ଅମୃତ ଭାରତ ଷ୍ଟେସନ ଯୋଜନା ମାଧ୍ୟମ ରେ ଆଜି ଭାରତ ବର୍ଷର ୫୦୮ ରେଳଷ୍ଟେସନ ପୁର୍ନବିକାଶର ଶିଳାନ୍ୟାସ କରାଯାଇଛି । ନୂଆ ଦିଲ୍ଲୀ ରୁ ଭିସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯୋଜନାର ଶିଳାନ୍ୟାସ କରିଥିଲେ । ଏହି ଅବସର ରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବ ଉତ୍ସବରେ ସାମିଲ ହୋଇ ଯୋଜନା ମଧ୍ୟରେ ହେବାକୁ ଥିବା କାର୍ଯ୍ୟକ୍ରମ ସଂପର୍କରେ ଭିସି ମାଧ୍ୟମ ରେ ସୂଚନା ଦେଇଥିଲେ । ଅମୃତ ଭାରତ ଷ୍ଟେସନ ପୁର୍ନବିକାଶ ଶିଳାନ୍ୟାସ ଯୋଜନା ରେ ୨୫ ହଜାର କୋଟି ଟଙ୍କା ନିବେଶ ରେ ପ୍ରଥମେ ଦେଶର ୫୦୮ ରେଳ ଷ୍ଟେସନ ର ବିଶ୍ୱସ୍ତରୀୟ ଉନ୍ନତିକରଣ ହେବ । ତନ୍ମଧ୍ୟରୁ ଓଡିଶା ରେ ପୁର୍ବତଟ ରେଳବାଇ ଅଧିନ ରେ ଖୋର୍ଦ୍ଧାରୋଡ଼ ଡିଭିଜନ ଅଧୀନରେ ଥିବା ୧୧ ଟି ରେଳ ଷ୍ଟେସନ ର ବିକାଶ କରାଯିବ । ଏଥିରେ ବହୁ ପୁରାତନ ଢ଼େଙ୍କାନାଳ ରେଳଷ୍ଟେସନ ଓ ଜିଲ୍ଲାର ମେରାମୁଣ୍ଡଳୀ ରେଳ ଷ୍ଟେସନ ଅର୍ନ୍ତଭୁକ୍ତ । ଢେଙ୍କାନାଳ ରେଳଷ୍ଟେସନ ପାଇଁ ୨୬ କୋଟି ୧୧ ଲକ୍ଷ ଓ ମେରାମୁଣ୍ଡଳୀ ଷ୍ଟେସନ ପାଇଁ ୨୧ କୋଟି ୯୯ ଲକ୍ଷ୍ୟ ଟଙ୍କା ମଞ୍ଜୁର କରାଯାଇଛି । ଏହି ଉପଲକ୍ଷେ ଆଜି ଢେଙ୍କାନାଳ ରେଳଷ୍ଟେସନ ପରିସର ରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ସୁଧୀର କୁମାର ସାମଲ ଯୋଗ ଦେଇ ଢେଙ୍କାନାଳ ଓ ମେରାମୁଣ୍ଡଳୀ ରେଳଷ୍ଟେସନ କୁ ଅମୃତ ଭାରତ ଷ୍ଟେସନ ଯୋଜନା ରେ ସାମିଲ କରାଯିବା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ କହିଥିଲେ । ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯାମି ମିଶ୍ର , ପୂର୍ବତନ ରାଜ୍ୟସଭା ଏମପି ରୁଦ୍ରନାରାୟଣ ପାଣି, ପୁର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଜିଲ୍ଲାପାଳ ସରୋଜ କୁମାର ସେଠି, ଏସପି ଜ୍ଞାନ ରଞ୍ଜନ ମହାପାତ୍ର, ଏମପି ଙ୍କ ପ୍ରତିନିଧୂ ପ୍ରତାପ ଦାସ , ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି ଓ ଉଦୟ ନାଥ ମହାପାତ୍ର ଓ ଜିଲ୍ଲା ଭାଜପା ସଭାପତି ନରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ କୁ ରେଳବାଇ ବିଭାଗର ଡେପୁଟି ଚିପ ଇଞ୍ଜିନିୟର ଶୈଳନ୍ଦ୍ର କୁମାର ନାୟକ ଓ ଷ୍ଟେସନ ମ୍ୟାନେଜର ମନୋଜ କୁମାର ପାଣ୍ଡେ ପରିଚାଳନା କରିଥିଲେ । ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।