସାରେ,ରାସ୍ତା ଉପରେ ଥିବା ବେଳେ ସ୍କୁଟରର ବ୍ୟାଟେରୀରୁ ହଠାତ୍ ଧୂଆଁ ବାହାରିବା ପରେ ବିସ୍ଫୋରଣ ହୋଇଥିଲା। ମୁହୂର୍ତ୍ତକ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା। ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ସୌଭାଗ୍ୟବଶତଃ କୌଣସି ମଣିଷ ଆହତ ହୋଇ ନାହାଁନ୍ତି। ସ୍ଥାନୀୟ ଲୋକେ ଅଗ୍ନିଶମ […]

Continue Reading

ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ….

ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁ ଗିରଫ । ସାଂସଦ ସୁଜିତ କୁମାରଙ୍କୁ ଠକେଇ ଅଭିଯୋଗରେ ଅଜିତଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ ।ଜାଗା ଦେବାକୁ କହି ସାଂସଦ ସୁଜିତ କୁମାରଙ୍କୁ ଠକେଇ କରିଥିବା ନେଇ ଅଭିଯୋଗ ରହିଥିଲା । ଏହି ମାମଲାରେ ଅଜିତ ସାହୁଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା ।ୱାରେଣ୍ଟ ବଳରେ ନୟାପଲ୍ଲୀ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରୁ ଅଜିତ ସାହୁଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ତାଙ୍କୁ ଗିରଫ ପରେ […]

Continue Reading

କପିଳାସରେ ଶ୍ରାବଣ ଶେଷ ସୋମବାର ପାଇଁ କାଉଡିଆ ଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର..

ପବିତ୍ର ଶ୍ରାବଣ ମାସ ଅବସରରେ କପିଳାସ ପୀଠରେ ପଣ୍ଡା ନର୍ସିଂହୋମ୍‌ ସୌଜନ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ମାଗଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ପ୍ରତି ରବିବାର ଓ ସୋମବାର ଏହି ସେବା ଜାରି ରହିବ।ଏହି ଅବସରରେ ଡାକ୍ତର ଶାନ୍ତି ଭୂଷଣ ପଣ୍ଡା ନିଜେ ଉପସ୍ଥିତ ରହି ଭକ୍ତ ଓ ସାଧାରଣ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଓ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଦୂରଦୂରାନ୍ତରୁ କପିଳାସକୁ ଆସୁଥିବା ଭକ୍ତମାନଙ୍କ ପାଇଁ ଏଭଳି ସ୍ୱାସ୍ଥ୍ୟସେବା ଓ […]

Continue Reading

ଏବିଭିପି ତରଫରୁ ରାଜ୍ୟବ୍ୟାପୀ କ୍ୟାମ୍ପସ୍ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା…

ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପାଳନ ଅବସରରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେଦେଶଭକ୍ତିର ଭାବନା ଜାଗ୍ରତ କରିବା, ଜାତୀୟ ଏକତା ଓ ରାଷ୍ଟ୍ରୀୟ ଚେତନାକୁ ସୁଦୃଢ଼ କରିବା ଏବଂ ରାଷ୍ଟ୍ରପୁନଃନିର୍ମାଣର ଲକ୍ଷ୍ୟକୁ ସାକାର କରିବା ଉଦ୍ଦେଶ୍ୟରେ ଅଞ୍ଛଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ପକ୍ଷରୁ ସାରା ଓଡ଼ିଶାରେ ରାଜ୍ୟବ୍ୟାପୀ କ୍ୟାମ୍ପସ୍ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଆଜି ଢ଼େଙ୍କାନାଳ ସୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ରେ ଏକ ଭବ୍ୟ ତ୍ରିରଙ୍ଗାଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥ‌ିରେ ୧୫୦ ସଂଖ୍ୟକ ବିଦ୍ୟାର୍ଥୀ […]

Continue Reading

ସରକାରୀ ଚାକରି ପାଇଲେ ୧୩୨୬ ଜଣ..

ଭୁବନେଶ୍ୱର ରେଳ ଅଡିଟୋରିଅମଠାରେ ଆୟୋଜିତ ନିଯୁକ୍ତିମେଳା କାର୍ଯ୍ୟକ୍ରମରେ ଆଜି ୯ଟି ବିଭାଗରେ ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୩୬୪ ଜଣ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ କନିଷ୍ଠ ଯନ୍ତ୍ରୀ, ଶକ୍ତି ବିଭାଗ ଓ OHPCରେ ୧୨ ଜଣ କନିଷ୍ଠ ଯନ୍ତ୍ରୀ ଓ ୨୨୮ ଟ୍ରେନି, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୮ ଜଣ ସହକାରୀ […]

Continue Reading