ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ପନ୍ଦରଭରଣିଆ ର ଗ୍ରାମବାସୀ.

ଜିଲ୍ଲା
Spread the love

ସୂର୍ଯ୍ୟନାରାୟଣ ବେହେରା ।
ଅନୁଗୋଳ ବ୍ଲକ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ପଞ୍ଚାୟତ ପନ୍ଦରଭରଣିଆ ଗ୍ରାମବାସୀ ଏବଂ ୧୭ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଟି ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଇଥିବା ଦେଖିବାକୁ ମିଳିଲା। ସୂଚନା ଯେ, ପନ୍ଦରଭରଣିଆ ଗ୍ରାମ ର ପାଣି ସମସ୍ୟ ନେଇ ଗ୍ରାମ ରେ ଏକ ବୈଠକ ବସିଥିଲା। ବୈଠକ ରେ ନିଷ୍ପତ୍ତି ହେଇଥିଲା ଯେ, ୭/୮ ଟି ଘର ଭିତରେ ଗୋଟିଏ ଲେଖାଏଁ ଟ୍ୟାପ ଦିଆଯିବ ବୋଲି ନିଷ୍ପତ୍ତି ହେଇଥିଲା। ସେହି ଗ୍ରାମର ପମ୍ପ ହାଉସ ଠାରୁ ମେନ୍ ଲାଇନ ଆସୁଥିବା ବାଟରେ କିଛି ଲୋକ ଦୁଇଟି ଟ୍ୟାପ ଜୋର୍ ଜବରଦସ୍ତ ବସାଇଥିଲେ। ଏହାକୁ ଗ୍ରାମବାସୀ ବିରୋଧ କରିବାରୁ କିଛି ଲୋକ ଗ୍ରାମବାସୀ ଓ ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗଲି ଗୁଲଜି କରି ମାଡ ମାରିବାକୁ ଉଦ୍ୟମ କରିଥିଲେ। ଏ ନେଇ ଦୁଇ ଗୋଷ୍ଠୀ ପକ୍ଷରୁ ଥାନାରେ ଅଭିଯୋଗ ହେଇଥିଲା। ଥାନାରୁ ଗ୍ରାମବାସୀ ଙ୍କୁ ନ୍ୟାୟ ନ ପାଇବାରୁ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ ଥିଲେ। ଏବଂ ଏହି ଅଭିଯୋଗ ର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ.

Leave a Reply

Your email address will not be published. Required fields are marked *