ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର କଟୁଛି ବିଦ୍ୟୁତ୍‌: ଟର୍ଚ୍ଚ ଲାଇଟ୍‌ରେ ରୋଗୀସେବା !

ଅପରାଧ ଜିଲ୍ଲା ଢେଙ୍କାନାଳ ଖବର
Spread the love

🚨 📍 ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ବିଦ୍ୟୁତ୍‌ କାଟ୍‌କୁ ନେଇ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ବିଦ୍ୟୁତ୍‌ ଚାଲିଗଲେ ବିକଳ୍ପ ବ୍ୟବସ୍ଥା ଥାଇ ମଧ୍ୟ ଡିଜି ଚାଲୁ ନଥିବା ଅଭିଯୋଗ ହୋଇଛି। ଫଳରେ ଡାକ୍ତରଖାନାର ବିଭିନ୍ନ ସ୍ଥାନ ଅନ୍ଧାରରେ ରହୁଥିବା ଦେଖିବାକୁ ମିଳୁଛି।🔦 ସବୁଠାରୁ ଚିନ୍ତାଜନକ ଚିତ୍ର ଦେଖିବାକୁ ମିଳିଛି ଡ୍ରେସିଂ ରୁମ୍‌ରେ। ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ସମୟରେ ବିଦ୍ୟୁତ୍‌ ନଥିବା ବେଳେ ଦୁଇଜଣ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ କ୍ଷତ ଡ୍ରେସିଂ ଟର୍ଚ୍ଚ ଲାଇଟ୍‌ରେ କରାଯାଉଥିବା ଅଭିଯୋଗ ହୋଇଛି।🌡️ ବିଦ୍ୟୁତ୍‌ ବିଭ୍ରାଟ୍‌ ଯୋଗୁଁ ୱାର୍ଡରେ ପଙ୍ଖା ବନ୍ଦ ହୋଇ ଗରମ ଓ ଗୁଳୁଗୁଳିରେ ରୋଗୀ ହନ୍ତସନ୍ତ ହେଉଥିବା ମଧ୍ୟ ଅଭିଯୋଗ ହୋଇଛି। ଜରୁରୀକାଳୀନ ଚିକିତ୍ସା ସମୟରେ ମଧ୍ୟ ଏଭଳି ସ୍ଥିତି ଉପୁଜୁଥିବା ଜଣେ କର୍ମଚାରୀ କହିଥିବା ଜଣାପଡ଼ିଛି.

❓ ବିଦ୍ୟୁତ୍‌ ଚାଲିଗଲେ ଡିଜି ନଚାଲିବାର କାରଣ କ’ଣ? ରୋଗୀସେବା ଭଳି ଜରୁରୀ ସ୍ଥାନରେ ବିକଳ୍ପ ଆଲୋକ ବ୍ୟବସ୍ଥା କାହିଁକି ନାହିଁ?ପୂର୍ବରୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ରହିଛି। ବାରମ୍ବାର ସମସ୍ୟା ସତ୍ତ୍ୱେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ଥାୟୀ ପଦକ୍ଷେପ ନିଆଯାଉନଥିବାରୁ ରୋଗୀ ଓ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି।ଘଟଣାର ତଦନ୍ତ କରି ରୋଗୀସେବାରେ ଅବହେଳା ପାଇଁ ଦାୟୀଙ୍କ ବିରୋଧରେ ପଦକ୍ଷେପ ସହ ହସ୍ପିଟାଲର ବିଦ୍ୟୁତ୍‌ ଓ ବିକଳ୍ପ ବିଦ୍ୟୁତ୍‌ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଦାବି ହୋଇଛି।ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ମତାମତ ପାଇଁ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା….

Leave a Reply

Your email address will not be published. Required fields are marked *