ଢେଙ୍କାନାଳ ଲାୟନ୍ସକ୍ଲବ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ଢେଙ୍କାନାଳ ଖବର ମନୋରଞ୍ଜନ
Spread the love

ରିପୋର୍ଟ – ଢେଙ୍କାନାଳ ନ୍ୟ଼ୁଜ୍‌ ବ୍ୟୁରୋ..

ବିଶ୍ଵଉଷ୍ମାୟନ ଓ ପରିବେଶ ପ୍ରଦୂଷଣ ଯୋଗୁଁ ଆଜି ସମଗ୍ରବିଶ୍ଵ ଚିନ୍ତାରେ ଥିବାବେଳେ, ସାମାଜିକଅନୁଷ୍ଠାନମାନେ ଆଗକୁ ଆସି ସଚେତନତା ସୃଷ୍ଟିକରିବା ଆବଶ୍ୟକ । ଏହି ଉଦ୍ଦେଶ୍ୟକୁ ନେଇ ଲାୟନ୍କ୍ଲବ ଢେଙ୍କାନାଳ ତରଫରୁ ସ୍ଥାନୀୟ ତାଳବରକୋଟଅଞ୍ଚଳରେ ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ପରିବେଶସୁରକ୍ଷା ଏବଂ ସ୍ଥାୟୀ ସମ୍ପ୍ରଦାୟ ଗଠନ ଦିଗରେ ଏହାଏକ ଗୁରୁତ୍ଵପୂର୍ଣ ପଦକ୍ଷେପ ବୋଲି କ୍ଲବ ପକ୍ଷରୁକୁହାଯାଇଛି ।ଏହି ଅର୍ଥପୂର୍ଣ କାର୍ଯ୍ୟକ୍ରମର ନେତୃତ୍ଵନେଇଥିଲେ କ୍ଲବର ବରିଷ୍ଠ ସଦସ୍ୟ ପ୍ରଭାତ କୁମାରମହାନ୍ତି, ଡଃ. ଅକ୍ଷୟ କୁମାର ମହାନ୍ତି, ନିଶୀଥ ବିଶ୍ଵାସଏବଂ ଡଃ. ରଜନୀକାନ୍ତ ତରାଇ। ସେମାନଙ୍କ ସହମିଳିତ ଭାବେ ଢେଙ୍କାନାଳ ଏକାଡେମୀ ଅଫ୍ମେଡିକାଲ ସାଇନ୍ସର ଉତ୍ସାହୀ ଛାତ୍ରଛାତ୍ରୀ ଓକର୍ମଚାରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଶତାତ୍ଵିକ ଚାରା ରୋପଣ କରିଥିଲେ।ଛାତ୍ରଛାତ୍ରୀମାନଙ୍କ ସହଭାଗିତା ଏହି କାର୍ଯ୍ୟକ୍ରମକୁଆହୁରି ସ୍ବତନ୍ତ୍ର କରିଥିଲା । ସେମାନେ କେବଳ ଚାରାରୋପଣ କରିନଥିଲେ, ବରଂ ପରିବେଶ ସୁରକ୍ଷା ପାଇଁସମାଜକୁ ସନ୍ଦେଶ ମଧ୍ୟ ଦେଇଥିଲେ।କାର୍ଯ୍ୟକ୍ରମରେଉଦବୋଧନ ଦେଇ ବରିଷ୍ଠ ସଦସ୍ୟମାନେକହିଥିଲେ, ‘ଆଜି ଆମେ ଯେଉଁ ଗୋଟିଏ ଗୋଟିଏଚାରା ରୋପଣ କଲୁ ତାହା ଆମର ମିଳିତ ଦାୟିତ୍ବରପ୍ରତୀକ। ଆଗାମୀ ପିଢ଼ି ପାଇଁ ଆମେ ଛାଡିପାରୁଥିବାସବୁଠୁ ବଡ଼ ଉପହାର ହେଉଛି ଏକ ଏକ ସବୁଜପୃଥ‌ିବୀ। ଲାୟନ୍ନ କ୍ଲବ ସର୍ବଦା ମାନବ ସେବାରେବିଶ୍ଵାସ କରେ। କିନ୍ତୁ ସେବା କେବଳ ମଣିଷ ପାଇଁନୁହେଁ, ପ୍ରକୃତିର ସୁରକ୍ଷା ମଧ୍ୟ ସେବାର ଏକ ଅଂଶ ସେମାନେ ଆହୁରି ମଧ୍ୟ କହିଥିଲେ ଯେ କେବଳଚାରା ରୋପଣ କଲେ ହେବନି, ତାର ଯନ୍ ନେବାମଧ୍ୟ ଆମର ଦାୟିତ୍ଵ। ଏଥିପାଇଁ ସ୍ଥାନୀୟ ଲୋକଙ୍କସହଯୋଗ ମଧ୍ୟ ଲୋଡ଼ା। କାର୍ଯ୍ୟକ୍ରମ ଶେଷରେ‘ଯେଉଁଠି ସେବା ସ୍ଥାୟୀତ୍ବ ସହ ମିଳିତ ହୁଏ, ସେଠିଆଶା ମୂଳ ପ୍ରସାରିତ କରେ’ ପ ଏହି ସନ୍ଦେଶ ସହସମ୍ପୂର୍ଣ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । ଲାୟନ୍ସ କ୍ଲବପକ୍ଷରୁ ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେଏଭଳି ପରିବେଶ ସମ୍ପର୍କିତ କାର୍ଯ୍ୟକ୍ରମ କରାଯିବବୋଲି ସୂଚନା ଦିଆଯାଈଛି…

Leave a Reply

Your email address will not be published. Required fields are marked *