ଢେଙ୍କାନାଳ,୧୮(ଆପ୍ର): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବାଲଘୁଚାପ ଘନୀଭୂତ ହୋଇ ଅବପାତର
ରୂପ ନେଇଛି । ଯାହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ
ଆଜି ଢେଙ୍କାନାଳ ଜିଲ୍ଲା ଅରେଞ୍ଚ ୱାଶିଂରେ ରହିଥିବା ବେଳେ ସେପରି ଭାରୀ ବର୍ଷାହୋଇନାହିଁ । ଆସନ୍ତାକାଲି ଅର୍ଥାତ୍ ବୁଧବାର
ପାଇଁ ରେଡ୍ ୱାର୍ଡିଂ ଜାରି କରାଯାଇଛି। ଯାହାଫଳରେ ପ୍ରବଳରୁ ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି। ବୃକ୍ସ୍ତରୀୟ
ଅଧିକାରୀଙ୍କୁ ଜିଲ୍ଲା କୁରୁରୀକାଳିନ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି। ଲଘୁଚାପ ପ୍ରଭାବରେ ସୋମବାର
ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିଲା। ଭୁବନରେ ଭାରୀ ବର୍ଷା ହୋଇଥିବା ରେକର୍ଡ ହୋଇଛି। ଢେଙ୍କାନାଳରେ ୨୮ ମିଲିମିଟର,
ଗଁଦିଆରେ ୩୭.୬, ଓଡ଼ାପଡ଼ାରେ ୩୨ ମିଲିମିଟର, ହିନ୍ଦୋଳରେ ୧୭ ମିଲିମିଟିର, କାମାକ୍ଷାନଗରରେ ୨୧.୪,ପରଜଙ୍ଗରେ ୪୦ ଓ କଙ୍କଡ଼ାହାଡ଼ରେ ୨୪
ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜି ମଙ୍ଗଳବାର ଜିଲ୍ଲାକୁ ଅରେଞ୍ଚ ୱାର୍ଡିଂ ଜାରି କରାଯାଇଥିଲା। ପ୍ରବଳ ବର୍ଷା
ହେବାର ଆଶଙ୍କା ରହିଥିଲା। ହେଲେ ଆଜି ସେପରି ଭାରୀ ବର୍ଷା ଜିଲ୍ଲାରେ ହୋଇନଥିବା ଜଣାଯାଇଛି । ଢେଙ୍କାନାଳ
ସହରରେ ସକାଳୁ ପାଗ ମେଘାଛନ୍ନ ରହିଥିଲା। ମଧ୍ୟାହ୍ନ ୧୨ଟା ବେଳକୁ ଅସରାଏ ବର୍ଷା ହେବା ସହ ଝିପ୍ଝିପ୍
ବର୍ଷା ଲାଗି ରହିଥିଲା। ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର୫ ଜିଲ୍ଲାକୁ ପ୍ରବଳରୁ ପ୍ରବଳ ବର୍ଷା
ହେବ ବୋଲି ରେଡ୍ ଆର୍କଟ ଜାରି କରାଯାଇଛି। ସେଥିମଧ୍ୟରୁ ଢେଙ୍କାନାଳ ଜିଲ୍ଲା ରହିଥିବାରୁ ଜିଲ୍ଲା ଜରୁରୀକାଳିନ
ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସମସ୍ତ ବିଡିଓ ଓ ତହସିଲଦାରକୁ ସତର୍କ କରାଯାଇଛି। ସହରର ତଳି
ଅଞ୍ଚଳ ଲୋକଙ୍କର ଚିନ୍ତା ବଢ଼ିଯାଇଛି।ଅସରାଏ ବର୍ଷା ହେଲେ ଘରେ ନର୍ଦମା ପାଣି ପଶୁଥିବାରୁ ଭାରୀ ବର୍ଷାକୁ ନେଇ
ଚିନ୍ତା ବଢ଼ିଛି। ସାମ୍ଭବ୍ୟ ଜଳବନ୍ଦୀ ସମସ୍ୟାକୁ ଦୂର କରିବା ନିମନ୍ତେ ତୁରନ୍ତ ପାଣି ନିଷ୍କାସନ ପାଇଁ ପୌରପାଳିକା
ବ୍ୟବସ୍ଥା କରିବାକୁ ଦାବି ହୋଇଛି।