ଢେଙ୍କାନାଳ, ୧୪୮: ଓଡାପଡା ବ୍ଲକ୍ର ସିମିନଈସ୍ଥିତ ଆଂଚଳିକ ଡିଗ୍ରୀ ମହାବିଦ୍ୟାଳୟ ଆନୁକୂଲ୍ୟରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଯାୟୀ ଏକ ଆକର୍ଷଣୀୟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଛାତ୍ରଛାତ୍ରୀମାନଙ୍କୁ ଏହି କାର୍ଯ୍ୟକ୍ରମର ଗୁରୁତ୍ଵ ଓ ପ୍ରାସଙ୍ଗିକତା ଉପରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଜିତ୍ କୁମାର ସାମଲ ସଭାପତିତ୍ବରେ
ଭାରତୀୟ ସ୍ବାଧୀନତା ସଂଗ୍ରାମ ଓ ଜାତୀୟ ପତାକାର ଗୌରବମୟ ଗାଥାକୁ ଉପସ୍ଥାପନ କରିଥିଲେ । ଜାତୀୟ ପତାକାର ଗୌରବକୁ ବଜାୟ ରଖୁବା ନିମନ୍ତେ ଏକ ସାମୁହିକ ଭାବେ ଶପଥପାଠ କରାଯାଇଥିଲା । ଶତାବ୍ଦିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଏହି ବିଶାଳ ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ । ଏଥିରେ ୫୦ ଫୁଟ ଲମ୍ବର ଏକ ଜାତୀୟ ପତାକାକୁ ଶୋଭାଯାତ୍ରାରେ ସାମିଲ୍ କରିଥିଲେ । ହର୍ଘ ର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି, ଏଥରେ କୃତିତ୍ୱ ଅର୍ଜନ
କରିଥିବା ଛାତ୍ରଛାତ୍ରୀମାନଙ୍କୁ ସାଧୀନତା ଦିବସରେ ମହାବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁରେନ୍ଦ୍ର କୁମାର ପରିଡା, ଅନିଲ୍ କୁମାର ପଣ୍ଡା, କିର୍ତିକୌଶିକ୍ ପଣ୍ଡା, ଧରଣୀଧର ସେଠି, ସୌମ୍ୟରଞ୍ଜନ ସ, ଅନ୍ତର୍ଯ୍ୟାମୀ ବେହେରା, ଶଶଧର ସାହୁ, ଅକ୍ଷୟ କୁମାର ସେନାପତି, କିଶୋର ଚନ୍ଦ୍ର ନନ୍ଦ, ସଚିଦାନନ୍ଦ ଭୁକ୍ତା, ଅଧ୍ୟାପିକା ଅନିତା ଦାସ, ଡ. ଭାରତୀ ବେହେରା, ପରିମିତା ନାୟକ, ଅନିମା ଦାଶ, ପ୍ରଜ୍ଞାପରିମିତା, ଶୁଭଶ୍ରୀ ରାଉତ, ସ୍ମିତାରାଣୀ ସାହୁ, ରଶ୍ମିତା ବେହେରା, ପଲ୍ଲିଶ୍ରୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳରୂପେ ପରିଚାଳନା କରିଥିଲେ ।
ରିପୋର୍ଟ -ସୁବାସ ଚନ୍ଦ୍ର ସାହୁ (ଓଡାପଡା )


