ପ୍ରାଧ୍ୟାପିକା ଡ.ସୁଚେତା ମିଶ୍ରଙ୍କ ଦ୍ବାଦଶାହ କର୍ମ ତା.୨୪.୦୭.୨୦୨୫ ରିଖ (ଗୁରୁବାର) ଦିନ ୧୨ ଘଟିକା ସମୟରେ ହତଭାଗ୍ୟ ସ୍ବାମୀ ଅବସର ପ୍ରାପ୍ତ ଅଧ୍ୟକ୍ଷ ହରେକୃଷ୍ଣ କର,ଜଙ୍ଗଲ ଓ ପରିବେଶ ବିଭାଗ ଯୁଗ୍ମ ଶାସନ ସଚିବ ଦୀନକୃଷ୍ଣ କର,ଓଡ଼ିଶା ମିନେରାଲ ଡେଭଲପମେଣ୍ଟ କର୍ପୋରେସନ( ଓ ଏମ୍ ଡି ସି)ମ୍ୟାନେଜର ଇଂ ତାରା ପ୍ରସାଦ କରଙ୍କ ମିଳିତ ଆବାହକତ୍ୱରେ ପଣ୍ତିତ ବିପିନ ବିହାରୀ ଶତପଥୀଙ୍କ ସଂଯୋଜନାରେ ନିରାଡମ୍ବର ଭାବେ ଭାବପୂର୍ଣ୍ଣ ସ୍ମୃତିଚାରଣ ଶ୍ରଦ୍ଧାଞ୍ଜଳି ସଭା ଓ ଦିବା ୧ ଘଟିକା ସମୟରେ ପଂକ୍ତି ଭୋଜନ ଅନୁଷ୍ଠିତ ହୋଇଯାଇଛି।ଭାରତ ବିକାଶ ପରିଷଦର ପୂର୍ବ ପ୍ରାନ୍ତ ଓଡ଼ିଶା ପରିବାରର ପ୍ରାନ୍ତୀୟ ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାଶ,ରାଷ୍ଟୀୟ ଅଧିକାରିଣୀ ସୁପ୍ରୀତି ରଥ,ଢେଙ୍କାନାଳ ସହିଦ ବାଜିରାଉତ ଶାଖା, ଢେଙ୍କାନାଳର ବରିଷ୍ଠ କାର୍ଯ୍ୟକର୍ତ୍ତା ଇଂ.ବାବୁଚାନ୍ଦ ମହାଳିକ, ଉପଦେଷ୍ଟା ଅଧ୍ୟକ୍ଷ ଡ.ସମୀର ସାହୁ,ସବିତା ଧୀର,ଡ.କବିତା ମହାନ୍ତି,ଉଷାରାଣୀ ଦାସ,ସୂର୍ଯ୍ୟକାନ୍ତ ନାୟକ,ଡ଼ା.ଦେବୀ ପ୍ରସାଦ ମିଶ୍ର,ସମ୍ପାଦକ ରାଜୀବ ମାହୁନ୍ତ,ସମୀର ପରିଡ଼ା,ମୋନାଲିସା ମାହୁନ୍ତ,ପ୍ରଜ୍ଞା ଦେବୀଜି,ଅନୀଲ ରାଉତ,ଆନନ୍ଦ ଚନ୍ଦ୍ର ଲେଙ୍କା ଓ ନବଦୀପ ନାୟକଙ୍କ ସମେତ ସମସ୍ତ ସଭ୍ୟା,ସଭ୍ୟବୃନ୍ଦ ଉପସ୍ଥିତ ରହି ସ୍ଵ ସ୍ୱ ବକ୍ତବ୍ୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧାଂଜଳି ପତ୍ର ପାଠ କରି ତାହାକୁ ଡ.ସୁଚେତା ମିଶ୍ରଙ୍କ ହତଭାଗ୍ୟ ସ୍ଵାମୀ ପ୍ରଫେସର୍ ଡ.ହରେକୃଷ୍ଣ କରଙ୍କୁ ଅର୍ପଣ କରିଥିଲେ।ସ୍ଵାମୀ ବିବେକାନନ୍ଦ ଲୋକ ସଂସଦର ପଣ୍ଡିତ ଶଙ୍କର୍ଷଣ ଶତପଥୀ,ପଣ୍ଡିତ ବିପିନ ବିହାରୀ ଶତପଥୀ, ଆଡ୍ ଭୋକେଟ୍ ନିର୍ମଳା ମହାପାତ୍ର ପ୍ରମୁଖ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ଡକ୍ଟର ମିଶ୍ରଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି।ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ସଭାପତି ବିଚାରପତି ଦୁର୍ଗା ଚରଣ ମିଶ୍ର,ରୋଟାରୀ କ୍ଳବ୍ ଢେଙ୍କାନାଳ ପକ୍ଷରୁ ପ୍ରତିଷ୍ଠାତା ସଭ୍ୟ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ,ଇନର୍ ହୁଇଲ୍ କ୍ଲବ୍ ଢ଼େଙ୍କାନାଳର ସଭାନେତ୍ରୀ ଅଳକାନନ୍ଦା ସିଂହଦେଓ, ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଯଜ୍ଞାଶିଶ ମହାପାତ୍ର ଓ ଇନ୍ଦ୍ରଜିତ ସାହୁ,ଅବସର ପ୍ରାପ୍ତ ଆଇଏଏସ୍ ଅଧିକାରୀ ନରେନ୍ଦ୍ର ମିଶ୍ର ଓ ମନୋ ରଞ୍ଜନ ପଟ୍ଟନାୟଙ୍କ,ପ୍ରାକ୍ତନ ଜିଲ୍ଲା ଜଜ୍ ଅମୀୟ କୁମାର ସାହୁ ଓ ବିରଞ୍ଚି ନାରାୟଣ ରଥ,ପ୍ରାକ୍ତନ ଆରକ୍ଷୀ ଅଧିକ୍ଷକ ଉତ୍କଳ କେଶରୀ ସାହୁ ଓ ଅକ୍ଷୟ କୁମାର ସାହୁ, ସଂଧ୍ୟାତାରା ସାହିତ୍ୟ ସଂସଦର ବରିଷ୍ଠ କାର୍ଯ୍ୟକର୍ତ୍ତା ଶରତ ମିଶ୍ର ଭରଦ୍ୱାଜ,ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ସଭାପତି ବସନ୍ତ ପଟ୍ଟନାୟକ ଓ ସମ୍ପାଦକ ହୃଦାନନ୍ଦ ଦ୍ବିବେଦୀ, ଢେଙ୍କାନାଳ ଚାମ୍ବର ଅଫ୍ କମର୍ସ ର ରାଜେନ୍ଦ୍ର ଦାସ,ସଚେତନ ନାଗରିକ ଫୋରମ୍ ର ସଭାପତି ଭରତ ଦାସ,ଢେଙ୍କାନାଳ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ ଡ.ଚିତ୍ତରଞ୍ଜନ ସାହୁ,ଓଡ଼ାପଡ଼ା କଲେଜ୍ ର ଅଧକ୍ଷ ଡ.ଶମ୍ଭୁ ପ୍ରସାଦ ପ୍ରଧାନ, ଢେଙ୍କାନାଳ ଆଇନ୍ ମହାବିଦ୍ୟାଳୟର ଅଧକ୍ଷ ଡ.ପ୍ରତାପରୁଦ୍ର ମହାପାତ୍ରଙ୍କ ସମେତ ଆହୁରି ଅନେକ ଅବସର ପ୍ରାପ୍ତ ଅଧକ୍ଷ ଓ ଅଧ୍ୟାପକବୃନ୍ଦ,ବିଦ୍ୟାଳୟର ସହପାଠିନୀ ସମୀତା ସାହୁଙ୍କ ନେତୃତ୍ୱରେ ଅନେକ ବିଦ୍ୟାଳୟର ସାଙ୍ଗସାଥି ଯୋଗଦେଇ ସ୍ମୃତିଚାରଣ କରିଥିଲେ।ସେହିଭଳି ଉତ୍କଳ ବିଶ୍ୱ ବିଦ୍ୟାଳୟ ସଂସ୍କୃତ ସ୍ନାତକୋତ୍ତର ବିଭାଗର ସହପାଠୀବୃନ୍ଦ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୌର ମୋହନ ବେହେରାଙ୍କ ନେତୃତ୍ୱରେ ଯୋଗଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସଙ୍ଗେ ସଙ୍ଗେ ଏକ ବିରାଟ ଫଟୋଚିତ୍ର କୋଲାଜ୍ ଅର୍ପଣ କରିଥିଲେ।ଡକ୍ଟର ମିଶ୍ର ଜଣେ ସୁସାହିତ୍ୟିକା ଓ ସଂସ୍କୃତ ଗବେଷିକା ଥିଲେ।ତାଙ୍କ ବିୟୋଗରେ ସାଂସଦ ରୁଦ୍ର ନାରାୟଣ ପାଣି ଗଭୀର ଶୋକ ପ୍ରକାଶ କରିଛନ୍ତି।ପ୍ରୋକ୍ତ ଶୋକସଭାରେ ସେ ଜଣେ ଧର୍ମପ୍ରାଣା, ସୁଗୃହିଣୀ,ଅତ୍ୟନ୍ତ ପ୍ରେମଶୀଳା,ସ୍ନେହୀ,ଦରଦୀ ହୃଦୟାଧାରୀ, ସଦଗୁଣସମ୍ପର୍ଣ୍ଣା,ଅମାୟିକା,ସୁପତ୍ନୀ,ଉଦାର,ପରୋପକାରୀ ମହିଳା ଭାବରେ ସର୍ବଜନାଦୃତା ହୋଇ ଅମରତ୍ୱ ଲାଭ କରିଛନ୍ତି ବୋଲି ସମସ୍ତ ବକ୍ତା ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।”ସମସ୍ତ ସନାତନି ସଂସ୍କୃତିର ଆଧାର ଶାସ୍ତ୍ରୀୟ ସଂସ୍କୃତ ଭାଷାର ଅଗ୍ରଣୀ ସାରଥିମାନଙ୍କ ମଧ୍ୟେ ଉତ୍ତୁଙ୍ଗ ବ୍ୟକ୍ତିତ୍ବ । ଭାରତର ସାଂସ୍କୃତିକ,ଐତିହାସିକ,ଧାର୍ମିକ,ଆଧ୍ୟାତ୍ମିକ, ଦାର୍ଶନିକ,ସାମାଜିକ ଓ ରାଜନୀତିକ ଜୀବନ ଏବଂ ବିକାଶର ସୋପାନର ସଂପୂର୍ଣ ବ୍ୟାଖ୍ୟା। ଯେଉଁ ବେଦବାଣୀ – ଦେବ ଭାଷା ସଂସ୍କୃତରେ ହିଁ ଉପଲବ୍ଧ ଅଟେ – ଆପଣ ସେହି ସଂସ୍କୃତ ଭାଷା,ସଙ୍ଗୀତ ଓ ସଂସ୍କୃତିର ବାର୍ତ୍ତାଵହ ଏବଂ ସୁବକ୍ତା। ଜଣେ ମିଷ୍ଟଭାଷୀ ସ୍ନେହମୟୀ ଅଧ୍ୟାପିକା ଭାବେ ଛାତ୍ର-ଛାତ୍ରୀଙ୍କର ଯେତିକି ପୂଜନୀୟା ଜଣେ ସଂସ୍କୃତି ଗବେଷିକା ଓ ସଙ୍ଗଠିକା ଭାବେ ସମାଜରେ ତତୋଽଧିକ ଆଦରଣୀୟା। ସାମାଜିକ ପ୍ରତିବଦ୍ଧତା ଆପଣଙ୍କର ଅନ୍ତରାତ୍ମାର ଆହ୍ଵାନ “ବୋଲି ସମସ୍ତ ବକ୍ତା ମତ ପ୍ରକାଶ କରିଥିଲେ।ସ୍ୱର୍ଗତା ଡ.ମିଶ୍ର ମୁକ୍ତାଦେଈପୁର ଶାସନର କୁଞ୍ଜବିହାରୀ ମିଶ୍ରଙ୍କ ସୁକନ୍ୟା ଏବଂ ଢେଙ୍କାନାଳର ବିଶିଷ୍ଟ କଣ୍ଠଶିଳ୍ପୀ ଶକ୍ତି ପ୍ରସାଦ ମିଶ୍ର,ଦଧିଚି ସମ୍ମାନପ୍ରାପ୍ତା ସମାଜସେବୀ ଶୈଳବାଳା ମିଶ୍ର ଓ ବରିଷ୍ଠ ଶିକ୍ଷାବିତ୍ ଡ଼ା ଦେବୀ ପ୍ରସାଦ ମିଶ୍ରଙ୍କର ବଡ଼ ଭଉଣୀ ଥିଲେ। ପ୍ରାକ୍ତନ ରୋଟାରୀ କ୍ଲବ୍ ସଭାପତି ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ହରେକୃଷ୍ଣ କରଙ୍କର ସେ ସହଧର୍ମିଣୀ ଥିଲେ।ଅବସର ପ୍ରାପ୍ତ ପ୍ରାଧ୍ୟାପିକା ସ୍ୱର୍ଗତ ଡକ୍ତର ସୁଚେତା ମିଶ୍ର ହାଉସିଂ ବୋର୍ଡ଼ କଲୋନୀ,ଢେଙ୍କାନାଳ ଟାଉନ୍ ରେ ଅବସ୍ଥାନ କରୁଥିଲେ।ତାଙ୍କର ଆକସ୍ମିକ ବିୟୋଗରେ ସମସ୍ତେ ଗଭୀର ମର୍ମାହତ।ତାଙ୍କର ସ୍ନେହ,ଶ୍ରଦ୍ଧା,ଭଲପାଇବା ସମସ୍ତଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବ।ତାଙ୍କର ହତଭାଗ୍ୟ ସ୍ବାମୀ ହରେକୃଷ୍ଣ,ପୁତ୍ର ସୋମୁ,କନ୍ୟା ସିମି,ଜାମାତା ଶଙ୍କର,ବଡ଼ଜା ନିରୁ,ବିଦୁ,ସାନଜା ପ୍ରୀତି,ମିତା,ମୀନାକ୍ଷୀ, ଲିଜା,ଦେଢ଼ଶୁର ଜଟି,ଦିଅର ହାତୀ,ଟୁଲୁ,ଲୁଲୁ,ଭାଇ,ଭଉଣୀ, ପୁତୁରା,ଝିଆରୀ,ଭଣଜା,ଭାଣିଜୀଙ୍କ ସମେତ ଢେଙ୍କାନାଳ ତଥା ଓଡ଼ିଶାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ସମସ୍ତ ପରିବାର ବର୍ଗ,ଆତ୍ମୀୟ ସ୍ୱଜନ,ପ୍ରିୟ ପରିଜନ ଓ ବନ୍ଧୁବର୍ଗ ସମସ୍ତେ ତାଙ୍କର ଅମର ଆତ୍ମାର ସଦ୍ ଗତି କାମନା କରିଥିଲେ।ପରିଶେଶରେ ଶିକ୍ଷାବିତ୍ ଡ଼ା ଦେବୀ ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


