ବିଜେପି ର ମିଶ୍ରଣ ପର୍ବ,ହାତ ଓ ଶଙ୍ଖ ଛାଡି ପଦ୍ମ ଧରିଲେ ପୁର୍ବତନ ମନ୍ତ୍ରୀ ନବୀନ ଦାସ ଓ ବିଜେଡି ନେତା କାର୍ତିକ ସାହୁ
ବିକାଶ ର ଅନ୍ୟ ନାମ ଧର୍ମେନ୍ଦ୍ର
ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ ଦ୍ୱାରା ଅନୁମୋଦନ ଲାଭକରିଥିବା କାମାକ୍ଷାନଗର କପିଳେଶ୍ଵର ମହାଦେବ ମନ୍ଦିର ପୁନରୁଦ୍ଧାର ପାଇଁ ୧୦ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା ।
କୃତଜ୍ଞତା ଜଣାଇଲେ କାମାକ୍ଷାନଗର ଜନସାଧାରଣ ଓ ବୁଦ୍ଧିଜୀବୀ ‘
ଢେଙ୍କାନାଳ :-ଢେଙ୍କାନାଳ ଭାଜପା ଜିଲ୍ଲା କର୍ଯ୍ୟାଳୟ ପରିସରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି l କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତି ରେ କଂଗ୍ରେସ ଛାଡିଥିବା ପୂର୍ବ ତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ଓ ପୂର୍ଵ ତନ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ, ବିଜେଡି ରୁ ନିଲମ୍ବିତ ହୋଇଥିବା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର କଙ୍କଡ଼ାହାଡ଼ ବ୍ଲକ ପୂର୍ବ ତନ ଅଧକ୍ଷ କାର୍ତିକ ସାହୁ ହଜାର ହଜାର ସମର୍ଥକ ଙ୍କ ସହ ବିଜେପି ରେ ଯୋଗଦାନ କରିଛନ୍ତି l ଏପଟେ ଜିଲ୍ଲା ପରିଷଦ ର ପୂର୍ଵ ତନ ଉପସଭାପତି ତଥା ଗଁଦିଆ ର ବିଜେଡି ନେତା କୋଦଣ୍ଡ ଧର ସାହୁ ମଧ୍ୟ ବହୁ ସମର୍ଥକ ଙ୍କ ସହ ବିଜେପି ରେ ଯୋଗଦାନ କରିଛନ୍ତି l କିଛିଦିନ ପୂର୍ଵ ରୁ ଅନ୍ୟ ଏକ ମିଶ୍ରଣ ପର୍ବ ରେ ପୂର୍ଵ ତନ ବିଧାୟକ ନବୀନ ନନ୍ଦ ପ୍ରମୁଖ ଏହି ମିଶ୍ରଣ ପର୍ବ ରେ ଯୋଗଦାନ କରିଥିଲେ l ଏହି ମିଶ୍ରଣ ପର୍ବ ରେ କେନ୍ଦ୍ର ମନ୍ତ୍ରୀ ଙ୍କ ସହ ପୂର୍ଵ ତନ ରାଜ୍ୟ ସଭା ସାଂସଦ ରୁଦ୍ରନାରାୟ ପାଣି ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର,ବିଜେପି ର ପୂର୍ଵ ତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର,ପୂର୍ଵ ତନ ପୌରାଧକ୍ଷ ସୁନୀଲ ଶର୍ମା,ମିଡ଼ିଆ ସେଲ ର ପ୍ରଭାରୀ ରତ୍ନ ପ୍ରଭା ପଣ୍ଡା,ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟନିରୋଜ ନଳିନୀ ମହାଳିକ ,ବରିଷ୍ଠ ନେତା ରାମ ପାତ୍ର,ସଂଯୋଜିକା ରତ୍ନ
ପ୍ରଭା ପଣ୍ଡା,ପ୍ରମୁଖ ଯୋଗ ଦେଇଥିଲେ l ଦଳ ପକ୍ଷରୁ ବ୍ୟାପକ ସ୍ୱାଗତ ସମ୍ବ୍ରଧନା ଦିଆଯାଇଥିଲା l ଏହି ମିଶ୍ରଣ ପର୍ବ ଯେଭଳି ଭାବ ରେ ଚାଲୁ ରହିଛି ଆଶା ଓ ଆଶଙ୍କା ରେ ବିଜେଡି ନେତା ମାନଙ୍କୁ ଦେଖିବାକୁ ମିଳିଛି ।ଢ଼େଙ୍କାନାଳରୁ ଅକ୍ଷୟ କୁମାର ନନ୍ଦଙ୍କ ସ୍ୱତନ୍ତ୍ର ରିପୋର୍ଟ dhenkanal news