ଢେଙ୍କାନାଳ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବସୁରଭି ଓ ଓଡ଼ିଶା ମିଲେଟ୍ ପ୍ରତିଯୋଗିତା – ୨୦୨୩ ଉଦଘାଟିତ.

ଢେଙ୍କାନାଳ ଖବର
Spread the love

ଢେଙ୍କାନାଳ : ତା.୧୭.୧୦.୨୦୨୩ ରିଖ ଚଳିତ ବର୍ଷ ୨୦୨୩ ମସିହାରେ ସୁରଭି ଓ ଓଡିଶା ମିଲେଟ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ କୃଷ୍ଟରସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛି ।ଏ ସମ୍ପର୍କରେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ତା ୧୪. ୯.୨୩ ରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ,ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭାରପ୍ରାପ୍ତ ଅଧ୍ୟକ୍ଷ,ଜିଲ୍ଲା ଶିକ୍ଷା ଓ ଶିକ୍ଷଣ ପ୍ରତିଷ୍ଠାନ, ପ୍ରଧାନ ଶିକ୍ଷକ,ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ଏବଂ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।ଅନୁଷ୍ଠିତ ବୈଠକରେ ହୋଇଥ‌ିବା ନିଷ୍ପତ୍ତି ଅନୁଯାୟୀ ତା:୨୫.୯.୨୩ରିଖରୁ ତା.୩୦.୯.୨୩ରିଖ ମଧ୍ଯରେ ଢେଙ୍କାନାଳ ଜିଲ୍ଲାର ୧୩୬ଟି କୃଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ,ଉଚ୍ଚ ପ୍ରାଥମିକ,ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରଥମରୁ ଦ୍ବାଦଶ ଶ୍ରେଣୀର କୃତୀ ଛାତ୍ରୀ,ଛାତ୍ର ମାନେ ଆଞ୍ଚଳିକ କ୍ଲଷ୍ଟର ସ୍ତରରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ଯଥା : ବିତର୍କ,ପ୍ରବନ୍ଧ ଲିଖନ,କୁଇଜ୍,ଚିତ୍ରାଙ୍କନ, ସୃଜନଶୀଳ ଲିଖନ,ବକ୍ତୃତା,ସଂଗୀତ, ଓଡିଆ ହସ୍ତାକ୍ଷର ଓ ଶ୍ରୁତଲିଖନ,ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ,ମଧ୍ୟାହ୍ନ ଭୋଜନ ଇତ୍ୟାଦିରେ ଅତି ବରିଷ୍ଠ,ବରିଷ୍ଠ ଓ କନିଷ୍ଠବର୍ଗରେ ଅଂଶଗ୍ରହଣ କରିଥିଲେ। ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ସ୍ବତନ୍ତ୍ର ଭାବରେ ସଂଗୀତ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମିଲେଟ୍ ବିଷୟରେ ମଧ୍ୟ ସ୍ବତନ୍ତ୍ର ଭାବେ କୁଇଜ୍,ବକ୍ତୃତା ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଆଞ୍ଚଳିକ କ୍ଲଷ୍ଟରସ୍ତରରୁ ଉତ୍ତୀର୍ଣ୍ଣ କୃତୀ ଛାତ୍ରୀଛାତ୍ର ମାନେ ତା ୩.୧୦.୨୦୨୩ ରିଖରେ ବ୍ଲକ ସ୍ତରରେ ଅନୁଷ୍ଠିତ ହୋଇଥ‌ିବା ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ- ସୁରଭି ଓ ମିଲେଟ ପ୍ରତିଯୋଗିତା -୨୦୨୩ ତା: ୧୭.୧୦.୨୦୨୩ ରିଖ ପୂର୍ବାହ୍ନ ୧୦.୩୦ ମିନିଟ୍ ରେ ଶତାୟୁ,ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟରେ ଉଦ୍ଘାଟିତ ହୋଇଥିଲା ।ଏହି ସମାରୋହରେ ସରୋଜ କୁମାର ସେଠୀ,ଜିଲ୍ଲାପାଳ ତଥା ଅଧ୍ୟକ୍ଷ ସମଗ୍ର ଶିକ୍ଷା,ଢେଙ୍କାନାଳ ମୁଖ୍ୟଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ ଘାଟନ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ବକ୍ତବ୍ୟରେ ଆଜିର ଶିଶୁ ଆସନ୍ତା କାଲିର ନାଗରିକ ହୋଇ ଦେଶ ଗଠନରେ ପ୍ରମୁଖ ଭୂମିକା ନିର୍ବାହ କରିବାକୁ ଦୃଢ଼ ଆହ୍ଵାନ ଜଣାଇ ଥିଲେ।।ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିନିତା ସେନାପତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବରେ ଜ୍ଞାନ ରଞ୍ଜନ ମହାପାତ୍ର,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ ଓ ଏହାହିଁ ସମସ୍ତ ସଫଳତାର ଚାବିକାଠି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ମାର୍କଣ୍ଡ ପ୍ରଧାନ,ସ୍କିମ୍ ଅଫିସର୍,ଓଡ଼ିଶା ମିଲେଟ୍ ମିଶନ୍‌, ସସ୍ମିତା ସାହୁ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ରହ୍ମୋତ୍ରୀ ବିଶ୍ବାଳ,ପ୍ରଧାନଶିକ୍ଷକ,ଶତାୟୁ ,ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ ପ୍ରମୁଖ ସମ୍ମାନିତଅତିଥି ଭାବରେ ଯୋଗ ଦେଇ ସ୍ଵୀୟ ବକ୍ତବ୍ୟରେ ସୁରଭି କାର୍ଯ୍ୟକ୍ରମ ଦୀର୍ଘ ବର୍ଷ ଧରି ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାର ଚିହ୍ନଟ ତଥା ବିକାଶରେ ମୁଖ୍ୟ ଭୂମିକା ନିର୍ବାହ କରିଆସୁଛି ବୋଲି ଦୃଢ଼ ମତପ୍ରକାଶ କରିଥିଲେ ।ସେ ମହାଶୟା ସମସ୍ତ ପ୍ରତିଯୋଗୀମାନଙ୍କୁ ଶୁଭକାମନା ଜଣାଇଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ପରିପ୍ରେକ୍ଷୀରେ ପିଲାମାନଙ୍କୁ ଆକର୍ଷିତ କରିବା ପାଇଁ ୪ ଟି ଷ୍ଟଲ୍‌ ଯଥା ମିଲେଟ ଷ୍ଟଲ୍‌,କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଅନ୍ତେବାସିନୀମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀକୁ ନେଇ ଏକ ଷ୍ଟଲ୍,ଶିକ୍ଷଣ ସାମଗ୍ରୀ ଷ୍ଟଲ୍‌ ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଷ୍ଟଲ୍‌ ପ୍ରଦର୍ଶିତ ହୋଇଥିଲା।ବିଭିନ୍ନ ବ୍ଲକରୁ ସମସ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ, ଛାତ୍ରମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ, ଧୂପ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା।ସମଗ୍ରଶିକ୍ଷା କାର୍ଯ୍ୟାଳୟର ଜନଜାତି ଶିକ୍ଷା ସଂଯୋଜିକା ଶୁଭାଶିଷ ସାହୁ ମଙ୍ଗଲଚରଣ ଗାନ ଓ ଶାନ୍ତିପାଠ କରିଥିଲେ କଷ୍ଟୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟ,କଙ୍କଡ଼ାହାଡ଼ର ଛାତ୍ରୀମାନେ ସୁମଧୁର ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ବିନିତା ସେନାପତି ସ୍ବାଗତ ଭାଷଣ ଓ ସଭାପତିଙ୍କ ଅଭିଭାଷଣ ପ୍ରଦାନ କରିବା ଅବସରରେ ସ୍ଵୀୟ ବକ୍ତବ୍ୟରେ ଢେଙ୍କାନାଳ ଜିଲ୍ଲାକୁ ଶିକ୍ଷାକ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ଛାତ୍ରୀ,ଛାତ୍ର,ଶିକ୍ଷୟିତ୍ରୀ, ଶିକ୍ଷକ ଓ ପିତାମାତା ତଥା ଅଭିଭାବିକା, ଅଭିଭାବକ ମାନଙ୍କର ସମ୍ମିଳିତ ଅବିରତ ପ୍ରଚେଷ୍ଟା ଜାରି ରଖିବାକୁ ସମସ୍ତଙ୍କୁ ଦୃଢ଼ ଆହ୍ଵାନ ଜଣାଇଥିଲେ।ସସ୍ମିତା ସାହୁ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଢେଙ୍କାନାଳ ଅତିଥି ପରିଚୟ ପ୍ରଦାନ କରିଥଲେ।ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏକାଦଶ ଶ୍ରେଣୀର ଛାତ୍ର ଦେବଦତ୍ତ ପୁହାଣ ଓ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଦଶମ ଶ୍ରେଣୀର ଛାତ୍ରୀ ସାଇ ଅନନ୍ୟା ନାୟକ ଅତ୍ୟନ୍ତ ସୁନ୍ଦର ଚିତ୍ତାକର୍ଷକ ଢ଼ଙ୍ଗରେ କାର୍ଯ୍ୟକ୍ରମ ସଂଯୋଜନା ଓ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର, ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ଡ଼ଃ ଅନୁପମା ମିଶ୍ର ଓ ଦୀପ୍ତିଶ କୁମାର ଶତପଥୀଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ,କର୍ମଚାରୀ ବୃନ୍ଦ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଜନଜାତି ଶିକ୍ଷା ସଂଯୋଜିକା ଶୁଭାଶିଷ ସାହୁ,ଯତୀନ୍ଦ୍ର କର, ମନୋହର ଶତପଥିଙ୍କ ସମେତ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

ଡ଼ା.ଦେବୀ ପ୍ରସାଦ ମିଶ୍ର ,
ମେଡିଆ ଦାୟିତ୍ଵରେ ଥିବା
ବରିଷ୍ଠ ସହକାରୀ ଶିକ୍ଷକ,
ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,
ଢ଼େଙ୍କାନାଳ

Leave a Reply

Your email address will not be published. Required fields are marked *