ଢେଙ୍କାନାଳ ର ପ୍ରଧ୍ୟାପିକା ଡ. ସୁଚେତା ମିଶ୍ରଙ୍କ ବିୟୋଗରେ ଶୋକ..

ଜିଲ୍ଲା ଢେଙ୍କାନାଳ ଖବର
Spread the love

ଢେଙ୍କାନାଳ ଡ.ସୁଚେତା ମିଶ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି।ଡକ୍ଟର ମିଶ୍ର ଜଣେ ସୁସାହିତ୍ୟିକା ଓ ସଂସ୍କୃତ ଗବେଷିକା ଥିଲେ ।ତାଙ୍କ ବିୟୋଗରେ ସାଂସଦ ରୁଦ୍ର ନାରାୟଣ ପାଣି ଗଭୀର ଶୋକ ପ୍ରକାଶ କରିଛନ୍ତି।ଡ.ମିଶ୍ର ସଂସ୍କୃତ ପ୍ରାଧ୍ୟାପିକା ଭାବରେ ୨୦୨୨ ଜୁଲାଇ ମାସରେ ଅବସର ଗ୍ରହଣ କରିବା ପରେ ସାହିତ୍ୟ ସାଧନା ଏବଂ ବିଭିନ୍ନ ଧର୍ମ କାର୍ଯ୍ୟରେ ଜଡିତ ଥିଲେ। ସେ ଢେଙ୍କାନାଳ ଆର୍ଟ ଅଫ୍ ଲିଭିଙ୍ଗର ସଦସ୍ୟା,ଜିଲ୍ଲା ଲେଖକ ସଂସଦର ସଦସ୍ୟା ମଧ୍ୟ ଥିଲେ।ଭାରତ ବିକାଶ ପରିଷଦ ଏବଂ ସ୍ଵାମୀ ବିବେକାନନ୍ଦ ଲୋକ ସଂସଦ ଢେଙ୍କାନାଳ ଜିଲ୍ଲା ଶାଖା ସଭାନେତ୍ରୀ ଭାବେ କାର୍ଯ୍ୟରତ ଥିଲେ।ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟର ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ।ସେ ବିଭିନ୍ନ ଧାର୍ମିକ ପ୍ରବଚନ କାର୍ଯ୍ୟକ୍ରମରେ ବକ୍ତା ଭାବରେ ଯୋଗଦେବା ସହିତ ସଂସ୍କୃତ ସାହିତ୍ୟ ରଚନା କ୍ଷେତ୍ରରେ ମନୋନିବେଶ କରି ଅନେକ କାବ୍ୟ,କବିତା ରଚନା କରି ପାଠକୀୟ ଆଦୃତି ଲାଭକରିଥିଲେ। ତାଙ୍କ ବିୟୋଗରେ ଓଡ଼ାପଡ଼ା ପଂଚାୟତ ସମିତି ମହାବିଦ୍ୟାଳୟରେ ଶୋକସଭା ଅନୁଷ୍ଠି ତ ହୋଇଥିଲା।ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଶମ୍ଭୁ ପ୍ରସାଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ସାମିଲ ହୋଇଥିଲେ।ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ପ୍ରତାପରୁଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ,ଭାରତ ବିକାଶ ପରିଷଦ,ବା ଜିରାଉତ୍ ଶାଖା,ଢେଙ୍କାନାଳ ପକ୍ଷରୁ ଇଂଜିନିୟର ବାବୁଚାନ୍ଦ ମହାଳିକଙ୍କ ପୌରୋହିତ୍ୟାରେ ଓ ସ୍ଵାମୀ ବିବେକାନନ୍ଦ ଯୁବ ସଂସଦ ଢେଙ୍କାନାଳ ଶାଖା ପକ୍ଷରୁ ଶଙ୍କର୍ଷଣ ଶତପଥିଙ୍କ ଆବାହକତ୍ୱର ଏକ ଏକ ଶୋକସଭାମାନ ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *