ଢେଙ୍କାନାଳ :-ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ କୁ ନେଇ ପୂର୍ବାହ୍ନ ଏଗାର ଟାରେ ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ସଦ୍ ଭାବନା ସମ୍ମିଳନୀ କକ୍ଷରେ ଜିଲାର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମନୋରଞ୍ଜନ ମଲିକ ଙ୍କ ପକ୍ଷରୁ ଏକ ଖବରଜାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲାରେ ଲୋକ ସଂଖ୍ୟା ୧୩, ଲକ୍ଷ ୮ ହଜାର ୧୮୨ l ଜିଲ୍ଲାର ମୋଟ ଭୋଟର ୯ ଲକ୍ଷ , ୬୭ ହଜାର ୨୯୭ | ତନ୍ମଧ୍ୟରେ ମହିଳା ଭୋଟର ୪ ଲକ୍ଷ ୬୮ ହଜାର ୨୨୦ ଓ ପୁରୁଷ ଭୋଟର ୪ ଲକ୍ଷ ୯୯ ହଜାର ୬ ଜଣ | ତୃତୀୟ ଲିଙ୍ଗି ଭୋଟର ୭୧ ଜଣ ଓ ଭିନ୍ନ କ୍ଷମ ୧୫ ହଜାର ୭୯୦ ଭୋଟର ରହିଛନ୍ତି । ସେହିପରି ବରିଷ୍ଠ ନାମରିକ ତଥା ୮୫ ବର୍ଷରୁ ଉର୍ଦ୍ଧ ୧୦ ହଜାର ୩୩୮ ଓ ୧୮ ରୁ ୧୯ ବର୍ଷ ଯୁବ ଭୋଟର ୧୯ ହଜାର ୫୬୮ ରହିଛନ୍ତି । ୨୦ ରୁ ୨୯ ବର୍ଷ ବୟସ୍କ ଭୋଟର ୧ଲକ୍ଷ ୮୬ ହଜାର ୩୮ ରହିଛନ୍ତି । ଜିଲ୍ଲାରେ ୧୦୨୦ ଭୋଟ ଗ୍ରହଣ କେନ୍ଦ୍ର ରହିଛି । ସହରାଞ୍ଚଳ ରେ ୮୫ ଟି ଓ ଗ୍ରାମାଞ୍ଚଳ ରେ ୯୩୫ ଟି ରହିଛି | ୯ ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ରେ ଢେଙ୍କାନାଳ ରାଜସ୍ୱ ଜିଲ୍ଲାରେ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ଅନୁଗୋଳ ରାଜସ୍ଵ ଜିଲ୍ଲାରେ ୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ସେ ଗୁଡିକ ହେଲା ୫୫ ଢେଙ୍କାନାଳ, ୫୬ ହିନ୍ଦୋଳ , ୫୭ କାମାକ୍ଷାନଗର ଓ ୫୮ ପରଜଙ୍ଗ , ୫୯ ପାଲଲହଡ଼ା, ୬୦ ତାଳଚେର, ୬୧ ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି । ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀ ରେ ମୋଟ ୧୫ ଲକ୍ଷ ୭ ହଜାର ୫୮୯ ଭୋଟର ରହିଛନ୍ତି । ଜିଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ଆଦର୍ଶ ଆଚରଣ ବିଧି ଉଲଙ୍ଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମେ ୨୫ ତାରିଖ ରେ ଢେଙ୍କାନାଳ ଲୋକସଭା ଓ ଏହାର ୭ ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ. ଭୋଟ ଗ୍ରହଣ ହେବ | ଏପ୍ରିଲ ୨୯ ରେ ଗେଜେଟ ନୋଟି ଫିକେସନ଼, ୩୦ ରୁ ମେ ୬ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ପତ୍ର ଦାଖଲ | ମେ ୭ ରେ ପ୍ରାର୍ଥା ପତ୍ର ଯାଞ୍ଚ , ୯ ରେ ପ୍ରତ୍ୟାହାର ପରେ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ଜିଲାପାଳ କହିଥିଲେ । ଏମ ପି ପ୍ରାର୍ଥୀ ଙ୍କ ପାଇଁ ଖର୍ଚ୍ଚ ୯୦ ଲକ୍ଷ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ୪୦ ଲକ୍ଷ ରହିଛି । ଷ୍ଟାର କ୍ୟାମ୍ପେନର ପ୍ରଚାର ପାଇଁ ଖର୍ଚ୍ଚ ରାଜନୈତିକ ଦଳ ମାନେ ଭରିବେ । ଭୋଟର ମାନଙ୍କୁ ପ୍ରଭାବିତ କରାଯିବ ନାହିଁ । ବେଆଇନ୍ କାର୍ଯ୍ୟକଳାପ ପ୍ରତି ତୀକ୍ଷଣ ଦୃଷ୍ଟି ଦିଆଯିବ । ଆବଶ୍ୟକ ପୋଲିସ ଫୋର୍ସ ମୁତୟନ ହେବେ | ପେଡ଼ ନ୍ୟୁଜ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ରହିବ ବୋଲି ଜିଲ୍ଲାପାଳ କହିବା ସହିତ ଶାନ୍ତିଶୃଙ୍ଖଳାର ସହ ଚଳିତ ସାଧାରଣ ନିର୍ବାଚନ ସମାପନ କରିବା ସହିତ ଆଦର୍ଶ ଆଚରଣ ବିଧି କୁ କଡ଼ା କଡ଼ି ଭାବେ ପାଳନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏସପି ମଡ଼କର ସନ୍ଦିପ ସମ୍ପଦ , ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ଓ ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ସାହୁ ଖବରଦାତା ସମ୍ମିଳନୀ ରେ ଉପସ୍ଥିତ ଥିଲେ ।
ଢେଙ୍କାନାଳ ରୁ ଅକ୍ଷୟ କୁମାର ନନ୍ଦ ଙ୍କ ରିପୋର୍ଟ ଢେଙ୍କାନାଳ news