ଭୁବନେଶ୍ୱର ତା. ୭.୫- ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ସୁପାରିଶ କ୍ରମେ ଢ଼େଙ୍କାନାଳ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଭାବେ ଶୁଭମ ଦାସ ଏବଂ କାର୍ଯ୍ୟକାରୀ ସଭାପତି ଭାବେ ବିଭୁତି ଭୂଷଣ ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ଶ୍ରୀ ଦାସ ପୂର୍ବରୁ ଜିଲ୍ଲା ଯୁବ କଂଗ୍ରେସର ସଭାପତି ଥିବା ବେଳେ ଶ୍ରୀ ମହାନ୍ତି ଢ଼େଙ୍କନାଳ ଜିଲ୍ଲାର ଜଣେ ଯୁବ ସମାଜସେବୀ ଭାବେ ପରିଚିତ । ସେ ଗନ୍ଦିଆ ବ୍ଲକର ଲେଥକା ପଞ୍ଚାୟତର ଓରନ୍ଦା ଗାଁର ଅଧିବାସୀ । ଅଖିଳ ଭାରତ ଯୁବ କଂଗ୍ରେସର ଓଡ଼ିଶା ପ୍ରଭାରୀ ଶ୍ରୀ ମହେଶ ଦେଶମୁଖ, ସହ ପ୍ରଭାରୀ ରିହାନା ରାଜୁ ଓ ଖୁସି ଟିଗା ତାଙ୍କର ନବନିଯୁକ୍ତି ପାଇଁ ଶ୍ରୀ ମହାନ୍ତି କୃତଜ୍ଞତା ଜ୍ଞାପନ କରିଛନ୍ତି । ଜନନାୟକ ରାହୁଲ ଗାନ୍ଧୀଜୀ, ଅଖିଳ ଭାରତ କଂଗ୍ରେସ କମିଟିର ସମ୍ପାଦକ ତଥା ଯୁବ କଂଗ୍ରେସ ପ୍ରଭାରୀ ମନିଷ ଶର୍ମା, ଅଖିଳ ଭାରତ ଯୁବ କଂଗ୍ରେସର ସଭାପତି ଶ୍ରୀ ଉଦୟ ଭାନୁ ଚିବଜୀ, ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଜୀ ଏବଂ ଓଡ଼ିଶା ପ୍ରଭାରୀ ଶ୍ରୀ ଅଜୟ କୁମାର ଲାଲୁଜୀଙ୍କ ମଧ୍ୟ ଶ୍ରୀ ମହାନ୍ତି କୃତଜ୍ଞତା ଜ୍ଞାପନ କରିଛନ୍ତି । ଗନ୍ଧିଆ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ବନମାଳି ଦାସ ଏବଂ ପିସିିସି ସମ୍ପାଦିକା ଶ୍ରୀମତୀ ଶିଳ୍ପିଶ୍ରୀ ହରିଚନ୍ଦନଙ୍କ ପକ୍ଷରୁ ସାଂଗଠନିକ କ୍ଷେତ୍ରରେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ଯେଉଁ ପ୍ରେରଣା ସେଥିପାଇଁ ସେ ମଧ୍ୟ କୃତଜ୍ଞ ବୋଲି କହିଛନ୍ତି । ବିଭୂତି ଭୂଷଣ ମହାନ୍ତି କାର୍ଯ୍ୟକାରୀ ସଭାପତି ଢ଼େଙ୍କାନାଳ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସୂଚନା….
