ହନୁମାନ ବାଟିକାରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କର ୧୮ତମବାର୍ଷିକୋତ୍ସବ ପାଳିତ.

ଜିଲ୍ଲା ଢେଙ୍କାନାଳ ଖବର ଦେଶ ବିଦେଶ ମନୋରଞ୍ଜନ ରାଜନୀତି ସଙ୍ଗୀତ
Spread the love


ଢେଙ୍କାନାଳ ସହର ବସ୍‌ଷ୍ଟାଣ୍ଡ ନିକଟ ହନୁମାନ ବାଟିକା ଠାରେ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନଙ୍କର ୧୮ତମ ବାର୍ଷିକୋତ୍ସବ ମହାଆଡମ୍ବର ସହ ପାଳିତ ହୋଇଯାଇଅଛି । ୨୦୦୮ ମସିହାରୁ ଆରମ୍ଭ ହୋଇ ପ୍ରତ୍ୟେକ ବର୍ଷ ମହାସମାରୋହରେ ପାଳନ ହୋଇଆସୁଅଛି । ପ୍ରଥମେ ହନୁମାନଙ୍କ ଠାରେ ମଙ୍ଗଳା ଆଳତୀ ଓ ପରେ ମାଜଣା କରାଯାଇଥିଲା । ସୂର୍ଯ୍ୟପୂଜା, ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ, ଷୋଡଶ ଉପଚାର ପୂଜା ସହିତ ହଜାରେ ଆହୁତି ଦିଆଯାଇଥିଲା । ଭକ୍ତମାନେ ବିଭିନ୍ନ ଭୋଗରାଗ ହନୁମାନଙ୍କ ପାଖରେ ଲାଗି କରିଥିଲେ । ମଧ୍ୟାହ୍ନରେ ବହୁ ସଂଖ୍ୟାରେ ଭକ୍ତମାନେ
ପ୍ରସାଦସେବନ କରିଥିଲେ । ମନ୍ଦିର ପୂଜକ ସୁଶା ଭାଇନା, ଯଜ୍ଞ ପୂଜକ ଅମରେନ୍ଦ୍ର ମିଶ୍ର ଓ ସନ୍ତୋଷ ଭାଇନା, କର୍ତା ରୁଦ୍ର
ନାରାୟଣ ତ୍ରିପାଠୀ ସମସ୍ତ ପୂଜାକ ତୁଲାଇଥିବାବେଳେ ଶୁଭେନ୍ଦୁ ଶତପଥୀ, ସନ୍ତୋଷ ରାଉତ, ପୁଲକ ମିଶ୍ର, ପୂର୍ଣଚନ୍ଦ୍ର
ମହାପାତ୍ର, ପ୍ରଦୀପ, ଦୁର୍ଯ୍ୟୋଧନ ସାଇଁଙ୍କ ସମେତ ସମସ୍ତ କର୍ମକର୍ତାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା…

Leave a Reply

Your email address will not be published. Required fields are marked *