ବେଟି ବଚାଓ ବେଟି ପଢାଓ ଅଭିଯାନ ଆରମ୍ଭ….

Uncategorized ଢେଙ୍କାନାଳ ଖବର
Spread the love

ଢେଙ୍କାନାଳ ବେଟି ବଚାଓ ବେଟି ପଢ଼ାଓ ଯୋଜନାକୁ ଜିଲ୍ଲା ସ୍ତରରେ ପ୍ରଚାର ପ୍ରସାର କରିବା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଓ ଜିଲ୍ଲା ପ୍ରଶାସନ ଢେଙ୍କାନାଳ ତରଫରୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ନବଜାତ ଶିଶୁକନ୍ୟା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ନବଜାତ ଶିଶୁ କନ୍ୟା ମାନଙ୍କର ମାତାପିତା ଙ୍କୁ ବେବି କିଟ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଡ. ଦିଲ୍ଲୀପ କୁମାର ବିଶ୍ୱାଳ ଯୋଗଦେଇଥିଲେ l ଏହାସହିତ ଅତିରିକ୍ତ ଚିକତ୍ସା ଅଧିକାରୀ(ଜନସ୍ୱାସ୍ଥ୍ୟ) ଡ. ଜ୍ୟୋତିଷ କୁମାର ମହାପାତ୍ର, ଅତିରିକ୍ତ ଚିକତ୍ସା ଅଧିକାରୀ (ଜିଲ୍ଲା ଚିକତ୍ସାଳୟ )ଡ. ଜୟକୃଷ୍ଣ ନାୟକ,ଡି. ସି. ପି. ଓ. ଶ୍ରୀମତୀ ଅନୁରାଧା ଗୋସ୍ୱାମୀ, ଡି. ପି. ଏମ. ଏନ. ଏଚ, ଏମ ସୁଶ୍ରୀ ସୋନାଲି ପ୍ରିୟଦର୍ଶିନୀ ଓ ଚିକତ୍ସାଳୟ ର ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଯୋଗଦେଇଥିଲେ l

#dhenkanalnews #dhenkanaldhh

Leave a Reply

Your email address will not be published. Required fields are marked *