ଢେଙ୍କାନାଳ, 27, 8, 2023-
ଆଜି ପୂର୍ବାହ୍ନରେ ପୁରୁଣା ଜିଲ୍ଲା ପରିଷଦ ହଲ ପରିସରରେ ଟାଉନ ଥାନା ସୌଜନ୍ୟରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆମ ପୋଲିସ ସମିତି, ସଡକ ସୁରକ୍ଷା ସଚେତନତା ଶିବିର ସମିତି ଓ ବରିଷ୍ଠ ନାଗରିକ ସୁରକ୍ଷା ସମିତି ମିଳିତ ଆନୁକୂଲ୍ୟରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ସରୋଜ କୁମାର ସେଠୀ, ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ କର, ପୌର ପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ର,ଜିଲ୍ଲା ଓକିଲ ସଂଘ ର ସଭାପତି ଗୋପାଳ ଚନ୍ଦ୍ର ପାତ୍ର,ପୂର୍ବତନ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ସାହୁ,ପୂର୍ବତନ ବିଚାରପତି ଭିକାରୀ ଚରଣ ରାଉତ ପ୍ରମୁଖ ଯୋଗଦାନ କରିଥିଲେ। ସମସ୍ତଙ୍କର ମିଳିତ ସହଯୋଗ ରେ ସମସ୍ତ ପ୍ରକାର ସଙ୍କଟମୟ ପରିସ୍ଥିତିର ସଫଳ ମୁକାବିଲା କରାଯାଇପାରିବ। ପୋଲିସ ବନ୍ଧୁ ମାନେ ସମସ୍ତ ଦୁର୍ଦ୍ଦିନ ରେ ବଳିଷ୍ଠ ଭୂମିକା ଗ୍ରହଣ କରି ସମାଜର ସୁରକ୍ଷା ନିମନ୍ତେ ଆଗେଇ ଆସିଛନ୍ତି । ସେଥିପାଇଁ ପୋଲିସ ର ଭୂମିକାକୁ ପ୍ରଶଂସା କରିଥିଲେ ।ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ବୈଠକର ଅଧ୍ୟକ୍ଷତା କରି ନାଗରିକ ମାନେ ପୋଲିସକୁ ପରିବାରର ଅଙ୍ଗ ବୋଲି ଭାବିବାକୁ ଅନୁରୋଧ କରିଥିଲେ ।ପୋଲିସ ଭାଇ ମାନେ ମଧ୍ୟ ସଦା ସର୍ବଦା ଉତ୍ତମ ବ୍ୟବହାର ଓ ଉଚିତ୍ ସେବା ଯୋଗାଇବାକୁ ପରାମର୍ଶ ଦେଇଛନ୍ତି।ଏଇ ଅବସରରେ ପଚାଶ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।ବୈଠକ ପ୍ରାରମ୍ଭରେ ଏସ ଡି ପି ଓ ବିଭୂତି ମହାପାତ୍ର ପ୍ରାରମ୍ଭିକ ସ୍ବାଗତ ସୂଚନା ଦେଇଥିଲେ। ଶେଷରେ ଟାଉନ ଥାନା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯକ୍ରମକୁ ଅବନୀ ମିଶ୍ର ସଂଯୋଜନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ ।
#dhenkanalnews #dhenkanalpolice