ଅଗଷ୍ଟ 30ରେ ଅନୁଷ୍ଠିତ ହେବ ସଡ଼କ ସୁରକ୍ଷା ସଚେତନତା ଅଭିଯାନ..

ଢେଙ୍କାନାଳ ଖବର
Spread the love

ଢେଙ୍କାନାଳ 28/08-ଅଗଷ୍ଟ 30 ତାରିଖ ବୁଧବାର ଦିନ ଢେଙ୍କାନାଳ ଜିଲ୍ଲା ସଦର ମହକୁମାସ୍ଥିତ ବସ ଷ୍ଟାଣ୍ଡ ନିକଟସ୍ଥ ଟ୍ରାଫିକ ଛକରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯିବ l

ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ମାନ୍ୟବର ସାଂସଦ ଶ୍ରୀ ମହେଶ ସାହୁ,ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀ ସୁଧୀର କୁମାର ସାମଲ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ପ୍ରଯୋଜକ ଓ ଅଭିନେତା ଶ୍ରୀ ଦୀପକ କୁମାର ମିଶ୍ର ଏବଂ ବିଶିଷ୍ଟ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯୋଗ ଦେବେ l

ଏହି କାର୍ଯ୍ୟକ୍ରମଟି ଜିଲ୍ଲା ସାମ୍ବାଦିକ ସଂଘ, ଜିଲ୍ଲା ପୋଲିସ ବିଭାଗ ଓ ଡି. କେ ମୁଭିଜ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ l

#Dhenkanalnews ##sadaka_surakhya #dhenkanal_police

Leave a Reply

Your email address will not be published. Required fields are marked *