

ଖୋର୍ଦ୍ଧା ଜିଲ୍ଲା ଗତକାଲି ଭୁବନେଶ୍ୱର ରୁ ବାପା ଓ ମାଆ କୁ ଖଣ୍ଡଗିରି ଯାଉଛୁ ମିଛ କହି କଟକ ବାଙ୍କୀ ତ୍ରିଶୁଳିଆ ନିକଟସ୍ଥ ମହାନଦୀ କୂଳରେ ଅବସ୍ଥିତ ଦେବିଦ୍ୱାରା ନିକଟକୁ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପଞ୍ଚାୟତ ନନପଡା ଆରପିଏଫ ହେଡ଼ କନେଷ୍ଟବଲ ଅରୁଣ କୁମାର ରାଉତରାୟଙ୍କ ବଡ଼ ପୁଅ ଆକାଶ କୁମାର ରାଉତରାୟ ଓ ତାଙ୍କ ସାନ ଭାଇ ପ୍ରକାଶ କୁମାର ରାଉତରାୟ ସମତ କିଛି ପିଲାଙ୍କ ସହିତ ଭୋଜି କରିବାକୁ ଯାଇଥଲେ ! ଭୋଜି ଶେଷ ପରେ ଗାଧୋଇବା ପାଇଁ ପ୍ରଥମେ ସାନ ଭାଇ ପ୍ରକାଶ ନଦୀ କୁ ଯାଇଥିଲା ! ହଠାତ ସାନଭାଇ ପାଣିରେ ବୁଡି ଯାଇଥିବା ଦେଖି ଆକାଶ ପାଣି କୁ ଡେଇଁ ସାନଭାଇ କୁ ଉଦ୍ଧାର କରିଥିଲେ କିନ୍ତୁ ନିଜେ ଭାସିଯାଇଥିଲେ ! ଆଜି ତାଙ୍କର ମୃତ ଶରୀର କୁ ଉଦ୍ଧାର କରାଯାଇଛି ! ଘଟଣାସ୍ଥଳରେ ବାପା ଅରୁଣ ଓ ପରିବାର ଲୋକ ପହଞ୍ଚି ଥିବାବେଳେ ସେଠାରେ ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି ! ଏହି ଘଟଣା ପଚାର ହେବା ପରେ ନିରାକାରପୁର ଅଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି ! ସନ୍ଧ୍ୟା ରେ ଆକାଶ ଶବ ବ୍ୟବଚ୍ଛେଦ ହୋଇ ଜନ୍ମ ମାଟି ନିରାକାରପୁରକୁ ଅନାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ! ରିପୋର୍ଟ = ଖୋର୍ଦ୍ଧା ରୁ ସୂର୍ଯ୍ୟକାନ୍ତ ଦଳାଇ


