ଢେଙ୍କାନାଳ ସର୍ଣ୍ଣକାର ପରିବାର ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ବନ୍ଧୁ ମିଳନଯତନନଗରସ୍ଥିତ ସତ୍ୟସାଗର ୱାର୍ଟର ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବନ୍ଧୁ ମିଳନ ପୂର୍ବରୁ ସମସ୍ତେପରସ୍ପରକୁ ନୂତନ ବର୍ଷ ୨୦୨୬ର ଅଭିନନ୍ଦନ ଜଣାଇଥିଲେ । ପରେ ସର୍ଣ୍ଣକାର ପରିବାରର ମୁଖ୍ୟ ପ୍ରସନ୍ନ କୁମାରମହାପାତ୍ରଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପରିବାରର ବରିଷ୍ଠ ସଦସ୍ୟ ସଦାଶିବ ମହାପାତ୍ର,ଶ୍ରୀକାନ୍ତ ମହାପାତ୍ର, ମୃତ୍ୟୁଞ୍ଜୟ ମହାପାତ୍ର ଓ ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଏହି ବନ୍ଧୁମିଳନ ବୈଠକ ସଂଯୋଜନାକରିଥିବାବେଳେ ସର୍ଶକାର ପରିବରର ସମସ୍ତ ଯୁବକ ଉତ୍ସାହିତ ଏବଂ ଅକୁଣ୍ଠ ସହଯୋଗ କରିଥିଲେ । ଏହି ବନ୍ଧୁମିଳନଆଗାମୀ ଦିନରେ କିପରି ଆହୁରି ସରସ ସୁନ୍ଦର ଓ ଆକର୍ଷଣୀୟ ହୋଇପାରିବ ସେ ସଂପର୍କରେ ବରିଷ୍ଠ ସଦସ୍ୟମାନେବକ୍ତବ୍ୟ ପ୍ରଦାନ କରିଥିବାବେଳେ ସମସ୍ତ ସଦସ୍ୟମାନେ ଖୁବ୍ ଉତ୍ସାହରେ ଆଗାମୀ ବନ୍ଧୁମିଳନକୁ ସ୍ବାଗତ କରିଛନ୍ତି ।ପରେ ପରିବାରର ଯୁବ ସଦସ୍ୟ ସୁଶିଲ୍ କୁମାର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକ ଶେଷରେସୁସ୍ବାଦୁ ଖାଦ୍ୟମାନ ପରିବେଷଣ କରାଯାଇଥିଲା ।
