ଆନ୍ଦୋଳନର ଚେତାବନୀ* ଢେଙ୍କାନାଳ : ଆମ୍ ଆଦମୀ ପାର୍ଟିର ଏକ ବୈଠକ ଡାକ ବଙ୍ଗଳା ଠାରେ ଟାଟା ପାୱାରର ଶୋଷଣ ନୀତି ବିରୁଦ୍ଧରେ ନଗର ସଭାପତି ଦେବାଶିଷ ନନ୍ଦଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସେ କହିଥିଲେ ଟାଟା ପାୱାରର ଶୋଷଣ ଅସ୍ତ୍ର ହେଉଛି ସ୍ମାର୍ଟ ମିଟର l ସାଧାରଣ ଲୋକମାନଙ୍କୁ ମିଛ ଖଚ୍ଚ କହି, ଭ୍ରମିତ କରି ଏହି ସ୍ମାର୍ଟ ମିଟର ଗାଁ ଠାରୁ ସହର ପର୍ଯ୍ୟନ୍ତ ଜୋର ଜବରଦସ୍ତ ଲଗାଉଛନ୍ତି l ମୁଖ୍ୟ ଅତିଥି ଭାବେ ପୂର୍ବତନ କାଉନସିଲର ଗୋପାଳ ସାହୁ ଏବଂ ରାଜ୍ୟ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ କହିଥିଲେ ଯେତେବେଳେ ଟାଟା ପାୱାର ବିଦ୍ୟୁତ ବିଭାଗକୁ ନିଜ ଆୟତ୍ତକୁ ନେଲା, ବିଭିନ୍ନ ଯୋଜନା କରି ଶାସକ ଦଳକୁ ମୋଟା ଅଙ୍କର ଚାନ୍ଦା ଦେଇଥିବାର ସୂଚନା ମିଳୁଛି l ଏବେ କିନ୍ତୁ ପ୍ରତ୍ୟେକ ଦିନ ଘଣ୍ଟା ଘଣ୍ଟା ଧରି ପାୱାର କଟ ଜନସାଧାରଣଙ୍କୁ ଅତିଷ୍ଟ କରିଦେଲାଣି l ତାଛଡା ଲୋ-ଭୋଲ୍ଟେଜର ଶିକାର ହେଉଛନ୍ତି l ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ଯୋଗଦେଇ କହିଥିଲେ ଅନେକ ସ୍ଥାନରେ ଦିନବେଳା ଷ୍ଟ୍ରିଟ ଲାଇଟ ଜଳୁଥିବା ବେଳେ ଗରିବ ଲୋକଟି ମାସେ ଦିମାସେ ବିଜୁଳି ବିଲ୍ ନଦେଇ ପାରିଲେ ତାର ଘର ଲାଇନ କାଟି ଦିଆଯାଉଛି l କେଉଁଠି ଉପଭୋକ୍ତା ଅନୁସାରେ ଟ୍ରାନ୍ସଫର୍ମର ନଥିବାରୁ ବାରମ୍ବାର ଫ୍ୟୁଜ କଟିବା, ଘରେ ଥିବା ବିଦ୍ୟୁତ ଉପକରଣ ଖରାପ ହେବା, ଲୋ-ଭୋଲ୍ଟେଜର ସମ୍ମୁଖୀନ ହେଉଛନ୍ତି l ସ୍ମାର୍ଟ ମିଟର ଲାଗିବା ପରେ ବିଜୁଳି ବିଲ୍ ପ୍ରାୟ ଦୁଇଗୁଣ ଆସୁଛି, କମ୍ପ୍ଲେନ କଲେ କେହି ଶୁଣୁନାହାନ୍ତି ବୋଲି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା କହିଥିଲେ l ଅତୀତରେ ଆମ୍ ଆଦମୀ ପାର୍ଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପଥପ୍ରାନ୍ତ ସଭା କରି ପ୍ରତିବାଦ କରିଥିଲା l ବର୍ତ୍ତମାନ ଟାଟା ପାୱାରର ଶୋଷଣ ବିରୁଦ୍ଧରେ ଜିଲ୍ଲା ଓକିଲ ସଙ୍ଘ ସହିତ ଅନେକ ସଂଗଠନ ଆନ୍ଦୋଳନର ଚେତାବନୀ ଦେଇଛନ୍ତି l ଏହି ବୈଠକରେ ଜିଲ୍ଲା ସମ୍ପାଦକ ଅନିଲ ସାମଲ, ଜିଲ୍ଲା ଯୁବ ସଭାପତି ସ୍ୱାଗତ ସିଂହ, ନଗର ସମ୍ପାଦକ ଜିତେନ୍ଦ୍ରୀୟ ପଣ୍ଡା, ଉପଦେଷ୍ଟା ଚିତ୍ତରଞ୍ଜନ ପାଣି, ସଦସ୍ୟ ପ୍ରମୋଦ ଛୋଟରାୟ, ପୂର୍ବତନ ପଂଚାୟତ ସମିତି ମେମ୍ବର ଭରତ ସେନାପତି, ସୋମନାଥ ଦାସ, ମହିଳା ନେତ୍ରୀ ନିଶାମଣି ସାମନ୍ତରାୟ, ଛବି ରାଉତ, ସୁକାନ୍ତି ରାଉତ, ଅନ୍ତର୍ଯ୍ୟାମୀ ସାହୁ, ପିତାମ୍ବର ସାମନ୍ତରାୟ, ଜୟଦେବ ବେହେରା, ନିତ୍ୟାନନ୍ଦ ପଣ୍ଡା, ଓଡାପଡ଼ା ବ୍ଲକ ସଭାପତି ପିତାମ୍ବର ଦାସ, ଦୀପକ ମହାପାତ୍ର,ଲକ୍ଷ୍ମୀଧର ବେହେରା ପ୍ରମୁଖ ଯୋଗଦେଇ ଟାଟା ପାୱାର ବିରୁଦ୍ଧରେ ଅଭିଭାଷଣ ଦେଇଥିଲେ ଏବଂ 26 ନଭେମ୍ବର ଟାଟା ପାୱାର ଶୋଷଣ ନୀତି ବିରୁଦ୍ଧରେ ଆନ୍ଦୋଳନ ପାଇଁ ବିଭିନ୍ନ ଅଞ୍ଚଳ ବୁଲି ସଚେତନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି l ଶେଷରେ ଚିନ୍ମୟ ସେନାପତି ଧନ୍ୟବାଦ ଦେଇଥିଲେ l..


