ଆସନା ୩୧ ରେ ଶିବ ପାର୍ବତୀଙ୍କ ବିବାହ ପାଇଁ ନିର୍ବନ୍ଧ ସଂପନ୍ନ…

Uncategorized ଜିଲ୍ଲା ଢେଙ୍କାନାଳ ଖବର
Spread the love


ଢେଙ୍କାନାଳ, ୧୪୫: ଆସନ୍ତା ୩୧ ତାରିଖ ଶନିବାର ଦିନ ବ୍ରାହ୍ମଣୀ ନଦୀ ତଟସ୍ଥିତ ଶ୍ରୀ ଶ୍ରୀ ନାଗନାଥେଶ୍ବର ମହାଦେବଙ୍କ ‘ଶୀତଳ ଷଷ୍ଠୀ ତଥା ଶିବବିବାହ’ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଗତ ସୋମବାର ନିର୍ବନ୍ଧ ଶ୍ରୀ ଶ୍ରୀ ନାଗନାଥେଶ୍ଵର ମନ୍ଦିର ପ୍ରାଙ୍ଗଣରେ ସଂପନ୍ନ ହୋଇଯାଇଅଛି । ପାର୍ବତୀଙ୍କ ପିତାମାତା ଭାବେ ଢେଙ୍କାନାଳ ଟାଉନ୍ ନିବାସୀ ଦେବାଶିଷ ମିଶ୍ର ଓ ତାଙ୍କ ପତ୍ନୀ ମଧୁସ୍ମିତା ମିଶ୍ର ଏବଂ ଶିବ ଠାକୁରଙ୍କ ପିତାମାତା ଭାବେ ଢେଙ୍କାନାଳ ଟାଉନ୍‌ ବାସୀନ୍ଦା ମନୋଜ କୁମାର ମହାନ୍ତି ଓ ତାଙ୍କ ପତ୍ନୀ ଅନୀତା ମହାନ୍ତି ଉପସ୍ଥିତ ରହି ବିଧୁମୁତାବକ ପୂଜାର୍ଚ୍ଚନା କରି ନିର୍ବନ୍ଧ କାର୍ଯ୍ୟ ସଂପନ୍ନ କରିଥିଲେ । ଆସନ୍ତା ୩୦ ତାରିଖରେ ମଙ୍ଗଳପାକ, ୩୧ ତାରିଖ ୬ ଘଟିକାରେ ମଙ୍ଗୁଳା, ରାତ୍ର ୮ ଘଟିକାରେ ଦେବଦମ୍ପତିଙ୍କ ନଗର ପରିକ୍ରମା ଓ ୯ ଘଟିକାରେ ବିବାହ କାର୍ଯ୍ୟକ୍ରମ ପରେ ପ୍ରସାଦସେବନ ଅନୁଷ୍ଠିତ ହେବ ବୋଲି ମନ୍ଦିର ଉନ୍ନୟନ ପରିଷଦର ସଭାପତି ନିତ୍ୟାନନ୍ଦ ସାହୁ ସୂଚନା ଦେଇଛନ୍ତି । ବଡନାଗେନା ଗ୍ରାମବାସୀବୃନ୍ଦ ଏଥ‌ିରେ ସମସ୍ତ ସହଯୋଗ
କରିଥିଲେ ।

ରିପୋର୍ଟ -ଢେଙ୍କାନାଳ ନ୍ଯୁଜ….

Leave a Reply

Your email address will not be published. Required fields are marked *