ଢେଙ୍କାନାଳ ବସ୍ଷ୍ଟାଣ୍ଡସ୍ଥିତ ବାବା ଆଖଣ୍ଡଳମଣୀ ୱେଲ୍ଫେୟାର ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ସକାଳେ କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାରରେ ପୂଜା, ହୋମ ଯଜ୍ଞ ସହ ବିଭିନ୍ନ ପ୍ରକାର ଭୋଗ ଲାଗି କରାଯାଇଥିଲା । ମଧ୍ୟାହ୍ନରେ ୩ଶହରୁ ଉର୍ଦ୍ଧ୍ବ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ଭାତ, ଡାଲ୍ମା, ଆମ୍ବୁଲ ଖଟା ଇତ୍ୟାଦି ଭୋଜନ ହୋଇଥିଲା । କର୍ତା ରାମଚନ୍ଦ୍ର ପଣ୍ଡା, ସଭାପତି ରମେଶ ମହାନ୍ତି, ସଂପାଦକ ଗୌତମ ଉଦୟ ସିଂହ ଓ ସମସ୍ତ ଅଟୋ ଆସୋସିଏସନ୍ର କର୍ମକର୍ତାମାନଙ୍କଉପସ୍ଥିତିରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା ।


