ଢେଙ୍କାନାଳ -ଆସନ୍ତା ଅଗଷ୍ଟ ୨ ତାରିଖ ଶନିବାର ଢେଙ୍କାନାଳ ପୋଷ୍ଟାଲ୍ ଡିଭିଜନ୍ ଅନ୍ତର୍ଗତ ଅନୁଗୁଳ ଏବଂ ଢେଙ୍କାନାଳ ଜିଲ୍ଲାର ସମସ୍ତ ପ୍ରଧାନ ଡାକଘର, ସମସ୍ତ ଉପଡାକଘର ଏବଂ ଶାଖା ଡାକଘରେ ଡାକ ସେବା ବନ୍ଦ ରହିବ ବୋଲି ଢେଙ୍କାନାଳ ଡାକ ମଣ୍ଡଳ ଅଧ୍ୟକ୍ଷକ ଯମ୍ବେଶ୍ବର ଗଡନାୟକ ସୂଚନା ଦେଇଛନ୍ତି । ଭାରତୀୟ ଡାକ ବିଭାଗରେ ପ୍ରଚଳିତ ସଫ୍ଟୱେର ବଦଳରେ ନିଜସ ଆଇ.ଟି. ୨.୦ ସଫ୍ଟୱାର ପ୍ରଚଳିତ ହେବାକୁ ଯାଉଛି । ଢେଙ୍କାନାଳ ଓ ଅନୁଗୁଳ ପ୍ରଧାନ ଡାକଘର ଓ ଏହା ଅଧ୍ଵସୁ ସମସ୍ତ ଉପ ଡାକଘର ତଥା ସମସ୍ତ ଶାଖା ଡାକଘରେ ଆସନ୍ତା ଅଗଷ୍ଟ ମାସ ୪
ତାରିଖରୁ ଏହି ସଫ୍ଟୱାର ଆରମ୍ଭ ତଥା କାର୍ଯ୍ୟକ୍ଷମ ହେବାକୁ ଯାଉଛି । ବିଭାଗୀୟ ନିର୍ଦ୍ଦେଶ ଅନୁସାରେ ଓ ବୈଷୟିକ
କାରଣରୁ ଆସନ୍ତା ଅଗଷ୍ଟ ୨ ତାରିଖ (ଶନିବାର) ଦିନ ଢେଙ୍କାନାଳ ଡାକମଣ୍ଡଳର ସମସ୍ତ ପ୍ରଧାନ ଡାକଘର, ଏହା ଅଧିନସ୍ଥ ସମସ୍ତ ଉପଡାକଘର ଏବଂ ଶାଖା ଡାକଘର ଗୁଡିକରେ ଡାକ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ । ସମସ୍ତ ଜନସାଧାରଣ, ଗ୍ରାହକ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଏଥିରେ ସହଯୋଗ କରିବା ନିମନ୍ତେ ଢେଙ୍କାନାଳ ଡାକ ମଣ୍ଡଳର ଅଧ୍ୟକ୍ଷକ ଶ୍ରୀ ଗଡନାୟକ ଅନୁରୋଧ କରିଛନ୍ତି । ଏହି ସଫ୍ଟର ପ୍ରଚଳନ ହେବା ଫଳରେ ଡାକ ସେବା ଅଧିକ ସହଜ ଓ ତ୍ବରିତ ଓ ଲୋକାଭିମୁଖୀ ହୋଇପାରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଶ୍ରୀ ଗଡନାୟକ କହିଛନ୍ତି ।


