

ଢେଙ୍କାନାଳ ଟାଉନ୍ ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ ଏସ୍ବିଆଇଏଫ୍ କ୍ଲିନିକ୍ ପ୍ରକଳ୍ପ ଏବଂ ପିପୁଲ୍ ଟୁ ପିପୁଲ୍
ହେଲ୍ଥ୍ ଫାଉଣ୍ଡେସନ୍ର ସହଭାଗିତାରେ ଏକ ସତନ୍ତ୍ର ସଚ୍ଛ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ମହିଳାମାନଙ୍କୁ ଡିଗିନିଟି କିଟ୍ ପ୍ରଦାନ କରିବା ସହିତ ହାତ ଧୁଆ ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା, ଏଥରେ ପିପିଏଚ୍ ଏଫର ନିର୍ଦ୍ଦେଶକ ଆଲୋକ ଚନ୍ଦ୍ର ମହାନ୍ତି, ମେଡିକାଲ୍ ଅଫିସର ଡା. ସୁଧାଂଶୁବାଳା ପାଣିଗ୍ରାହୀ, ଫାର୍ମାସିଷ୍ଟ ପ୍ରତାପ କୁମାର ଶୁକ୍ଲ, ଏଲ୍ ସନ୍ତୋଷ ସେଠୀ, ଏନ୍ଏମ୍ ସୁଭଦ୍ରା ବେହେରା ଓ ବିନୋଦ ମଲ୍ଲିକ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ଏଥୁ ସହିତ ଢେଙ୍କାନାଳ ପୌରାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଜିଲ୍ଲା ପ୍ରୋଗ୍ରାମ ସବ୍ଡିଭିଜନ୍ ଅଫିସର ମନ୍ଦାଗୀନି ଦେଇbପ୍ରମୁଖ ସଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପିପିଏସ୍ଏଫ୍ ଦ୍ଵାରା ଚାଳିତ ମୋବାଇଲ୍ ମେଡିକାଲ୍ ୟୁନିଟ୍ଏ ସ୍ବିଆଇଏଫ୍ (ଏସ୍ବିଆଇ) ସଞ୍ଜିବନୀ କ୍ଲିନିକ୍ ଅନ୍ ହୁଇଲ୍ସ ପ୍ରକଳ୍ପଟିର ମୁଖ୍ୟ ଉଦ୍ଦେଶ୍ୟ ନିମ୍ନ ଆଦିବାସୀ ଜନଜାତିଙ୍କୁ ସାସ୍ଥ୍ୟ ସୁବିଧା ଓ ସଚେତନତା ବୃଦ୍ଧି କରାଇବା । ଏହି ପ୍ରକଳ୍ପଟି ଏସ୍ବିଆଇ ଫାଉଣ୍ଡେସନ୍ ତରଫରୁ କର୍ପୋରେଟ୍ ସାମାଜିକ ଦାୟିତ୍ଵରେ ଢେଙ୍କାନାଳ ସଦରରେ ସଂଚାଳିତ ହେଉଅଛି ।
ରିପୋର୍ଟ -Beuro Reports Dhenkanal news Odisha…


