ଢେଙ୍କାନାଳ ରେ ତାତିଲେ ଓକିଲ ସଂଘ, ସ୍ମାର୍ଟ ମିଟରକୁ ତୀବ୍ର ବିରୋଧ…

ଜିଲ୍ଲା ଢେଙ୍କାନାଳ ଖବର
Spread the love

ଆଜି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ସଭାଗୃହରେ ଜିଲ୍ଲା ଓକିଲ ସଂଘ ସଭାପତି ଗୋପାଳ ଚନ୍ଦ୍ର ପାତ୍ରଙ୍କଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଟିପିସିଓଡିଏଲ୍‌ର ମନମୁଖୀ କାର୍ଯ୍ୟ ଯଥା ଜିଲ୍ଲାର ପ୍ରତ୍ୟେକ ଉପଭୋକ୍ତାଙ୍କୁସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରିବା, ବିନା କାରଣରେ ପୂର୍ବରୁ ଲଗାଯାଇଥିବା ମିଟର୍ ଗୁଡିକୁ ଡିଫେକ୍ଟିଭ୍ ଦେଖାଇବା ଏବଂଏଥପାଇଁ ମୋଟା ଅଙ୍କର ଜୋରିମାନା ଲାଗୁ କରିବା, ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ କରିବା ସ୍ମାର୍ଟ ମିଟର ଲଗାଇ ଲୋକଙ୍କୁଶୋଷଣ କରିବା, ସାଧାରଣ ଲୋକଙ୍କୁ ଭୟଭୀତ କରାଇ ଜବରଦସ୍ତ ସେମାନଙ୍କ ଘରେ ସ୍ମାର୍ଟ ମିଟର ବସାଇବା ଏବଂ ଠିକ୍ଭାବରେ ସର୍ଭିସ୍ ପ୍ରୋଭାଇଡ୍ ନ କରିବା ବିରୋଧରେ ବାରମ୍ବାର ଜିଲ୍ଲାବାସୀଙ୍କ ଠାରୁ ଅଭିଯୋଗ ପାଇବା ପରେ ଆଜି ଢେଙ୍କାନାଳଜିଲ୍ଲା ଓକିଲ ସଂଘ ତରଫରୁ ଏହି ଜରୁରୀ ବୈଠକ କରାଯାଇଥିଲା । ଟିପିସିଓଡିଏଲ୍‌କୁ କୌଣସି ମତେ ଏହି ମନମୁଖୀ ତଥା ଜନବିରୋଧ କାର୍ଯ୍ୟ କରାଇ ନ ଦେବାକୁ ବୈଠକରେ ମତ ପ୍ରକାଶ ପାଇଥିଲା । ଜିଲ୍ଲାର କୌଣସି ସାଧାରଣ ବିଦ୍ୟୁତ୍ ଉପଭୋକ୍ତାଙ୍କୁଟିପିସିଓଡିଏଲ୍ କୌଣସି ପ୍ରକାରର ହଇରାଣ ହରକତ କରିବାକୁ ଚେଷ୍ଟା କଲେ ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ଏହାର ତୀବ୍ରବିରୋଧ କରିବ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଗଲା । ସ୍ମାର୍ଟ ମିଟର ଲଗାଇବା ପୂର୍ବରୁ ନିଜ ଇନ୍‌ଫ୍ରାଷ୍ଟ୍ରକ୍ଚର ଏବଂସର୍ଭିସ୍‌କୁ ସ୍ମାର୍ଟ ପାଇଁ ଟିପିସିଓଡିଏଲ୍ କର୍ତ୍ତୃପକ୍ଷଙ୍କୁ ଚେତାବନୀ ପ୍ରଦାନ କରାଯାଇଥିଲା । ଜିଲ୍ଲା ଓକିଲ ସଂଘ ସଦାସର୍ବଦା ଜିଲ୍ଲାବାସୀଙ୍କସାର୍ଥ ପାଇଁ ଲଢି ଆସିଛି ଏବଂ ଏଥର ମଧ୍ୟ ଜିଲ୍ଲାବାସୀଙ୍କ ସହିତ ଓକିଲ ସଂଘ ସର୍ବଦା ଛିଡାହୋଇ ରହିବ ଏବଂ ଜିଲ୍ଲାବାସୀଙ୍କ ପ୍ରତିକୌଣସି ପ୍ରକାରର ଅନ୍ୟାୟକୁ ସଂଘ ବରଦାସ୍ତ କରିବ ନାହିଁ ବୋଲି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । ଟିପିସିଓଡିଏଲ୍‌ରସମସ୍ତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ଓକିଲ ସଂଘକୁ ଡକାଯାଇ ସେମାନଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲିନିଷ୍ପତି ଗ୍ରହଣ କରାଗଲା । ସେ ପର୍ଯ୍ୟନ୍ତ କୌଣସି ଉପଭୋକ୍ତା ନିଜ ଘରେ ସ୍ମାର୍ଟ ମିଟର ନ ଲଗାଇବା ପାଇଁ ଜିଲ୍ଲାବାସୀଙ୍କୁ ଓକିଲସଂଘ ତରଫରୁ ଅନୁରୋଧ କରାଯାଇଛି । ଏହି ବୈଠକରେ ସଂଘର ଉପ-ସଭାପତି ଟଙ୍କଧର ବେହେରା, ସଂପାଦକ ତାପସକୁମାର କବିଶତପଥୀ, ସହ ସଂପାଦକ ଉତମ ଦାସ, କାର୍ଯ୍ୟକାରୀ ସଦସ୍ୟ ପ୍ରେମାନନ୍ଦ ବିହାରୀ ଏବଂ ବରିଷ୍ଠ ଆଇନ୍‌ଜୀବୀ ନବକିଶୋର ଗୁରୁ, ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ନରେଶ ପଟ୍ଟନାୟକ, ଶ୍ୟାମସୁନ୍ଦର ପଣ୍ଡା, ସୁରେନ୍ଦ୍ର ମିଶ୍ର, ସଞ୍ଜୟ କୁମାର ମିଶ୍ର,ପ୍ରତାପ ତ୍ରିପାଠୀ, ସୁବୋଧ ମହାନ୍ତି, ଶିବସାଇ ମହାପାତ୍ର, ପଙ୍କଜ ଲୋଚନ ସାହୁ, ଦୁର୍ଗା ଶତପଥୀ, ସୁଭାଶିନୀ ମହାଖୁଡ,ସଦେଶ ରଂଜନ ଝୁଟିଆଙ୍କ ସମେତ ଶତାବ୍ଦିକ ଆଇନ୍‌ଜୀବୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *