ଢେଙ୍କାନାଳ ଜିଲ୍ଲା ସାଙ୍କୁଲେଇ ଗ୍ରାମରେ ଫୁଟିଲା ପାରିଜାତ ପୁଷ୍ପ ।

ଢେଙ୍କାନାଳ ଖବର
Spread the love

ଦୀନବନ୍ଧୁ ଓ ତାଙ୍କ ପରିବାର ଲୋକଙ୍କୁ ମିଳିଛି ମହା ତପସ୍ୟାର ଫଳ ।

ପୂଜା ଅର୍ଚନା କରାଯାଇ ଢେଙ୍କାନାଳ ଲକ୍ଷ୍ମୀ ମନ୍ଦିରରେ ଲାଗି ହେଲା ପାରିଜାତ ପୁଷ୍ପ ।

ସ୍ୱର୍ଗ ଇନ୍ଦ୍ର ପୁରୀର ପାରିଜାତ ମର୍ତ୍ତ୍ୟରେ ଦେଖା ଦେଇଛି ।

ସାଙ୍କୁଲେଇ ଗ୍ରାମରେ ଫୁଟିଲା ପାରିଜାତ ଅଂଚଳରେ ଖୁସିର ଲହରୀ

ଢେଙ୍କାନାଳ-
ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ସାଙ୍କୁଲେଇ ଫଚାୟତର ସାଙ୍କୁଲେଇ ଗ୍ରାମର ଦିନବନ୍ଧୁ ଭୋଳଙ୍କ ଫାର୍ମ ହାଉସ୍‌ରେ ଦୁର୍ଲଭ ପାରିଜାତ ଫୁଲ ଫୁଟିଅଛି । ଯାହାକୁ ନେଇ ଅଂଚଳରେ ଖୁସିର ଲହରି ଖେଳିଯିବା ସହିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଦିନବନ୍ଧୁ ଜଣେ ଫୁଲ ପ୍ରେମୀ । ଯୁଆଡେ ଯାଆନ୍ତି କିଛି ନା କିଛି ଫୁଲଚାରା ଅଣି ନିଜ ଫାର୍ମ ହାଉସ୍‌ରେ ଲଗାନ୍ତି। କଲିକତା ଗସ୍ତ ସମୟରେ ଏହି ପାରିଜାତ ଗଛଟିକୁ ଆଣି ନିଜ ଫାର୍ମ ହାଉସ୍‌ରେ ଲଗାଇଥିଲେ । ଏକବର୍ଷ ଦଶମାସ ପରେ ଏହା ପ୍ରଥମ ଫୁଲ ଫୁଟିଥିଲା । ଏହି ଅବସରରେ ଆଜି ଫୁଲଗଛ ମୂଳ ବ୍ରାହ୍ମଣଙ୍କ ଦ୍ବାରା ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଇଥିଲା ଓ ଅଂଚଳଟି ସଂକୀର୍ତନ ଦ୍ବାରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବାବେଳେ ଆଖପାଖ ଅଂଚଳର ଲୋକମାନେ ଏହି ଦୁର୍ଲଭ ଫୁଲ ଦେଖିବା ପାଇଁ ଲମ୍ବା ଧାଡି ଲଗାଇଥିଲେ। ପୂଜାପାଠ ପରେ ଫୁଲଟିକୁ ତୋଳାଯାଇ ସଂକୀର୍ତନ ମଣ୍ଡଳୀଙ୍କ ସହାୟତରେ ଢେଙ୍କାନାଳ ସହରସ୍ଥିତ ସିଦ୍ଧ ବଳରାମ ମନ୍ଦିର ପରିସରରେ ଥିବା ମହାଲକ୍ଷ୍ମୀ ମନ୍ଦିରରେ ମା’ ଲକ୍ଷ୍ମୀଙ୍କ ଚରଣରେ ଲାଗି କରାଯାଇଥିଲା ।
ପାରିଜାତ ପୁଷ୍ପକୁ ନେଇ ବିଭିନ୍ନ ପୁରାଣରେ ଲେଖା ରହିଛି । ଦ୍ୱାପର ଯୁଗରେ ନାରାୟଣ ନର ଅବତାର ଗ୍ରହଣ କରି ମାନବୀୟ ଲୀଳା କରିଥିଲେ । ଦ୍ୱାରକା ନିବାସୀ ପ୍ରଭୁ ଶ୍ରୀକୃଷ୍ଣଙ୍କର ଆଠ ଜଣଙ୍କର ପାଟରାଣୀ ଥିଲେ । ସେମାନଙ୍କ ମଧ୍ୟରୁ ଦ୍ୱିତୀୟ ରାଣୀ ସତ୍ୟଭାମାଙ୍କ ପ୍ରତି ଅଧିକ ଆକୃଷ୍ଣ ଥିବାରୁ ସତ୍ୟଭାମା ସ୍ଵର୍ଗପୁରରୁ ପାରିଜାତ ପୁଷ୍ପ ଆଣିବାକୁ ଅଳି ଓ ଅନୁରୋଧ କରିବାରୁ ପ୍ରଭୁ ଶ୍ରୀକୃଷ୍ଣ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରି ପାରିଜାତ ଗଛକୁ ଉଠାଇ ଆଣି ଦ୍ଵାରକାରେ ସତ୍ୟଭାମାଙ୍କ ଉଦ୍ୟାନ ପ୍ରାଙ୍ଗଣରେ ରୋପଣ କରାଇ ଥିଲେ । ଏବେ ଏହି ପୁଷ୍ପ ସାଙ୍କୁଲେଇ ଗ୍ରାମର ଦୀନବନ୍ଧୁ ସୁଦୁର କଲିକତା ଫାରମରୁ ଦେଢ ବର୍ଷ ପୂର୍ବରୁ ଗଛଟି ଆଣି ନିଜ ଅଗଣାରେ ରୋପଣ କରିଥିଲେ । ତେଣୁ ଏହାକୁ ଦେଖି ପୂର୍ବ ଜନ୍ମର ବହୁ ତପସ୍ୟାର ସାଧନା ବୋଲି ସେହି ପୁଷ୍ପ ତାଙ୍କ ଅଗଣାରେ ଫୁଟିଛି ବୋଲି ବିଭିନ୍ନ ପଣ୍ଡିତ ଓ ଜ୍ୟୋତି ଶାସ୍ତ୍ରବିତ୍ ମାନେ କହିଛନ୍ତ

Leave a Reply

Your email address will not be published. Required fields are marked *