ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ୍ର ଛୋଟତେନ୍ତୁଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ କୈଳାଶ ଚନ୍ଦ୍ର ପୃଷ୍ଟି ସଭାପତିତ୍ବରେଜିଲ୍ଲା ପ୍ରଶାସନ ଓ ‘ପ୍ରିୟ’ ସେଚ୍ଛାସେବୀ ସଂଗଠନର ମିଳିତ ଆନୁକୂଲ୍ୟରେ ସାପ କାମୁଡା ଓ ବ୍ରଜାଘାତରୁ ଜୀବନ ରକ୍ଷାନିମନ୍ତେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ସେହିପରି ବେଖା ଓ ନେହେଲେରା ଗ୍ରାମ ପଂଚାୟତର ସରକାରୀଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥୁ ଭାବେପ୍ରାଧାନଶିକ୍ଷକ ହାରିହର ଦେଲେଇ, ଅଙ୍ଗନବାଡି ଓ ଆଶା କର୍ମୀମାନେ ଉପସ୍ଥିତ ରହି ସଚେତନତା ବାର୍ତା ଦେଇଥିଲେ ।‘ପ୍ରିୟ’ ଅନୁଷ୍ଠାନର ନିର୍ଦ୍ଦେଶକ ଟଙ୍କଧର ବାରିକ ଫ୍ଲେକ୍ସ ଓ ପ୍ରଚାର ପତ୍ର ମାଧ୍ୟମରେ ସାପ କାମୁଡା ଓ ବ୍ରଜଘାତରେ କ’ଣକରିବା ଦରକାର ଓ କ’ଣ ନ କରିବା ଦରକାର ବୁଝାଇ କହିଥିଲେ । ଉକ୍ତ ଦୁଇଟି କାର୍ଯକ୍ରମକୁ ଇଲନପ୍ରଭା ସେନାପତି,ଅନ୍ନପୂର୍ଣ୍ଣା ଧଳ, ସୋନାଲି ଧଳ, ସୌଭାଗ୍ୟ ଲକ୍ଷ୍ମୀ ତରାଇ, ସ୍ବାଗତିକା ରାଉତ ଓ ଲକ୍ଷ୍ମୀପ୍ରିୟା ନାୟକ ସହଯୋଗ କରିଥିଲେ ।


