କାମାକ୍ଷାନଗର ଅଂଚଳରେ ଗୁରୁତର ଷଣ୍ଢ ର ଚିକିତ୍ସା ପାଇଁ ପ୍ରଶାସନ କୁ ନିବେଦନ ଜଣାଇଲେ ସମାଜସେବୀ..

ଜିଲ୍ଲା ଢେଙ୍କାନାଳ ଖବର
Spread the love

ଆଜିକୁ ୧୨ ଦିନ ପୂର୍ବେ କାମାକ୍ଷାନଗର ସହର ଅନ୍ତର୍ଗତ ମୁଣ୍ଡିଦେଉଳି ଛକ ଠାରେ ଅଜଣା ଗାଡିର ଧକ୍କା ରେ ଏକ ଷେଣ୍ଢ ଗୁରୁତର ଆହାତ ହୋଇଥିଲା । ଏହାକୁ ଦେଖି କିଛି ସହୃଦୟ ବ୍ୟକ୍ତି ଆହାତ ଷେଣ୍ଢ କୁ କାମାକ୍ଷାନଗର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଥିବା ସାଇକେଲ ଷ୍ଟାଣ୍ଡ ଘରକୁ ଏକ ଟାଟାଏସି ଗାଡି ସାହାଯ୍ୟରେ ଆଣି ରଖିଥିଲେ । ସେହି ଠାରେ ହିଁ ଆଜି ପର୍ଯ୍ୟନ୍ତ ଷେଣ୍ଢ ଟିର ଚିକିତ୍ସା ହେଉଛି । ଷେଣ୍ଢ ଟିର ଜାନୁ ଭଙ୍ଗ ହେବା ସହିତ ଆଉ କିଛି ଅଙ୍ଗରେ ଗଭୀର ଆଘାତ ଲାଗିଛି , ସ୍ଥାନୀୟ ପଶୁ ଡ଼ାକ୍ତର ଙ୍କ ନିରୀକ୍ଷଣ ରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ କିଛି ସହୃଦୟ ବ୍ୟକ୍ତି ଙ୍କ ସାହାଯ୍ୟ ସହଯୋଗ ରେ ଇଞ୍ଜେକ୍ସନ, ଆଣ୍ଟିବାୟୋଟିକ, ସାଲାଇନ ସହ ମେଡିସିନ ଦିଆଯାଉଛି ।‌ କିନ୍ତୁ ଷେଣ୍ଢ ଟି ଏ ପର୍ଯ୍ୟନ୍ତ ସୁସ୍ଥ ହୋଇନି , ଷେଣ୍ଢ କୁ ଭୁବନେଶ୍ୱର ର ବଡ଼ ପଶୁ ଚିକିତ୍ସାଳୟ କୁ ନେବାକୁ ପଡ଼ିବ , ସେଠିକି ନେଲା ପରେ ଅଭିଜ୍ଞ ଡାକ୍ତରମାନଙ୍କ ଅସ୍ତ୍ରୋପଚାର ଦ୍ଵାରା ଷେଣ୍ଢ ସୁସ୍ଥ ହୋଇପାରିବ । ପ୍ରତ୍ୟେକ ଜୀଵନ ମୁଲ୍ୟଵାନ ସେ ମଣିଷ ହୁଅନ୍ତୁ ଵା ପଶୁ ପକ୍ଷୀ ।କାମାକ୍ଷାନଗର ଵାସୀ ସରକାର ଓ ସ୍ଥାନୀୟ ପ୍ରଶାସନ ପାଖରେ ନିବେଦନ କରିଛନ୍ତି ଷେଣ୍ଢ କୁ ଭୁବନେଶ୍ୱର ବଡ଼ ପଶୁ ଚିକିତ୍ସାଳୟ ନିଆଯାଇ ସୁସ୍ଥ କରାଯାଉ । କିନ୍ତୁ ଏ ପର୍ଯ୍ୟନ୍ତ ପ୍ରଶାସନ କୋୖଣସି ଦୃଷ୍ଟି ଦେଇନି ।‌

Leave a Reply

Your email address will not be published. Required fields are marked *