ସିକିମରୁ ଆସି ଓଡିଶା ମାଟିରେ ପହଞ୍ଚିଲା ଓଡିଆ ଯବାନଙ୍କ ପାର୍ଥିବ ଶରୀର…

Uncategorized ଢେଙ୍କାନାଳ ଖବର
Spread the love

ଦିଲ୍ଲୀରୁ ଆସି ଭୁବନେଶ୍ଵରରେ ୧.୪୫ ମିନିଟରେ ପହଞ୍ଚିଥିଲା ସହିଦ୍‌ଙ୍କ ପାର୍ଥିବ ଶରୀର ।

ଭୁବନେଶ୍ଵର ୧୦୦ ଟ୍ଵେଣ୍ଟି ବାଟାଲିୟନ ପକ୍ଷରୁ ଶେଷ ଶ୍ରଦ୍ଧାଞ୍ଜଳି ।

ବିମାନବନ୍ଦରରେ ପହଞ୍ଚିଲେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ,ମୁଖ୍ୟ ଶାସନ 5t ସଚିବ ଭି କେ ପାଣ୍ଡିୟନ,ସାଂସଦ ମହେଶ ସାହୁ ଓ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ସମେତ ବରିଷ୍ଠ ଅଧିକାରୀ ଓ ରାଜନେତା ମାନେ କଲେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

ଅପରାହ୍ନରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।
କାନ୍ଦରେ ଫାଟିପଡୁଛି ଗ୍ରାମ ।
ବିରାଟ ପଟୁଆରରେ ଢେଙ୍କାନାଳରୁ କେନ୍ଦୁଢିପ ଗ୍ରାମମଶାଣିରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ ସଂମ୍ପନ ।
ଗାଁବୀରପୁତ୍ରକୁ ଝୁରୁଛି ମାଆ,ଝୁରୁଛି ମାଟି, ଝୁରୁଛନ୍ତି ଗ୍ରାମବାସୀ ଓ ପରିବାର ।
୩ଦିନ ହେଲା ଘରେ ଜଳୁନି ଚୁଲି ।ଶେଷକୃତ୍ୟ ପାଇଁ ଗାଁ ମଶାଣିକୁ ସଫା କରିଥିଲେ ଗ୍ରାମବାସୀ ।

ଢେଙ୍କାନାଳ- ଛାତିର କୋହ ଆଉ ଆଖିର ଲୁହକୁ ରୋକି ପାରୁ ନାହାନ୍ତି ଯବାନସରୋଜକୁ ଭଲ ପାଉଥିବା ପ୍ରତ୍ୟେକ ମଣିଷ ସମସ୍ତଙ୍କୁ ଠକି ଦେଇ ଅଧା ବାଟରେ ହାତ ଛାଡି ଚାଲିଗଲେ ଢେଙ୍କାନାଳ ଜିଲ୍ଲା କେନ୍ଦୁତିପିଗ୍ରାମର ସରୋଜ ବୀର ସହିଦ୍‌ଙ୍କ ଫଟୋକୁ ଧରି ପରିବାର, ଗ୍ରାମବାସୀ ଓ ସାଙ୍ଗସାଥି କାନ୍ଦୁଛନ୍ତି ସମସ୍ତଙ୍କ ମୁହଁରେ ଗୋଟିଏ କଥା ଗାଁର ସୁନା ପୁଅ ପର କରି ଅଫେରା ରାଇଜକୁ ଗଲିଗଲା ପାର୍ଥିବ ଶରୀର ଗ୍ରାମରେ ପହଞ୍ଚିବାପରେ ରାଷ୍ଟ୍ରିୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂମ୍ପନ ହୋଇଛି । ଉକ୍ତ ଅଞ୍ଚଳର ହଜାର ହଜାର ଗ୍ରାମବାସୀ ବିଭିନ୍ନ ରାଜନେତା ଶିକ୍ଷକ,ଶିକ୍ଷୟତ୍ରୀ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ କାମାକ୍ଷାନଗର ଅବସରପ୍ରାପ୍ତ ସୈନିକ ସଂଘରସଂମ୍ପାଦକ ରବିନାରାୟଣ ସାହୁଙ୍କ ସମେତ ଶତାଧିକ ସେନା ଓ ତାଙ୍କର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଗ୍ରାମବାସୀମାନେ ସହିଦ୍‌ଙ୍କ ଏକାଦଶାହ ପର୍ଯ୍ୟନ୍ତ ସମସ୍ତ କ୍ରିୟାକର୍ମ ସୁରୁଖୁରୁରେ ସମ୍ପାପନ ହେବ ସେଥିପାଇଁ ଏକ ସ୍ୱତନ୍ତ୍ର କମିଣ୍ଟି ଗଠନ କରାଯାଇଛି।ସହିଦ୍‌ବୀରଙ୍କ ବୀରତ୍ଵର ଗାଥା ଢେଙ୍କାନାଳ ପାଇଁ ସ୍ଵର୍ଣ୍ଣୀମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ।
ଢେଙ୍କାନାଳରୁ ଅକ୍ଷୟ କୁମାର ନନ୍ଦ ଙ୍କ ରିପୋର୍ଟ ଉଦୟ ଲାବଣ୍ୟ NEWS

Leave a Reply

Your email address will not be published. Required fields are marked *