ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସୋଗର ସ୍ଥିତ କାର୍ଯ୍ୟାଳୟ ଠାରେ ଏକ ଗୁରୁତ୍ଵ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ହର୍ଷ ଟ୍ରଷ୍ଟ ର ଟିମ୍ ଲିଡର ଚିନ୍ମୟ ଭୁଇଁଆଁ , ସୋସାଇଟ ର କୋଷାଧକ୍ଷ ଅଭିମନ୍ୟୁ ସ୍ଵାଇଁ, ସିଇଓ ସ୍ଵର୍ଣ୍ଣପ୍ରଭା ପାତ୍ର , ଆକାଉଣ୍ଟାଣ୍ଟ ସୂର୍ଯ୍ୟନାରାୟଣ ନନ୍ଦ ଙ୍କ ସହିତ ପରିଚାଳନା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
ଉକ୍ତ ବୈଠକରେ ସୋଗର,ବାରୁଆଁ, କୋଟଗରା, ରାୟ ନୃସିଂହପୁର ଓ ଅଁଳାବେରେଣୀ ର ପ୍ରାୟ ୧୦୦ ଜଣ କୃଷକ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ସୂଚନା ଦିଆଯାଇ ଥିଲା ଯେ କିପରି ଭାବରେ କୃଷକ ମାନଙ୍କୁ ସରକାରଙ୍କ ଅନୁମୋଦିତ ସମସ୍ତ ସାହାଯ୍ୟ ସହଯୋଗ ସଠିକ ଭାବରେ ପହଞ୍ଚି ପାରିବ ଆଲୋଚନା କରାଯାଇ ଥିଲା।ଏହା ବ୍ୟତିତ ନାନା ପ୍ରକାର କୃଷି ବିହନ, ସାର ତଥା କୀଟନାସକ ଔଷଧ ପାଇ ପାରିବେ ଓ ଏହାର ସଠିକ ଭାବରେ ବିନିଯୋଗ କରି ଆର୍ଥିକ ସ୍ଥିତିର ଉନ୍ନତି ଲାଭ କରିବେ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି ସବୁ ଲାଭ ପାଇବା ପାଇଁ ଗୋଟିଏ ଥର ସୋସାଇଟ ର ସଦସ୍ୟତା ନେବାକୁ ପଡିବ ବୋଲି କୃଷକ ମାନଙ୍କୁ ବୁଝାଇଥିଲୋ । ଏହି ସଭାକୁ ଚିନ୍ମୟ ଭୁଇଁଆଁ ସଭାପତିତ୍ଵ କରିଥିବା ବେଳେ କୋଷାଧକ୍ଷ ଅଭିମନ୍ୟୁ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।