ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ସିଆରିଆ ଗ୍ରାମର ବାପୁଜୀ କ୍ଲବ୍ ଆନୁକୂଲ୍ୟରେ ୧୬ତମ ମା’ ଆଦିଶକ୍ତି ଫୁଟ୍ବଲ୍ଟୁର୍ଣ୍ଣାମେଟ୍ର ଚତୁର୍ଥ ଦିବସର ମ୍ୟାଚ୍ ଚନ୍ଦ୍ରଶେଖର ଫୁଟ୍ବଲ୍ କ୍ଲବ୍ ଓ ବାପୁଜୀ କ୍ଲବ, ସିଆରିଆ ମଧ୍ୟରେ ହୋଇଥିଲା । ଏଥିରେ ବାପୁଜୀକ୍ଲବ୍ ୨-୦ ଗୋଲ୍ରେ ସିଆରିଆ ଫୁଟ୍ବଲ୍ କ୍ଲବ୍କୁ ପରାସ୍ତ କରି ବିଜୟଲାଭ କରିଥିଲା । ଉକ୍ତ ମ୍ୟାଟିକୁ ରେଫରି ଭାବେ ମନୋଜସେଠୀ, ମହେଶ ପ୍ରଧାନ, ସୁଭ୍ରଜିତ୍ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ସମାଜସେବୀ ନିହାର ରଞ୍ଜନ ଦାସ ଓବଳଦିଆବନ୍ଧ ଗ୍ରାମପଂଚାୟତର ସରପଂଚ ନିରୁପମା ହାତୀ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତା ୨୮ ତାରିଖରେଆଠଗଡର ବାଳି ଫୁଟୁବଲ୍ ଟିମ୍ ସହିତ ଗୁଣ୍ଡିଚାପଡା ଫୁଟ୍ବଲ୍ ଟିମ୍ ସହିତ ପ୍ରଥମ ସେମିଫାଇନାଲ୍ ଅନୁଷ୍ଠିତ ହେବ । ବାପୁଜୀ କ୍ଲବ୍ସଂପାଦକ ପବିତ୍ର ମୁଦୁଲି, କ୍ଲବ୍ର ଉପଦେଷ୍ଟା ଶ୍ରୀନିବାସ ଦେହୁରୀ ଓ ଅନ୍ୟ ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।
