ହିନ୍ଦୋଳ ଜଙ୍ଗଲରୁ ୧୫ ଶାଳଗଣ୍ଡି ବୋଝେଇ ପିକ୍‌ଅପ୍ ଜବତ, ଅଭିଯୁକ୍ତ ଫେରାର..

ଜିଲ୍ଲା ଢେଙ୍କାନାଳ ଖବର ରାଜନୀତି ରାଜ୍ୟ
Spread the love

ଜଙ୍ଗଲରୁ ୧୫ ଶାଳଗଣ୍ଡି ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ ତଣ୍ଟିଚିରା ଗ୍ରାମ୍ୟ ଜଙ୍ଗଲ ବନବିଭାଗ ଓ ହିନ୍ଦୋଳ ପୋଲିସ ୧୫ଟି ଶାଳଗଣ୍ଡି ବୋଝେଇ ପିକ୍‌ଅପ୍ ଜବତ କରିଛି। ଜବତ ଗାଡିର ନମ୍ବର ଓଡି-୦୫-ଏଡବ୍ଧ -ଏଡବ୍ଲ୍ୟୁ-୫୩୫୧ । ତଣ୍ଟିଚିରା ସଂଲଗ୍ନ ଶାଳ ଜଙ୍ଗଲରୁ ଅବାଧ ଗଛ କାଟି କାଠ ଚୋରାଚାଲାଣ ହେଉଥିବା ନେଇ ବନବିଭାଗ ଓ ପୋଲିସକୁ ସୂଚନା ମିଳିଥିଲା। ଗୁରୁବାର ବିଳମ୍ବିତ ରାତିରେ ଖଜୁରିଆକଟା ସେକ୍ସନ ବନବିଭାଗ ହିନ୍ଦୋଳ ଥାନା ପୋଲିସ ସହାୟତାରେ ଜଙ୍ଗଲରେ ଚଢ଼ାଉ କରିଥିଲା। ଚଢ଼ାଉ ଜାଣି ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ଶାଳଗଣ୍ଡି ବୋଝେଇ ଭ୍ୟାନ୍‌ଟି ଜବତ ହୋଇଥିଲା। ଏନେଇ ବନବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଭ୍ୟାନ୍‌ଟିକୁ ବିଭାଗୀୟ କାର୍ଯ୍ୟାଳୟରେ ରଖାଯାଇଛି। କାଠ ଚୋରିରେ ସମ୍ପୃକ୍ତଙ୍କୁ ଧରିବା ପାଇଁ ବନବିଭାଗ ଓ ପୋଲିସର ମିଳିତ ତଦନ୍ତ ଜାରି ରହିଛି।

ଢେଙ୍କାନାଳ ସଦର ରୁ ମହେଶ୍ୱର ସାହୁ ଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *