ରଘୁବର ଦାସ ହେଲେ ଓଡ଼ିଶାର ନୂତନ ରାଜ୍ୟପାଳ

ଜିଲ୍ଲା ଦେଶ ବିଦେଶ ରାଜନୀତି
Spread the love


ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସେ ୨୦୧୯ ଯାଏ କ୍ରମାଗତ ୫ ଥର ବି ଧ ନ ସ ଭ। କୁ ନିର୍ବାଚିତ ହୋଇଥିଲେ। ୨ ୦ ୦୯ ର
ସେରଘୁବର ଦାସଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ରଘୁବର ବର୍ତ୍ତମାନ ରାଜ୍ୟପାଳ
ଥିବା ଗଣେଶୀ ଲାଲଙ୍କ ସ୍ଥାନ ନେବେ । ରଘୁବର ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି
ଇନ୍ଦ୍ରସେନ ରେଡ୍ଡୀ ଲାଲୁଙ୍କୁ ତ୍ରିପୁରା ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ୧୯୫୫ ମସିହା ମେ ୩ରେ
ଅବିଭକ୍ତ ବିହାରରେ ଜନ୍ମଗ୍ରହଣ କରିଥିବା ରଘୁବର ଜାମସେଦପୁର କୋପୋରେଟିଭ୍ କଲେଜରୁ ଶିକ୍ଷାଲାଭ
କରିଥିଲେ । ୧୯୮୦ ମସିହାରେ ବିଜେପିର ଗଠନ ବେଳେ ରଘୁବର ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ।
ପୂର୍ବ ଜାମସେଦପୁର ଆସନରୁ ୧୯୯୫ରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହି ଆସନରୁ
ଝାଡ଼ଖଣ୍ଡରଉପମୁଖମନ୍ତ୍ରୀ ଦାୟିତ୍ଵନିର୍ବାହ କରିଥିଲେ। ୨୦୧୪ରୁ ୨୦୧୯ ଯାଏ ସେ ଝାଡ଼ଖଣ୍ଡର ଷଷ୍ଠ
ତଥା ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ଝାଡ଼ଖଣ୍ଡ ବିଜେପିର ଦୁଇ
ଥର ରାଜ୍ୟ ସଭାପତି ଥିଲେ । ବର୍ତ୍ତମାନ ସେ ଜାତୀୟ ବିଜେପିର ଉପସଭାପତି ପଦରେ ଅଛନ୍ତି ।

Leave a Reply

Your email address will not be published. Required fields are marked *