
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ଅବସ୍ଥିତ ବିଶ୍ବ ପ୍ରସିଦ୍ଧ ମହିମାଗାଦିର ବିକାଶ ଓ ଭବ୍ୟ ଶୂନ୍ୟ ମଣ୍ଡପରନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍ ୧୭୧ କୋଟି ଟଙ୍କା ମଞ୍ଜୁରୀ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମାନ୍ୟବରଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେପି ତରଫରୁ ଧନ୍ୟବାଦ ଓକୃତଜ୍ଞତା ଜଣାଇଛନ୍ତି ଦଳର ବରିଷ୍ଠ ନେତା ତଥା ସାଂସଦ ରୁଦ୍ରନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, କାମାକ୍ଷାନଗରବିଧାୟକ ଶତୃଘନ ଜେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲା ସଭାପତି ରାସ ବିହାରୀ ବେହେରା, ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପ୍ରେମାନନ୍ଦ ଜେନା, ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର, ଜିଲ୍ଲାମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ପବିତ୍ର ବିଶ୍ୱାଳ, ବିଷ୍ଣୁ ପ୍ରସାଦ ଲେଙ୍କା, ମାତୃପ୍ରସାଦ ନନ୍ଦ, ଇତିଶ୍ରୀ ସାହୁ, ଜିଲ୍ଲାସାଧାରଣ ସମ୍ପାଦକ ରତିକାନ୍ତ ସାହୁ, ସୁନିଲ୍ ଶର୍ମା, ନଗରପାଳିକା ଜୟନ୍ତୀ ପାତ୍ର, ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ପରଜଙ୍ଗବ୍ଲକ୍ ଉପାଧ୍ୟକ୍ଷା ଯଶସିନୀ ରାଉତ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ମହାଦୀପ ଯଶୋବନ୍ତ ମହିମା, ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମମତାସାଇଁ, ବରିଷ୍ଠ ନେତା ହର୍ଷବର୍ଦ୍ଧନ ସିଂହଦେଓ, ଅକ୍ଷୟ କୁମାର ମହାନ୍ତି, କୋଦଣ୍ଡଧର ସାହୁ, ସାଂସଦ ଓ ମନ୍ତ୍ରୀଙ୍କ ପ୍ରତିନିଧି ରୁଦ୍ର ନାରାୟଣତ୍ରିପାଠୀ, ସନ୍ତୋଷ କୁମାର ରାଉତ, ନିରୋଦ କୁମାର ସାହୁଙ୍କ ସମେତ ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତା । ପ୍ରକାଶଥାଉକି, ଗତ ଫେବୃଆରୀମାସ ୨୫ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋରନ୍ଦାସ୍ଥିତ ମହିମାଗାଦି ଗସ୍ତ କରି ମହିମା ସମାଜର ସାଧୁମାନଙ୍କ ସହ ଆଲୋଚନା କରିମହିମାଗାଦୀର ସାମଗ୍ରୀକ ଉନ୍ନତିକରଣ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।


