ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ସୂଦୂର କେନ୍ଦୁଝର ରେ ସମ୍ବର୍ଦ୍ଧିତ।

ଜିଲ୍ଲା
Spread the love


ଜନ୍ମ ମାଟି ର ଟେକ ରଖିଲା ଜନ ମଙ୍ଗଳ(ରାସୋଳ)।


ଅଦ୍ୟ ତା 01/10/2023 ରିଖ ରବିବାର ଦିନ ସକାଳ ଏଗାର ଘଟିକା ସମୟରେ କେନ୍ଦୁଝର ର ଅଗ୍ରଣୀ ସ୍ଵେଚ୍ଛାସେଵୀ ଅନୁଷ୍ଠାନ ଭରସା ପରିବାର (ଓଡିଶା)ର ସଭାପତି ଶ୍ରୀଯୁକ୍ତ ଲମ୍ବୋଦର ଭୋଇ ଙ୍କର ସଭାପତିତ୍ବରେ ଦ୍ବିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଓ ସମ୍ବର୍ଦ୍ଧନା ସମାରୋହ ସଂସ୍କୃତି ଭବନ (କେନ୍ଦୁଝର) ର ସଭାଗୃହରେ ବହୁ ଆଡମ୍ବର ରେ ପାଳନ ହେବା ଅବସର ରେ ରାଜ୍ୟ ସ୍ତରୀୟ ବହୁ ସ୍ବେଚ୍ଛାସେବୀ ତଥା ଅନୁଷ୍ଠାନ ଓ ବିଭିନ୍ନ କ୍ଷେତ୍ରରେ କୃତୀତ୍ବ ଅର୍ଜନ କରିଥିବା ବ୍ଯକ୍ତି ବିଶେଷ,ସାମ୍ବାଦିକ,ଛାତ୍ର,ଛାତ୍ରୀ ମାନଙ୍କୁ ମନ୍ଚାସୀନ ବରେଣ୍ଯ ମୂଖ୍ୟ ଅତିଥି ପ୍ରକଳ୍ପ ନିର୍ଦେଶକ ତଥା ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ବିପ୍ଳବ ମିଶ୍ର,ମୂଖ୍ଯ ବକ୍ତା ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ମାୟାଧର ନାଏକ,ସମ୍ମାନୀୟ ଅତିଥି ଗଣ ଯଥା ବିଜୁ ଜନତା ଦଳ ରାଜ୍ୟ ସଂପାଦକ ଡାକ୍ତର ମହନ୍ତ,ପଦ୍ମଶ୍ରୀ ଉପାଧି ବିଭୁଷିତ ଶ୍ରୀଯୁକ୍ତ ଦୈତାରୀ ନାଏକ,ବରିଷ୍ଠ ସମାଜ ସେବୀ ଅରୁଣ କୁମାର ବାରିକ,ଓଡିଶା ଯୁବମଂଚ ସଭାପତି ଶ୍ରୀଯୁକ୍ତ ଯଶୋବନ୍ତ ଓଝା ଆଦି ବହୁ ମାନ୍ୟଗଣ୍ୟ ଵ୍ୟକ୍ତି ଵିଶେଷ ମାନଙ୍କ ଉପସ୍ଥିତି ରେ ସସମ୍ମାନେ ପୁଷ୍ପଗୁଛ,ଉତ୍ତରୀୟ,ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ ସାରଗର୍ଭକ ସମାଜ ସେବା ଧର୍ମୀ ଉଦଵୋଧନ ସମାଜ ସେଵା ଦିଗ ରେ ପ୍ରେରଣା ର ଉତ୍ସ ଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ର ସଭାନେତ୍ରୀ ନିରୁପମା ମିଶ୍ର ଭରସା ପରିବାର ତରଫ ରୁ ସମ୍ନାନ ପତ୍ର,ଏଵଂ ଉତ୍ତରୀୟ ଗ୍ରହଣ କରିଵା ସହିତ ସଂଗଠନ ର ଉପଦେଷ୍ଟା ଡାକ୍ତର ଦୟା ନିଧି ପୃଷ୍ଟି ସମ୍ମାନ ପୂର୍ଵକ ଭରସା ପରିବାର (କେନ୍ଦୁଝର) ର ପ୍ରତିଷ୍ଠାତା ମହୋଦୟ ଲମ୍ବୋଦର ମହନ୍ତଙ୍କୁ ସସମ୍ମାନେ ଉତ୍ତରୀୟ ଏଵଂ ରାସୋଳ ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ଅପାର କରୁଣାମୟୀ ମା ଦକ୍ଷିଣକାଳୀ ଙ୍କର ଏକ ପଟ୍ଟଚିତ୍ର ପ୍ରଦାନ କରିଥିଲେ।ଜନମଙ୍ଗଳ(ରାସୋଳ)ସଂଗଠନ ତରଫ ରୁ ସହ ସଂଯୋଜକ ଚନ୍ଦନ ସାହୁ ଭାଇ ଏବଂ ସେଵିକା ଭଉଣୀ ପଲ୍ଲବୀ ଶତପଥୀ ଙ୍କ ଦ୍ବାରା ଏକ ଆମ୍ରପଲ୍ଲୀ ଆମ୍ବ ଚାରା ସ୍ମୃତି କୁ ଉଜ୍ଜୀବିତ ତଥା ପରିବେଶ ସୁରକ୍ଷା ର ବାର୍ତ୍ତା ବହନ ପୂର୍ବକ ଉପହାର ପ୍ରଦାନ କରା ଯାଇଥିଲା।
ଏତାଦୃଶ ସମ୍ମାନ ପତ୍ର ଆଗାମୀ ଦିନ ରେ ସମାଜ ସେବା ଦିଗ ରେ ପ୍ରେରଣା ଦାୟୀ ହେବା ସହିତ ଏହି ସମ୍ମାନ ସଂଗଠନ ର କେବଳ ନୁହେଁ,ଏହି ସମ୍ମାନ ଜନ୍ମ ମାଟି ରାସୋଳ ଗ୍ରାମ ର ବୋଲି ପ୍ରତିଷ୍ଠାତା ଵିଭୁ ପ୍ରସାଦ ଶତପଥୀ ଦୃଢୋକ୍ତି ପ୍ରଦାନ କରିଥିଵା ଵେଳେ “ଭରସା ପରିବାର(କେନ୍ଦୁଝର)”ର ଉତ୍ତରୋତ୍ତର ଉନ୍ନତି ତଥା ସମସ୍ତ ସଦସ୍ୟ ମାନଙ୍କର ଚଲାପଥ କୁସୁମିତ ହେବାର କାମନା କରି ଆନ୍ତରିକ ସାଧୁବାଦ ଜ୍ଞାପନ କରିଵା ସହିତ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ।🙏
ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ।

Leave a Reply

Your email address will not be published. Required fields are marked *