ଢେଙ୍କାନାଳ ରୋଟ୍ରାକ୍ଟ କ୍ଲବ୍ ର ରୋଟ୍ରାକ୍ଟର ପ୍ରେମଜିତ୍ ସଭାପତି ଓ ରୋଟ୍ରାକ୍ଟର ପୁଷ୍ପାଞ୍ଜଳି ସଂପାଦକ ଭାବେ ରେ ମନୋନୟନ..

ଜିଲ୍ଲା ଢେଙ୍କାନାଳ ଖବର
Spread the love

ସମଗ୍ର ଦେଶର ୨୧୫ ରୁ ଉର୍ଦ୍ଧ୍ଵ ଦେଶରେ ସମାଜ ସେବା କ୍ଷେତ୍ରରେ ପରିବ୍ୟାପ୍ତ ରୋଟାରୀଇଂଟର ନ୍ୟାସନାଲ୍ ଦ୍ବାରା ପ୍ରାୟୋଜିତ ତଥା ଆନ୍ତର୍ଜାତୀୟ ସ୍ତରୀୟ ଯୁବ ନେତୃତ୍ଵ ବୃଦ୍ଧି, ବିଶ୍ୱ ଭାତୃତ୍ବ ପ୍ରତିଷ୍ଠା ଓ ଗୋଷ୍ଠୀଗତସମାଜ ସେବା ପ୍ରଦାନ ଲକ୍ଷ୍ୟରେ ପ୍ରତିଷ୍ଠିତ ରୋଟ୍ରାକ୍ଟ କ୍ଲବ୍, ଢେଙ୍କାନାଳ ପକ୍ଷରୁ ରୋଟାରୀ ବର୍ଷ ୨୦୨୫-୨୬ନିମନ୍ତେ ନୂତନ କର୍ମକର୍ତା ମନୋନୟନ ହୋଇଯାଇଛି । ରୋଟ୍ରାକ୍ଟର ଶିବ ପ୍ରସାଦ ପାଇଁ ଓ ରୋଟ୍ରାକ୍ଟର ଅବିନାଶ ସାହୁମନୋନୟନ ପ୍ରକ୍ରିୟା ପରିଚାଳନା କରିଥିଲେ। ସର୍ବସମ୍ମତି କ୍ରମେ ରୋଟ୍ରାକ୍ଟର ପ୍ରେମଜିତ୍ ରାଜ୍-ସଭାପତି ଓ ରୋଟ୍ରାକ୍ଟରପୁଷ୍ପାଞ୍ଜଳି ରାଉତ ସଂପାଦିକା ଭାବେ ମନୋନୀତ ହୋଇଥିଲେ । ରୋଟ୍ରାକ୍ଟର ଅମିଶା ନାୟକ ପୂର୍ବ ସଭାପତି ଭାବେକାର୍ଯ୍ୟଭାର ଗ୍ରହଣ କରିଛନ୍ତି । ରୋଟ୍ରାକ୍ଟର ରଞ୍ଜନ, କାଦମ୍ବରୀ, ସୌମ୍ୟବ୍ରତ, ମୁକୁନ୍ଦ ରାଜ, ପ୍ରଜ୍ଞା, ଅନିଶ, ଆଶୀର୍ବାଦ,ଇନ୍ଦ୍ରଜିତ୍, କୁନାଲ, ବିନୟ, ସମ୍ମା, ସଂଚିତା, ବୈଶାଖୀ ପ୍ରମୁଖ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଛନ୍ତି। ରୋଟାରୀକ୍ଲବ୍, ଢେଙ୍କାନାଳର ପୂର୍ବ ସଭାପତି ତଥା ରୋଟାରୀ ଡିଷ୍ଟ୍ରିକ୍ଟ ୩୨୬୨ର ପୂର୍ବ ଆସିଷ୍ଟଟ୍ ଗଭର୍ଣ୍ଣର ରୋଟାରିଆନ୍ରାଜ କିଶୋର ବେହେରା ଚଳିତ ରୋଟାରୀ ବର୍ଷ ନିମନ୍ତେ ରୋଟ୍ରାକ୍ଟ କ୍ଲବ୍‌ର ଅଧ୍ୟକ୍ଷ ଭାବେ ମନୋନୀତ ସମସ୍ତକର୍ମକର୍ତାମାନଙ୍କୁ ପଦମର୍ଯ୍ୟାଦା ରକ୍ଷା, ଶୃଙ୍ଖଳା ଓ ସମୟାନୁବର୍ତୀତା ସହ ନିଜର ଦାୟିତ୍ଵ ସଂପାଦନ କରି ସୁନାମ ବୃଦ୍ଧିକରିବାକୁ ପରାମର୍ଶ ଦେଇଥିଲେ ।ରୋଟାକ୍ଟ କ୍ଲବ୍ ଢେଙ୍କାନାଳ ପକ୍ଷରୁ ଚଳିତ ବର୍ଷ ବ୍ୟାପକ ଚାରା ରୋପଣ, ପ୍ଲାଷ୍ଟିକ୍ ମୁକ୍ତ ପରିବେଶସଚେତନତା, ଯୁବ ବର୍ଗଙ୍କ କୌଶଳ ବିକାଶ ଓ ଧନ୍ଦା ମୂଳକ ପ୍ରଶିକ୍ଷଣ, ଏଡ଼ ଓ କ୍ୟାନସର ରୋଗର ନିରାକରଣସଂପର୍କରେ ସଚେତନତା, ଶରୀର ଓ ଅଙ୍ଗଦାନ ଅଭିଯାନ, ବସ୍ତିରେ ଥ‌ିବା ଶିଶୁମାନଙ୍କ ମୌଳିକ ସମସ୍ୟା ସମାଧାନ,ଆନ୍ତର୍ଜାତିକ ସ୍ତରରେ ସାଂସ୍କୃତିକ ଓ ଭାବଗତ ବନ୍ଧୁତା ସ୍ଥାପନ ପୂର୍ବକ ଏକ ବିକଶିତ ସମାଜ ପ୍ରତିଷ୍ଠା ଲକ୍ଷ୍ୟ ରଖାଯାଇଛି। ରୋଟାରୀ କ୍ଲବ୍‌ର ଅଧ୍ୟକ୍ଷ ବିନୋଦ ଅଗ୍ରୱାଲ, ସଭାନେତ୍ରୀ ରୋଟାରିଆନ୍ ସାଗରିକା ମିଶ୍ର, ସଂପାଦକ ରୋଟାରିଆନ୍ତପନ ପାଲ୍, ଇନର୍ ହୁଇଲ୍ କ୍ଲବର ସଭାନେତ୍ରୀ ଅଳକାନନ୍ଦା ସିଂହଦେଓ ଓ ସଂପାଦିକା ମିନଲ କୁମାରୀ ସିଂହଦେଓପ୍ରମୁଖ ମନୋନୀତ ସମସ୍ତ କର୍ମକର୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *