ବନ୍ଦେ ମାତରମ୍’ର ୧୫୦ତମ ବର୍ଷ ପାଳନ ଅବସରରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେଦେଶଭକ୍ତିର ଭାବନା ଜାଗ୍ରତ କରିବା, ଜାତୀୟ ଏକତା ଓ ରାଷ୍ଟ୍ରୀୟ ଚେତନାକୁ ସୁଦୃଢ଼ କରିବା ଏବଂ ରାଷ୍ଟ୍ରପୁନଃନିର୍ମାଣର ଲକ୍ଷ୍ୟକୁ ସାକାର କରିବା ଉଦ୍ଦେଶ୍ୟରେ ଅଞ୍ଛଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ପକ୍ଷରୁ ସାରା ଓଡ଼ିଶାରେ ରାଜ୍ୟବ୍ୟାପୀ କ୍ୟାମ୍ପସ୍ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଆଜି ଢ଼େଙ୍କାନାଳ ସୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍ରେ ଏକ ଭବ୍ୟ ତ୍ରିରଙ୍ଗାଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏଥିରେ ୧୫୦ ସଂଖ୍ୟକ ବିଦ୍ୟାର୍ଥୀ ଉତ୍ସାହର ସହିତ ଯୋଗଦେଇହାତରେ ଜାତୀୟ ପତାକା ଧରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ମାଧ୍ୟମରେବିଦ୍ୟାର୍ଥୀମାନେ ଦେଶ ପ୍ରତି ନିଜର ଭଲପାଇବା, ରାଷ୍ଟ୍ର ପ୍ରତି ଦାୟିତ୍ବବୋଧ ଏବଂ ଭାରତର ଏକତା ଓଅଖଣ୍ଡତା ପ୍ରତି ନିଜର ସଂକଳ୍ପକୁ ପ୍ରକାଶ କରିଥିଲେ । ଏହି ତ୍ରିରଙ୍ଗା ଶୋଭାଯାତ୍ରା ମାଧ୍ଯମରେ ବିଦ୍ୟାର୍ଥୀସମାଜ ମଧ୍ୟରେ ରାଷ୍ଟ୍ରୀୟ ଚେତନାକୁ ଅଧିକ ବ୍ୟାପକ କରିବା ସହ ଯୁବଶକ୍ତିକୁ ରାଷ୍ଟ୍ର ପୁନଃନିର୍ମାଣରମହତ୍ କାର୍ଯ୍ୟରେ ସକ୍ରିୟ ଭାବେ ଯୋଡ଼ିବାର ବାର୍ତା ଦିଆଯାଇଛି । ଉକ୍ତ ଶୋଭାଯାତ୍ରାରେ ଢେଙ୍କାନାଳବିଭାଗ ସଂଯୋଜକ ଅରୂପ ପଟ୍ଟନାୟକ, ଢେଙ୍କାନାଳ ଜିଲ୍ଲା ସଂଯୋଜକ ଅରମାନ ସାହୁ, ଢେଙ୍କାନାଳନଗର ସମ୍ପାଦକ ବିବେକ ବିଶ୍ବାସ ସୁବିଧାୟ, କ୍ୟାମ୍ପସ ପ୍ରେସିଡେଟ୍ ସତ୍ୟପ୍ରିୟ ପଟ୍ଟନାୟକ, ମିଡିଆସଂଯୋଜକ ଶକ୍ତିପ୍ରସାଦ୍, କ୍ରୀଡ଼ା ସଂଯୋଜକ ଗୌରୀ ଶଙ୍କର, ସୌମ୍ୟରଞ୍ଜନଙ୍କ ସହ ଅନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ….
