ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ୫ମ ସଂଧ୍ୟା ଅନୁଷ୍ଠିତ…

ଜିଲ୍ଲା ଢେଙ୍କାନାଳ ଖବର ମନୋରଞ୍ଜନ ରାଜ୍ୟ
Spread the love

ଢେଙ୍କାନାଳ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ୫ମ ସଂଧ୍ୟା କାର୍ଯ୍ୟକ୍ରମରେମୁଖ୍ୟ ଅତିଥ୍‌ ଭାବେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଭଜନ ସମାରୋହକୁ ଉଦ୍‌ଘାଟନକରିଥିଲେ । ସମ୍ମାନିତ ଅତିଥ୍ ଭାବେ ସାଂସଦଙ୍କ ପ୍ରତିନିଧ୍ ତଥା ମିଳିତ ଲକ୍ଷ୍ମୀପୂଜା କମିଟି ସଭାପତି ରୁଦ୍ର ନାରାୟଣତ୍ରିପାଠୀ ସାମିଲ୍ ଥଲେ । ଢେଙ୍କାନାଳ ସହର ଏକ ଶାନ୍ତିପୂର୍ଣ୍ଣ ସହର ଓ ଐତିହ୍ୟ ପୂର୍ଣ୍ଣ ସହର, ଏହିଭଳି କାର୍ଯ୍ୟକ୍ରମ ଆଗକୁଯାଉ, କାର୍ଯ୍ୟକ୍ରମରେ ଯୁବକମାନେ ଆଗକୁ ଆସି ଦାୟିତ୍ବ ଗ୍ରହଣ କଲେ ଏହା ଆଗକୁ ବଢିବା ସହିତ ସୁରୁଖୁରୁ ରେପରିଚାଳନା ହୋଇପାରିବ । ଆଜି ଭଜନ କାର୍ଯ୍ୟକ୍ରମରେ ଶ୍ରୀ ମନ୍ଦିର ଭଜନ ମଣ୍ଡପ ପକ୍ଷରୁ କଣ୍ଠଶିଳ୍ପୀ ସୌରଭ ନାୟକ,ସୀମା ମହାପାତ୍ର, ପୂର୍ଣିମା ଦାସ, ଉମାକାନ୍ତ ବିନ୍ଧାଣୀ ଓ ଦେବାଶିଷଙ୍କ ଭଜନରେ ଦର୍ଶକ ବିଭୋର ହୋଇପଡିଥିଲେ ।ଭଜନସମାରୋହର ସଭାପତି ରୁଦ୍ରାନ୍ତ ଦଳେଇ, ସଂପାଦକ ମହମ୍ମଦ ସାଗିର କାର୍ଯ୍ୟକ୍ରମ ପରିଚାଳନ କରିଥିବା ବେଳେବିଶିଷ୍ଟ କଣ୍ଠଶିଳ୍ପୀ ବିପିନି କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଟ ନାଟ୍ୟକାର ଅବନୀ ମିଶ୍ର ମଂଚ ପରିଚାଳନାକରିଥିଲେ ।

Leave a Reply

Your email address will not be published. Required fields are marked *