ଭୁବନ ସୁରକ୍ଷା ବନ୍ଧନ ରେ ଯୋଗ ଦେଲେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ..

ଢେଙ୍କାନାଳ ଖବର
Spread the love

ସଢେଙ୍କାନାଳ ଜିଲ୍ଲା ଭୂବନ ଠାରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାଳକ ଉଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସୁରକ୍ଷା ବନ୍ଧନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ସ୍ଥାନିୟ କାଳିବଜାର ଠାରେ ପ୍ରଥମେ ଦଳିୟ କର୍ଯ୍ୟକର୍ତ୍ତାଙ୍କ ତରଫରୁ ସ୍ବାଗତ କରାଯାଇଥିଲା।ପରେ ସ୍ବାଧିନତା ସଂଗ୍ରାମି ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ,କାପୁଡିଆ ସମାଜର ଶୋଭାଯାତ୍ରାରେ ସାମିଲ ହୋଇ ବଳଦେବଜୀଉଙ୍କ ଦର୍ଶନ କରିଥିଲେ।।ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରି ଯୋଗଦେଇ କହିଛନ୍ତି ଦେଶରେ ମହିଳାଙ୍କ ପାଇଁ ଆମ ସରକାର ସମର୍ପତି।୯ବର୍ଷରେ ଆମ ସରକାର ଯେତିକି ମହିଳାଙ୍କ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ବିଗତ ଦିନରେ ଥିବା ସରକାର ସେତିକି କାମ କରିନଥିଲେ।ଏଲପିଜି ଦରଦାମ କରିକି ନରେନ୍ଦ୍ର ମୋଦି ଆଜି ରକ୍ଷା ବନ୍ଧନରେ ମହିଳାଙ୍କୁ ଉପହାର ଦେଇଛନ୍ତି।ଢେଙ୍କାନାଳ ଜିଲ୍ଲାରେ ୭୫ଲକ୍ଷ ଘରେ ସଂଯୋଗ କରାଯାଇଛି।ସମଗ୍ର ଓଡିଶାରେ ୯୬ଲକ୍ଷ ସଂଯୋଗ କରାଯାଇଥିବା କଥା କହିଥିଲେ।ଜିଲ୍ଲାରେ ୯ଲକ୍ଷ ୫୪ ହଜାର ୮୦୬ ଜଣଙ୍କୁ ମାଗଣା ଉଜ୍ବଳା ଯୋଜନାରେ ଏଲପିଜି ସଂଯୋଗ ଦିଆଯାଇଛି।ଢେଙ୍କାନାଳ ଜିଲ୍ଲାର ଗ୍ରାମଞ୍ଚଳରେ ଲୋକମାନଙ୍କ ପାଇଁ ୧୦୦୦କୋଟି ଟଙ୍କା ଖର୍ଚ କରାଯାଇ ୮୦ହଜାର ଘର ପ୍ରଦାନ କରାଯାଇଛି।ତାସହିତ ଜିଲ୍ଲାରେ ୨ଲକ୍ଷ ଏଲପିଜି ସଂଯୋଗ ଦିଆଯାଇଛି।୮୫୦କୋଟି ଟଙ୍କା କମ ସୁଧରେ ରୁଣ ପ୍ରଦାନ କରାଯାଇଛି।ତାସହିତ ଲକ୍ଷ ୨୫ହଜାର କୋଟି ଟଙ୍କା ଖର୍ଚ କରାଯାଇ ମହିଳା ମାନଙ୍କୁ ଲକ୍ଷ ପତି ବନାଇବାର ଯୋଜନା ପ୍ରସ୍ତୁତ ହୋଇଅଛି।ଅନ୍ୟାନ୍ୟ ଅତିଥି ଭାବରେ ରାଜ୍ୟ ମହିଳା ସଭାପତି ଏୈସର୍ଯ୍ୟା ବିଶ୍ବାଳ,ରାଜ୍ୟ ଉପସଭାପତି ଲେଖାଶ୍ରି ସାମନ୍ତ ସିଂହାର ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ରନାରାୟନ ପାଣି,ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା,ବିଧାୟକ ପ୍ରାର୍ଥି ବିଭୂତି ପ୍ରଧାନ,ଶତୃଘ୍ନ ଜେନାଙ୍କ ସମେତ ବହୁ ସଂଖ୍ୟାରେ ଦଳିୟ କର୍ମିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *