ସରକାରୀ ଚାକରି ପାଇଲେ ୧୩୨୬ ଜଣ..

ଜିଲ୍ଲା ଢେଙ୍କାନାଳ ଖବର ବିଜ୍ଞାନ ମନୋରଞ୍ଜନ ରାଜନୀତି ରାଜ୍ୟ
Spread the love

ଭୁବନେଶ୍ୱର ରେଳ ଅଡିଟୋରିଅମଠାରେ ଆୟୋଜିତ ନିଯୁକ୍ତିମେଳା କାର୍ଯ୍ୟକ୍ରମରେ ଆଜି ୯ଟି ବିଭାଗରେ ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ୩୬୪ ଜଣ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ କନିଷ୍ଠ ଯନ୍ତ୍ରୀ, ଶକ୍ତି ବିଭାଗ ଓ OHPCରେ ୧୨ ଜଣ କନିଷ୍ଠ ଯନ୍ତ୍ରୀ ଓ ୨୨୮ ଟ୍ରେନି, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୧୧୮ ଜଣ ସହକାରୀ କୃଷି ଅଧିକାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୧୧ ଜଣ ସହକାରୀ ପ୍ରାଧ୍ୟାପକ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗରେ ୧୫ ଜଣ କନିଷ୍ଠ ଯନ୍ତ୍ରୀ ଓ ୭୧ ଜଣ ପ୍ରାଣିଧନ ନିରିକ୍ଷକ, କ୍ରୀଡା ବିଭାଗରେ ୨୬ ଜଣ ଜୁନିଅର କୋଚ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୦ ଜଣ ପ୍ରଶିକ୍ଷକ ଏବଂ ଅବକାରୀ ବିଭାଗରେ ୧୦ ଜଣ ଉପ-ନିରିକ୍ଷକଙ୍କୁ ନିଯୁକ୍ତି ମିଳିଛି।ନବନିଯୁକ୍ତଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, “ସରକାରୀ ଚାକିରିର ମୂଳ ଲକ୍ଷ୍ୟ ହେଉଛି ଜନସେବା । ଲୋକଙ୍କ ସମସ୍ୟା ଓ ଅଭିଯୋଗର ସମୟବଦ୍ଧ ସମାଧାନ କରିବା ଆପଣମାନଙ୍କର ନୈତିକ କର୍ତ୍ତବ୍ୟ । କୌଣସି ଲୋକ ଯେତେବେଳେ କିଛି ସମସ୍ୟା ନେଇ ଆପଣଙ୍କ ପାଖକୁ ଆସିବେ, ସେତେବେଳେ ପ୍ରଶାସନର ଅଂଶ ଭାବେ ସମ୍ମାନ ଦେଇ ସେମାନଙ୍କ ସମସ୍ୟା ଶୁଣିବା ଏବଂ ତୁରନ୍ତ ପଦକ୍ଷେପ ନେବା ହିଁ ପ୍ରକୃତ ଜନସେବା । ଆମର ଲକ୍ଷ୍ୟ ହେଉଛି ସମାଜର ଶେଷ ଧାଡିରେ ଥିବା ଲୋକ ପାଖରେ ସମସ୍ତ ସରକାରୀ ସୁବିଧା ପହଞ୍ଚାଇବା । ଏହାକୁ ମନରେ ରଖି କାମ କରିବା ।”‘ଓଡ଼ିଶା ହେବ ଦେଶର ଗ୍ରୋଥ୍ ଇଞ୍ଜିନ’ସେ ପୁଣି କହିଥିଲେ, “୨୦୩୬ ସୁଦ୍ଧା ଆମର ସମୃଦ୍ଧ ଓଡ଼ିଶା ଗଠନ ଓ ୨୦୪୭ ସୁଦ୍ଧା ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ଗ୍ରୋଥ ଇଞ୍ଜିନ କରିବାର ଲକ୍ଷ୍ୟ ରହିଛି । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସ୍ୱଚ୍ଛ ଓ ସୁଦୃଢ ପ୍ରଶାସନ ଏବଂ ଦକ୍ଷ, ଶୃଙ୍ଖଳିତ ଓ ସେବା ମନୋଭାବ ଅଧିକାରୀ ଓ କର୍ମଚାରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ନିଯୁକ୍ତି ଅଭିଯାନ ଆରମ୍ଭ ହୋଇଛି । ୨୦୨୪ ଜୁନ୍ ମାସରୁ ଆଜି ସୁଦ୍ଧା ସରକାରୀ ସ୍ତରରେ ୪୫ ହଜାର ୪୦୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଗଲାଣି ।”ସୃଷ୍ଟି ହେବ ୫୪,୧୩୫ ନୂତନ ନିଯୁକ୍ତିଦୁଇ ଦିନ ତଳେ ନୂଆ ଦିଲ୍ଲୀ ଓ ନୋଏଡାରେ ‘ଓଡ଼ିଶା ଫୁଡ୍ ପ୍ରୋସେସିଙ୍ଗ୍ ରୋଡ୍ ସୋ’ରେ ଯୋଗଦେଇ ଶିଳ୍ପପତିମାନଙ୍କ ସହ ଓଡ଼ିଶାରେ ନିବେଶ ପାଇଁ ଆଲୋଚନା କରାଯାଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, “ଏହି ଗସ୍ତ ସମୟରେ ୪୬ଟି ବୈଠକରେ ୨୦୮ ଜଣ ନିବେଶକଙ୍କ ସହିତ ବ୍ୟକ୍ତିଗତ ଆଲୋଚନା ହୋଇଛି, ୩୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏଥିରେ ସମୁଦାୟ ୬୬,୩୯୨ କୋଟି ଟଙ୍କାର ପୁଞ୍ଜି ନିବେଶ ସହିତ ୫୪,୧୩୫ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।” ଏବେ ଓଡ଼ିଶାରେ ରିଭର୍ସ ମାଇଗ୍ରେସନ୍ ଆରମ୍ଭ ହେଲାଣି ବୋଲି କହି ଆଗାମୀ ଦିନରେ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି…

Leave a Reply

Your email address will not be published. Required fields are marked *