ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ….

ଅପରାଧ ଜିଲ୍ଲା ଢେଙ୍କାନାଳ ଖବର ରାଜନୀତି ରାଜ୍ୟ
Spread the love

ପୂର୍ବତନ ମନ୍ତ୍ରୀ ନୃସିଂହ ସାହୁଙ୍କ ପୁଅ ଅଜିତ ସାହୁ ଗିରଫ । ସାଂସଦ ସୁଜିତ କୁମାରଙ୍କୁ ଠକେଇ ଅଭିଯୋଗରେ ଅଜିତଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ ।ଜାଗା ଦେବାକୁ କହି ସାଂସଦ ସୁଜିତ କୁମାରଙ୍କୁ ଠକେଇ କରିଥିବା ନେଇ ଅଭିଯୋଗ ରହିଥିଲା । ଏହି ମାମଲାରେ ଅଜିତ ସାହୁଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା ।ୱାରେଣ୍ଟ ବଳରେ ନୟାପଲ୍ଲୀ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରୁ ଅଜିତ ସାହୁଙ୍କୁ ଗିରଫ କରିଛି ନୟାପଲ୍ଲୀ ପୋଲିସ । ତାଙ୍କୁ ଗିରଫ ପରେ ମାମଲାର ଅଧିକ ତଦନ୍ତ ଜାରି ରହିଛି ।ତେବେ ଜାଗା ଦେବା ନାଁରେ କିପରି ଠକେଇ ହୋଇଥିଲା, ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ—ସେନେଇ ପୋଲିସର ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ..

Leave a Reply

Your email address will not be published. Required fields are marked *