ପ୍ରତ୍ୟେକ ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହ କୁ ବନ ମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଇଥାଏ ଚଳିତ ବର୍ଷ ଏହି ପରିପେକ୍ଷିରେ “ ବନ ମହୋତ୍ସବ ପକ୍ଷ ” ପାଳନ କରାଯିବା ନେଇ ଆଜି ପ୍ରଥମ ଦିବସ ଅବସରରେ ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ସହରର ବଳରାମ ଉଚ୍ଚ ବିଦ୍ୟାଳୟ ପରିସରରେ ସଚେତନତା ସହ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରିତା ସିଂ ସାମନ୍ତ ଯୋଗ ଦେଇ ବୃକ୍ଷ ରୋପଣ ସହ ବୃକ୍ଷର ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ଫାଉଣ୍ଡେସନର ଏହି ଭଳି ନିଆରା କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଗୁରୁଦେବଜୀ ଫାଉଣ୍ଡେସନର ମାଷ୍ଟର ଗୁରୁଦେବଜୀ ଇଂ ସୌମ୍ୟବ୍ରତ ସାହୁ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହା ସହ ରେଡ଼ ଡୋନର କ୍ଲବର ସଂଯୋଜକ ସତ୍ୟଜିତ ଦଳେଇ, ଗ୍ରୀନ ସ୍ପ୍ରେଡର କ୍ଲବର ଶକ୍ତି ସୌରଭ ବେହେରା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମାଷ୍ଟର ଗୁରୁଦେବଜୀ ଇଂ ସୌମ୍ୟବ୍ରତ ସାହୁ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହିତ ବୃକ୍ଷ ହିଁ ପ୍ରକୃତ ଜୀବନ ବନ୍ଧୁ ବୋଲି ମତ ପ୍ରକାଶ କରିଥିଲେ ତେଣୁ ଆଜି ଠାରୁ ଆସନ୍ତୁ ଆମେ ଗୋଟିଏ ଗୋଟିଏ ଗଛ ଲଗାଇ ପ୍ରକୃତ ଅମ୍ଳଜାନ ସୃଷ୍ଟି କରିବା ପାଇଁ ଅନୁରୋଧ କରିଥିଲେ । ଏହି ମହୋତ୍ସବରେ ୧୦୦୦ରୁ ଉର୍ଦ୍ଧ୍ବ ଚାରା ଜିଲ୍ଲାର ସମସ୍ତ ବ୍ଲକରେ ଲାଗିବ ବୋଲ ଫାଉଣ୍ଡେସନ ପକ୍ଷରୁ ପ୍ରକାଶ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନ ସଦସ୍ୟ ଉପସ୍ଥିତ ରହି ସଫଳ ରୂପାୟନ କରିଥିବାବେଳେ ମହାଦେବ ବାହିନୀର ସନ୍ଦୀପ କର ସମସ୍ତ ଉପସ୍ଥିତ ସଦସ୍ୟ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
