ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ ତମ ଜନ୍ମଜୟନ୍ତୀ ଉତ୍ସବ

ଜିଲ୍ଲା ଢେଙ୍କାନାଳ ଖବର ଦେଶ ବିଦେଶ ବାଣିଜ୍ୟ
Spread the love


ଉତ୍କଳମଣି ଆଦର୍ଶ ସେଛାସେବୀ ଅନୁଷ୍ଠାନ, କାଶିଆଡିହି ଦ୍ବାରା ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ
୬୫୦ତମ ଜନ୍ମଜୟନ୍ତୀ ଉତ୍ସବ ଜିଲ୍ଲା ଲେଖକ ସଂସଦ ଭବନ ଠାରେ ପାଳନ ହୋଇଯାଇଛି । ଦେଶର ଯଶସୀ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ବାଣୀ ଓ ସମରସତାକୁ ଦେଶବ୍ୟାପୀ
ପାଳନ କରାଯାଉଅଛି । ଏହି କ୍ରମରେ ଆଜିର ଏହି ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥ୍ୟ ଭାବେ ଢେଙ୍କାନାଳ ଜିଲ୍ଲା ବିଜେପି
ସଭାପତି ରାସବିହାରୀ ବେହେରା ଯୋଗଦେବା ସହ ଢେଙ୍କାନାଳ ଜିଲ୍ଲା ଏ.ସି ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ନାୟକ,
ଜିଲ୍ଲା ବିଜେପି ଉପ ସଭାପତି ସହଦେବ ପୃଷ୍ଟି, ସାଂସଦ ରୁଦ୍ରନାରାୟଣ ପାଣିଙ୍କ ପ୍ରତିନିଧି ବିଶିଷ୍ଟ ସମାଜସେବୀ ରୁଦ୍ର
ନାରାୟଣ ତ୍ରୀପାଠୀ ଓ ଜିଲ୍ଲା ଲେଖକ ସଂସଦ ସଭାପତି ବସନ୍ତ କୁମାର ପଟ୍ଟନାୟକ ସମ୍ମାନିତ ଅତିଥ୍‌ ଭାବେ ଯୋଗ ଦେଇ ଗୁରୁ
ରବିଦାସଜୀଙ୍କ ଉପରେ ସାରଗର୍ଭକ ଭାଷଣ ଦେଇ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ
ସୁଜନ କୁମାର ସିଂହ ସଭାପତିତ୍ବ କରିଥିଲାବେଳେ ଜୀତେନ୍ଦ୍ର କୁମାର ବେହେରା ମଂଚ ପରିଚାଳନା କରିଥିଲେ । ଉତ୍କଳମଣି
ଆଦର୍ଶ ସେଛାସେବୀ ଅନୁଷ୍ଠାନର ସଭାପତି ପ୍ରକାଶ କୁମାର ପରିଡା ମଂଚାସୀନ ସମସ୍ତ ଅତିଥୁ ମାନଙ୍କୁ କାର୍ଯ୍ୟକ୍ରମରେ ଉପସ୍ଥିତ
ରହି ସଫଳ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ
ସାର୍ଟିଫିକେଟ ଓ ଟ୍ରଫି ଅତିଥିମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ସୁଶ୍ରୀ, ଲିପ୍ସା, ଇପ୍ସିତା, ଓ ରାଜେନ୍ଦ୍ର କୁମାର ସଙ୍ଗୀତ
ପରିବେଷଣ କରିବା ସହିତ କାର୍ଯ୍ୟକ୍ରମରେ ପୁର୍ଣ୍ଣ ସହଯୋଗ କରିଥିଲେ । ଓମ୍ ଓ ଶାସିତ ସିଂହ ସେଛାସେବୀ ଭାବରେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ପରିଶେଷରେ ସମ୍ପାଦକ ସୁଜନ କୁମାର ସିଂହ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ ସହିତ ଗୁରୁ ରବିଦାସଜୀଙ୍କ ବାଣୀକୁ ସମସ୍ତେ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *