ଓଡ଼ିଆ ପକ୍ଷ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଉତ୍ସବ ଅନୁଷ୍ଠିତ.

ଜିଲ୍ଲା ଢେଙ୍କାନାଳ ଖବର ରାଜ୍ୟ
Spread the love

ଢେଙ୍କାନାଳ, ତା. ୧୨.୦୪.୨୦୨୫- ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ଓଡ଼ିଆପକ୍ଷ ପାଳନ ଅବସରରେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ବନ୍ଦନୀୟ ବରପୁତ୍ର ଉତ୍ସବ ଅନୁଷ୍ଠିତ ହୋଇଅଛି । ଏହି ଉତ୍ସବରେ ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ଶ୍ରୀ ତପନ ଶତପଥୀ, ଶ୍ରୀ ଶରତ ମିଶ୍ର ଭରଦ୍ୱାଜ,ଶ୍ରୀ ପରେଶ ପଟ୍ଟନାୟକ, ଶ୍ରୀ ଅଟଳ ବିହାରୀ ଦାଶ, ଶ୍ରୀମତୀ ନିର୍ମଳା ମହାପାତ୍ର, ଶ୍ରୀ ଅବନୀ କୁମାର ମିଶ୍ର ପ୍ରମୂଖ ଜିଲ୍ଲାର ବରପୁତ୍ରମାନଙ୍କର ସ୍ମୃତିଚାରଣ କରିଥିଲେ । ମୂଷା ମଲିକ, ସୁବାହୁ ସିଂ, ବାଜି ରାଉତ,ବ୍ରଜନାଥ ବଡ଼ଜେନା, ନନ୍ଦିନୀ ଶତପଥୀ, ସାରଙ୍ଗଧର ଦାସ, ଗୋଲକ ବିହାରୀ ଧଳ, ବ୍ରଜ କିଶୋର ଧଳ, ଫକିର ମୋହନ ସେନାପତି, ସୁଲକ୍ଷଣା ଦେବୀ, ଦାମୋଦର ପଟ୍ଟନାୟକ, ରାମକୃଷ୍ଣ ନନ୍ଦ, ଧନେଶ୍ଵର ପାଣି, ରତ୍ନପ୍ରଭା ଦେବୀ, ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ଜିଲ୍ଲା ପ୍ରତି ସଂଗ୍ରାମ ଓ ବଳିଦାନ ସଂପର୍କରେ ଆଲୋକପାତ କରି ସ୍ମୃତିଚାରଣ କରିଥିଲେ । ଉତ୍ସବରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ପ୍ରାରମ୍ଭରେ ଅଧ୍ୟାପିକା ଡକ୍ଟର ପୁଷ୍ପଲତା ରଥ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ନାଟ୍ୟକାର ଶ୍ରୀ ଦିନେଶ ଦାସ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସନ୍ତୋଷ କୁମାର ଶତପଥୀ, ଆମେ ସମସ୍ତେ ସମୃଦ୍ଧ ଓଡିଶା ଗଠନ ନିମନ୍ତେ ବରପୁତ୍ରମାନଙ୍କ ମାର୍ଗଦର୍ଶନରେ ଜୀବନ ନିର୍ବାହ କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଢେଙ୍କାନାଳରୁ ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ dhenkanal news

Leave a Reply

Your email address will not be published. Required fields are marked *