ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଉଦ୍ ଯାପିତ..

ଜିଲ୍ଲା ଢେଙ୍କାନାଳ ଖବର ମନୋରଞ୍ଜନ
Spread the love

କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ,କର୍ମହିଁ ଉପାସନା
ଶିକ୍ଷା ସହ ଚରିତ୍ର ଗଠନ,ଗୁରୁଜନଙ୍କ ଉପଦେଶ ଅନୁପାଳନ ହିଁ ସମସ୍ତ ସଫଳତାର ଚାବିକାଠି ଅନ୍ତର୍ନିହିତ ଗୁଣକୁ ଚିହ୍ନି ପିଲାଙ୍କୁ ଗୁରୁତ୍ଵ ଦେବା ଆବଶ୍ୟକନିଜ ଜୀବନର ଲକ୍ଷ୍ୟ ଓ ଆଦର୍ଶ ସ୍ଥିର କରି ଅବିଶ୍ରାନ୍ତ ପରିଶ୍ରମ କଲେ ଜୀବନରେ ସଫଳତା ସମ୍ଭବବିଦ୍ୟାର୍ଥୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ହିଁ ଜୀବନରେ ସଫଳତାର ମୂଳଭିତ୍ତି..
ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଉଦ୍ ଯାପିତ ହୋଇଯାଇଛି।ବିଦ୍ୟାଳୟର ଅଲୁମିନି ଆସୋସିଏସନ୍ ର ସଭାପତି ପ୍ରାକ୍ତନ ଇଂରାଜୀ ପ୍ରାଧ୍ୟାପକ ପ୍ରଫୁଲ କୁମାର ମିଶ୍ର,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସାରଙ୍ଗଧର ସାହୁ,ବରିଷ୍ଠ ଶିକ୍ଷୟିତ୍ରୀ ତଥା ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନିତାବାଳା ଷଡଙ୍ଗୀଙ୍କ ଆବାହକତ୍ୱରେ,ସଭାମଞ୍ଚ ସଂଯୋଜିକା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ରଙ୍କ ବଳିଷ୍ଠ ସଂଯୋଜନାରେ, ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ରଞ୍ଜନ ଦଲେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସଦସ୍ୟ ତଥା ଦୈନିକ ଓଡ଼ିଆ ସମ୍ବାଦପତ୍ର ସୂର୍ଯ୍ୟ ପ୍ରଭାର ସମ୍ପାଦକ ପଦ୍ମଶ୍ରୀ ପଣ୍ଡିତ ଡ.ଅନ୍ତର୍ଯ୍ୟାମୀ ମିଶ୍ର, ମୁଖ୍ୟବକ୍ତା ଭାବରେ,ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାଧ୍ୟାପିକା ଡ.ମଞ୍ଜୁଳିକା ନାୟକ,ଅନ୍ୟତମ ସମ୍ମାନିତ ଅତିଥିଭାବେ ବିଦ୍ୟାଳୟର ୧୯୮୦ ମସିହା ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ତଥା ବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ର ସଭାପତିଙ୍କ ପ୍ରତିନିଧି ଭାବରେ ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟିତ୍ରୀ ତଥା ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନିତାବାଳା ଷଡଙ୍ଗୀ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ସଭାମଞ୍ଚ ସଂଯୋଜିକା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ.ଅନୁପମା ମିଶ୍ର ପ୍ରମୁଖ ମଧ୍ୟ ମଞ୍ଚାସୀନ ଥିଲେ।ମୁଖ୍ୟଅତିଥି ପଦ୍ମଶ୍ରୀ ପଣ୍ଡିତ ଡ.ଅନ୍ତର୍ଯ୍ୟାମୀ ମିଶ୍ର ସ୍ଵୀୟ ବକ୍ତବ୍ୟରେ କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ,କର୍ମହିଁ ଉପାସନା,ଶିକ୍ଷା ସହ ଚରିତ୍ର ଗଠନ,ଗୁରୁଜନଙ୍କ ଉପଦେଶ ଅନୁପାଳନ ହିଁ ସମସ୍ତ ସଫଳତାର ଚାବିକାଠି ଓ ଶିକ୍ଷାର୍ଥୀମାନଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ପିଲାଙ୍କୁ ଗୁରୁତ୍ଵ ଦେବା ଆବଶ୍ୟକ ବୋଲି ଦୃଢ଼ ମତପୋଷଣ କରିଥିଲେ।ସମସ୍ତେ ଭଲ ମଣିଷ ହେବାକୁ ସଦା ଚେଷ୍ଟିତ ହେବାକୁ ସେ ଦୃଢ଼ ଆହ୍ୱାନ ଜଣାଇଥିଲେ।ମୁଖ୍ୟବକ୍ତା ଭାବରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପ୍ରାଧ୍ୟାପିକା ଡ.ମଞ୍ଜୁଳିକା ନାୟକ ଯୋଗଦାନ କରି ବିଦ୍ୟାଳୟର ଗୌରବମୟ ଇତିହାସ ସମ୍ପର୍କରେ ସମ୍ୟକ୍ ସୂଚନା ଦେବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ଉନ୍ନତ ମାନର ଶିକ୍ଷାବ୍ୟବସ୍ଥା,ନିଜ ଜୀବନର ଲକ୍ଷ୍ୟ ଓ ଆଦର୍ଶ ସ୍ଥିର କରି ଅବିଶ୍ରାନ୍ତ ପରିଶ୍ରମ କଲେ ଜୀବନରେ ସଫଳତା ସମ୍ଭବ ବୋଲି ସୁପରାମର୍ଶ ପ୍ରଦାନ କରିବା ସଙ୍ଗେ ସଙ୍ଗେ ହୃଦୟସ୍ପର୍ଶୀ ଜଗନ୍ନାଥଙ୍କ ଭଜନଗାନ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥିଭାବେ ବିଦ୍ୟାଳୟର ୧୯୮୦ ମସିହା ବ୍ୟାଚ୍ ର ପ୍ରାକ୍ତନ ଛାତ୍ର ତଥା ବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ର ସଭାପତିଙ୍କ ପ୍ରତିନିଧି ଭାବରେ ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ବିଦ୍ୟାର୍ଥୀମାନଙ୍କର ଅନ୍ତର୍ନିହିତ ପ୍ରତିଭାର ବିକାଶ ହିଁ ଜୀବନରେ ସଫଳତାର ମୂଳଭିତ୍ତି ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ଉଦ୍ ଯାପନୀ ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ବିଦ୍ୟାଳୟର ପ୍ରାକ୍ତନ ଛାତ୍ର,ବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ର ସଭାପତିଙ୍କ ପ୍ରତିନିଧି ତଥା ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର,ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ତଥା ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁନିତାବାଳା ଷଡଙ୍ଗୀ,ବରିଷ୍ଠ ଶିକ୍ଷକ ସୁରେଶ କୁମାର ପଣ୍ଡା, ବିଦ୍ୟାଳୟର ସାଂସ୍କୃତିକ ବିଭାଗ ମୁଖ୍ୟ,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ତଥା ସଂଯୋଜିକା ଡକ୍ଟର ଅନୁପମା ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ ପର୍ଯ୍ୟାୟ କ୍ରମେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀ,ଛାତ୍ରମାନଙ୍କୁ ପ୍ରଶଂସା ପତ୍ର, ପୁରସ୍କାର ପ୍ରଦାନ କରିଥିଲେ।ବିଦ୍ୟାଳୟର ସାଂସ୍କୃତିକ ବିଭାଗ ମୁଖ୍ୟ ତଥା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡକ୍ଟର ଅନୁପମା ମିଶ୍ର ମଙ୍ଗଳା ଚରଣ ଗାନ,ସ୍ଵାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ସହ ସଭାମଞ୍ଚ ସୁପରିଚାଳନା କରିଥିବାବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀତାବାଳା ଷଡ଼ଙ୍ଗୀ ସ୍ଵୀୟ ସଂକ୍ଷିପ୍ତ ଅଭିଭାଷଣ ଓ ବାର୍ଷିକ ବିବରଣୀ ପାଠ ଅବସରରେ ଶିକ୍ଷାର୍ଥୀ ମାନଙ୍କୁ ସଦୂପଦେଶ ଦେଇଥିଲେ ଓ ସବୁ କ୍ଷେତ୍ରରେ ବିଦ୍ୟାଳୟର ସଫଳତାର ଦୀର୍ଘ ବିବରଣୀ ପ୍ରଦାନ କରିଥିଲେ।ଡ଼ଃ ଅନୁପମା ମିଶ୍ର,ଗୁରୁ ଅକ୍ଷୟ କୁମାର ନାୟକ ଓ ଗୁରୁ ନରେନ୍ଦ୍ର କୁମାର ଦାସଙ୍କ ମିଳିତ ମାର୍ଗଦର୍ଶନରେ ବିଦ୍ୟାଳୟର ଛାତ୍ରୀ,ଛାତ୍ରମାନେ ହୃଦୟସ୍ପର୍ଶୀ ସ୍ଵାଗତସଙ୍ଗୀତ ଓ ଉଦ୍ ଯାପନୀ ସଙ୍ଗୀତ ଗାନ କରିଥିଲେ।ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ରଞ୍ଜନ ଦଲେଇ ସ୍ଵୀୟ ସଂକ୍ଷିପ୍ତ ସଭାପତିଙ୍କ ଅଭିଭାଷଣରେ ବିଦ୍ୟାଳୟର ଅତୀତ ଗୌରବ ଓ ମହିମାର ସ୍ମୃତି ଚାରଣ କରି ଏହି ବିଦ୍ୟାଳୟର ଭବିଷ୍ୟତକୁ ଆହୁରି ଗୌରବାନ୍ଵିତ ଓ ମହିମାନ୍ଵିତ କରିବାକୁ ସମସ୍ତଙ୍କୁ ଦୃଢ଼ ଆହ୍ବାନ ଜଣାଇଥିଲେ। ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ଦୀପ୍ତିଶ କୁମାର ଶତପଥି,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ବରିଷ୍ଠ ଶିକ୍ଷୟିତ୍ରୀ ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,କଲ୍ୟାଣୀ ବଡ଼ଜେନା, ସ୍ମିତିସୁଧା ଜେନା,କିରଣମୟୀ ମହାଳିକ,କ୍ଷିରାବ୍ଧିତନୟା ମହାପାତ୍ରଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ ସମସ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ସଭା ପ୍ରାରମ୍ଭରେ ପଞ୍ଚସଖା,ବ୍ରଜନାଥ ବଡ଼ଜେନା,ନୃସିଂହ କାନୁନଗୋ, ନେତାଜୀ,ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଓ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ,ଧୂପ ଅର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା।ଶିକ୍ଷୟିତ୍ରୀ ନଳିନୀ ବେହେରା, କଲ୍ୟାଣୀ ବଡ଼ଜେନା,ଦିପ୍ତିଶ କୁମାର ଶତପଥୀଙ୍କ ମାର୍ଗଦର୍ଶନ,ନିର୍ଦ୍ଦେଶନାରେ ଓ ସପ୍ତମ ଶ୍ରେଣୀର ଛାତ୍ରୀ ସାନ୍ ଭି ତ୍ରିପାଠୀଙ୍କ ସଂଯୋଜନାରେ ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ମଧ୍ୟରେ ଏକକ ଓ ଦଳଗତ ସଙ୍ଗୀତ,ଓଡ଼ିଶୀ,ସମ୍ବଲପୁରୀ,ବିହୁ,ଅର୍ଦ୍ଧ ଶାସ୍ତ୍ରୀୟ,ଆଧୁନିକ ଏକକ ଓ ଦଳଗତ ନୃତ୍ୟ,ନୁକଡ ନାଟକ,ନାଟ୍ୟକାର ବିଜୟ ମିଶ୍ରଙ୍କ ରଚନା ଓ ନିର୍ଦ୍ଦେଶନାରେ ଡ୍ରାମା ‘କିଏ ଦେବ ଉତ୍ତର’ ଆଦି ଦର୍ଶକମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ଓ ଉଚ୍ଚ ପ୍ରଶଂସିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଓ ଅନ୍ୟାନ୍ୟ ସଭ୍ୟା, ସଭ୍ୟ,ଛାତ୍ରୀ,ଛାତ୍ରମାନଙ୍କର ମାତା,ପିତା,ଅଭିଭାବିକା, ଅଭିଭାବକ,ଆଲୁମିନି ଆସୋସିଏସନ୍ ର ୧୯୮୦ ବ୍ୟାଚ୍ ର ଅନେକ ପ୍ରାକ୍ତନ ଛାତ୍ରୀ,ଛାତ୍ର ସମେତ ଅନେକ ସଭ୍ୟା,ସଭ୍ୟ ଓ ସୁଧୀ ବୃନ୍ଦ ଯୋଗଦାନ କରିଥିଲେ।

Leave a Reply

Your email address will not be published. Required fields are marked *