ବ୍ରାହ୍ମଣୀ ନଦୀରେ ଫସିଲେ ୨ ମହିଳା ଓ ଯୁବତୀ…

ଢେଙ୍କାନାଳ ଖବର
Spread the love

ବ୍ରାହ୍ମଣୀ ନଦୀ ଜଳ ସ୍ତର ହଠାତ୍ ବଢିଯିବାରୁ
କାମାକ୍ଷାନଗର ବ୍ଲକ ବୁଢିବିଲି ପଞ୍ଚାୟତ ବୁଢିବିଲି
ଗାଁରେ ୨ ମହିଳା ଓ ୨ ଯୁବତୀ ଫସି ରହିଥିଲେ ।
ଗ୍ରାମବାସୀ ତାଙ୍କୁ ରଶି ଓ ଟ୍ୟୁ ସାହାର୍ଯ୍ୟରେ ଉଦ୍ଧାର
କରିଛନ୍ତି । ସମସ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି ।
ସୂଚନା ଅନୁଯାୟୀ, ବୁଢିବିଲି ଗାଁ ବ୍ରାହ୍ମଣୀ ନଦୀ
କୂଳରେ ରହିଛି । ନଦୀ ଅରପାଶ୍ବର୍କୁ ଶୌଚ ହେବା
ପାଇଁ ଲୋକେ ଯାଇଥାନ୍ତି । ଆଜି ଅପରାହ୍ନ ପ୍ରାୟ
ସାଢେ ୫ଟା ବେଳେ ଗାଁର ଦୁଇ ମହିଳା ଓ
ସେମାନଙ୍କର ୧୦ରୁ ୧୨ ବର୍ଷର ଦୁଇ ଝିଅ ଶୌଚ
ହେବାକୁ ନଦୀ ଆର ପାର୍ଶ୍ଵକୁ ଯାଇଥିଲେ ।
ସେତବେଳେ ଜଳ ସ୍ତର ଆଣ୍ଠୁଏ ଭଳି ରହିଥିଲା ।
ମାତ୍ର ହଠାତ୍ ନଦୀରେ ଜଳ ସ୍ତର ବଢିଯିବାରୁ
ସେମାନେ ଆସି ପାରିନଥିଲେ । ଉଦ୍ଧାର ପାଇଁ ଚିତ୍କାର
କରିଥିଲେ । ଗାଁର ବିଜୟ କୁମାର ବାରିକ ସେମାନଙ୍କ
ଡାକ ଶୁଣି ଗାଁ ଲୋକଙ୍କୁ ଖବର ଦେଇଥିଲେ ।
ରାତି ହୋଇ ଯାଇଥିବାରୁ ଉଦ୍ଧାର କରିବା କଷ୍ଟକର
ହୋଇପଡିଥିଲା ଅଗ୍ନିଶମକୁ ଖବର
ଦିଆଯାଇଥିଲେ ସୁଧା ବିଳମ୍ବ ହେବାରୁ ,ଗାଁର
ସୁଧାକର ବେହେରା, ଅଭୟ ହେବେରା,
କାଳନ୍ଦିଚରଣ ବେହେରା ରସି ଓ ଟ୍ୟୁ ସହାୟତାରେ
ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।
ଖବର ପାଇ କାମାକ୍ଷାନଗର ଉପ ଜିଲ୍ଲାପାଳ
ନାରାୟଣ ଚନ୍ଦ୍ର ନାୟକଙ୍କ ସମେତ ବ୍ଲକ ଅଧ୍ୟକ,
ସରପଞ୍ଚ ପ୍ରମୁଖ ପହଞ୍ଚି ବୁଝାସୁଝା କରିବା ସହ ନଦୀ
ଆରପାର୍ଶ୍ବକୁ ନଯିବା ପାଇଁ ବୁଝାଇଥିଲେ ।

Leave a Reply

Your email address will not be published. Required fields are marked *