ଢେଙ୍କାନାଳ ସହର ମୀନାବଜାର କୁମ୍ଭାର ସାହିରେ ୩୮ତମ କୁରାଳ ପଂଚମୀ ପୂଜା ପାଳିତହୋଇଯାଇଅଛି । ଏହି ଅବସରରେ ପ୍ରାତଃରୁ ସ୍ଥାନୀୟ ଭାଗିରଥୀ ସାଗର କୂଳରୁ କଳସ ପୂଜାର୍ଚ୍ଚନା କରାଯାଇ ଘଂଟବାଦ୍ୟଦ୍ଵାରା ସହର ପରିକ୍ରମା କରାଯାଇ ପୂଜା ମଣ୍ଡପକୁ ଅଣାଯାଇଥିଲା । ମା’ଙ୍କର ଅଧିବାସ ପୂଜା ଆରମ୍ଭ ହୋଇଥିଲା । କଳସପୂଜା, ମଣ୍ଡଳ ପୂଜା, ଅଖଣ୍ଡଦୀପ ସ୍ଥାପନ, ଲକ୍ଷ୍ମୀନାରାୟଣଙ୍କୁ ଷୋଡଶ ଉପଚାର ପୂଜା, ହୋମଯଜ୍ଞ ଓ ବିଭିନ୍ନ ଭୋଗ ଲାଗିକରାଯାଇଥିଲା । ଏହି ପୂଜା ମାର୍ଗଶୀର ମାସ ଶୁକ୍ଳ ପକ୍ଷ ୫ମୀ ଠାରୁ ଏକାଦଶୀ ପର୍ଯ୍ୟନ୍ତ ୭ ଦିନ ଧରି ଚାଲୁ ରହିଥାଏ । ଏହିପୂଜାକୁ ପ୍ରଥମେ ସାହିର ବ୍ରହ୍ମାନନ୍ଦ ରାଉଳ, ବେଣୁଧର ବେହେରା, ବଂଶୀଧର ରାଉଳ, କେଶବ ରାଉଳଙ୍କ ସହିତ ସାହିରବିଶିଷ୍ଟ ବ୍ୟକ୍ତିମାନେ ଆରମ୍ଭ କରିଥିଲେ । ପ୍ରତ୍ୟେକ ଦିନ ସଂଧ୍ୟା ଆଳତୀ ପରେ ସଂକୀର୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହିକାର୍ଯ୍ୟକ୍ରମକୁ ସଭାପତି ଉଦୟନାଥ ବେହେରା, କର୍ତା ଆଲୋକ କୁମାର ବେହେରା, ପୂଜକ ସିତୁନୁ ନନା, ପ୍ରକାଶ ଚନ୍ଦ୍ରବେହେରା, ଶିବାଜୀ ବେହେରା, ସତ୍ୟାନନ୍ଦ ବେହେରା, ରଞ୍ଜନ କୁମାର ପରିଡା ସୁଶାନ୍ତ କୁମାର ବେହେରା, ସୌମ୍ୟ, ସିନ୍ଧୁ,ଭିକି, ଓମ୍, ଟୁକୁନୀ, ରାକେଶ, ସୁନିଧ୍ଵ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।


