ଢେଙ୍କାନାଳ ଜିଲ୍ଲାର କପିଳାସ ରାସ୍ତାରେ ଆଜି ୮ ଘଣ୍ଟା ପାଇଁ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ଏକ୍ସାଇଜ୍ କନଷ୍ଟେବଲ୍, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଯୁକ୍ତି ପରୀକ୍ଷାର୍ଥୀଙ୍କ ଚାଲିବା ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।ଭୋର ୪ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନିରୁପମା ହୋଟେଲଠାରୁ କପିଳାସ, ବାଣିଆ ଓ ସୋରିଷପଦା ରାସ୍ତାରେ ଦୁଇଚକିଆ, ଚାରିଚକିଆ ଗାଡ଼ି ଓ ବସ୍ ଚଳାଚଳ ବନ୍ଦ ରହିବ।ଏହି ସମୟରେ ଢେଙ୍କାନାଳରୁ ଭୁବନ ଯାଉଥିବା ଯାତ୍ରୀମାନେ କାଇମାଟି, ଜୋରନ୍ଦା, ମାଧପୁର ଓ ବିଧାରପୁର ରାସ୍ତା ଦେଇ ଯାତାୟାତ କରିବେ। ସେହିପରି ଟାଙ୍ଗୀ-ଚୌଦ୍ୱାରରୁ ଢେଙ୍କାନାଳ ଆସୁଥିବା ଗାଡ଼ିଗୁଡ଼ିକ ସୋରିଷପଦା, ରାମେଇ, ଗୁଣ୍ଡୁରାପସି ଓ ବିଧାରପୁର ରାସ୍ତା ବ୍ୟବହାର କରିବେ।ତେଣୁ ଯାତ୍ରୀ ଓ ଗାଡ଼ି ଚାଳକମାନେ ନିର୍ଦ୍ଧାରିତ ସମୟରେ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
#DhenkanalNews #Kapilash #TrafficRestriction #Dhenkanal #OdishaNews #ForestGuardRecruitment #ExciseConstable #TrafficUpdate
ରିପୋର୍ଟ-ମହେଶ୍ୱର ସାହୁ ( ଢେଙ୍କାନାଳ, ସଦର )
