ଢେଙ୍କାନାଳ କପିଳାଶ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଟାଟା ଷ୍ଟିଲ ହାଫ ମାରାଥନ ଉଦଘାଟନ…

ଜିଲ୍ଲା
Spread the love

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଗସ୍ତରେ ଆସି ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ହାଲ୍ପ ମାରାଥନକୁ ଉଦ୍ଘାଟନ କରିଛନ୍ତି। ପରିବେଶ ଓ ହାତୀ ତଥା ବନ୍ୟପ୍ରାଣୀ ସୁରକ୍ଷା ଦିଗରେ ସଚେତନତା କରିବାକୁ ଯାଇ ଟାଟା ଷ୍ଟିଲ ପକ୍ଷରୁ କପିଳାଶ ଠାରେ ଆୟୋଜିତ ହାଫ ମାରାଥନ କୁ ଉଦ୍ଘାଟନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ରହିଥିଲେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର, ରାଜ୍ୟ କ୍ରୀଡା ଓ ଯୁବ ବିକାଶ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ସମସ୍ତ ବିଧାୟକ ମାନେ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ,ଏସ ପି ଓ ଜିଲ୍ଲା ବନଖଣ୍ଡ ଅଧିକାରୀ ଓ ପ୍ରଶାସନିକ ଅଧିକାରୀ ଟାଟା ଷ୍ଟିଲର କର୍ମଚାରୀ ଓ ଅଧିକାରୀ ମାନେ ଏଥିରେ ସାମିଲ ହୋଇଛନ୍ତି। ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ଏହି ହାଫ ମାରଥନରେ ବିଭିନ୍ନ ବର୍ଗ ରେ ମୋଟ ୪ହଜାର ୬ଶହ ଦୌଡାଳୀ ସାମିଲ ହୋଇଛନ୍ତି। ୨୧କିଲୋମିଟର, ୧୦କିଲୋମିଟର, ୫କିଲୋମିଟର ଆଦି ଦୂରତା ବିଶିଷ୍ଠ ଏହି ହାଫ ମାରଥନରେ ରାଜ୍ୟ ବାହାରର ୨୨୨ଜଣ ଦୌଡାଳୀ ମଧ୍ୟ ସାମିଲ ହୋଇଥିବା ଜଣାପଡିଛି। ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ୬୦ବରଧରୁ ଉର୍ଧ୍ଵ ବୟସ ର ଦୌଡାଳୀ ମାନେ ସାମିଲ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ତାଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ୟାନ ମନ୍ତ୍ରୀ ସମସ୍ତ ଅତିଥି ମାନେ ମଧ୍ୟ କିଛି ସମୟ ଚାହି ଚାଲି ମାରାଥନରେ ସାମିଲ ହୋଇଥିଲେ । ପୁରସ୍କାର ବିତରଣ ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଟାଟା କମ୍ପାନୀ କତ୍ତୃପକ୍ଷକୁ ଆସନ୍ତା ବର୍ଷ ଫୁଲ ମାରାଥନ କରିବା ସହ ୧୦ ହଜାର ଗଣ ଦୌଡ଼ରେ ସାମିଲ ହେବା ପାଇଁ ପରାମର୍ଶ ଦେଇଥିଲେ । ପରେ ଅତିଥି ମାନେ ୫ କିମି ମହିଳା ପୁରୁଷ, ୧୦ କିମି ମହିଳା ପୁରୁଷ ଏବଂ ୨୦ କିମି ମହିଳା ପୁରୁଷ ବିଭାଗରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

Beuro report DHENKANAL news..

Leave a Reply

Your email address will not be published. Required fields are marked *